Advertisment

IND vs SA: ପୁଣି କୋହଲିଙ୍କ ଶତକ, ଗାଏକ୍ୱାଡ ହାସଲ କଲେ ମେଡେନ ସେଞ୍ଚୁରୀ

କ୍ରମାଗତ ଦୁଇଟି ମ୍ୟାଚ୍‌ରେ ସେ ଦୁଇଟି ଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ। ସେହିପରି ବିରାଟ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଆଜି ୮୪ ତମ ଶତକ ହାସଲ କରିଛନ୍ତି।

Virat

ଦୁଇ ଶତକ ବୀର

Advertisment

ରାଞ୍ଚି ପରେ ରାୟପୁରରେ ଗର୍ଜିଛି କିଙ୍ଗ ବିରାଟ କୋହଲିଙ୍କ ବ୍ୟାଟ୍। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ମ୍ୟାଚରେ ସେ ମାରିଛନ୍ତି ଶତକ। ପ୍ରଥମ ମ୍ୟାଚରେ ୧୩୫ ରନ କରିଥିବା ବିରାଟ ଆଜି ୧୦୨ ରନର ଦମଦାର ଇନିଂସ ଖେଳିଛନ୍ତି। କ୍ରମାଗତ ଦୁଇଟି ମ୍ୟାଚ୍‌ରେ ସେ ଦୁଇଟି ଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ। ସେହିପରି ବିରାଟ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଆଜି ୮୪ ତମ ଶତକ ହାସଲ କରିଛନ୍ତି।

Advertisment

ନିଜର ପ୍ରିୟ ସ୍ଥାନ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ୩୭ ବର୍ଷୀୟ ବିରାଟ(Virat Kohili) ଆଜି ସେ କାହିଁକି ରନ ମେସିନ ଓ କିଙ୍ଗ ତା’ର ପ୍ରମାଣ କରି ଦେଖାଇଛନ୍ତି। ଟେଷ୍ଟ ଓ ଟି-୨୦ରୁ ଅବସର ନେଇ ସାରିଥିବା ବିରାଟ ଦିନିକିଆରେ ନୂଆ ଷ୍ଟାଇଲରେ ବ୍ୟାଟିଂ କରି ଆଜି ମାତ୍ର ୯୦ ବଲରେ ଶତକ ହାସଲ କରିଛନ୍ତି। ସେ ୭ଟି ଚୌକା ଓ ୨ଟି ଛକା ବଳରେ ଶତକ ହାସଲ କରିବା ପରେ ଲୁଙ୍ଗି ଏନଗିଡିଙ୍କ ବଲରେ ପ୍ୟାଭିଲିୟନ ଫେରିଛନ୍ତି।

ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟଙ୍କ ୮ମ ଦିନିକିଆ ଶତକ। ଗୋଟିଏ ଟିମ ବିପକ୍ଷରେ ଏତେ ସଂଖ୍ୟକ ଶତକ ମାରି ସେ ବିରଳ କ୍ଲବରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। 

Advertisment

ଅନ୍ୟପକ୍ଷରେ ଦୀର୍ଘ ବର୍ଷ ପରେ ଭାରତୀୟ କ୍ରିକେଟ ଟିମର ଦିନିକିଆ ସେଟଅପକୁ ଫେରିଥିବା ଋତୁରାଜ ଗାଏକ୍ୱାଡ ମଧ୍ୟ ଆଜି ରାୟପୁରରେ ଚମକିଛନ୍ତି। ସେ ତାଙ୍କ ଦିନିକିଆ କ୍ୟାରିୟରର ମେଡେନ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ୭୭ ବଲରେ ଶତକ ହାସଲ କରିଥିବା ଗାଏକ୍ୱାଡ ଆଜି ୧୦୫ ରନର ଇନିଂସ ଖେଳିଛନ୍ତି। ୮୩ ବଲରେ ସେ ୧୨ଟି ଚୌକା ଓ ୨ଟି ଛକା ବଳରେ ଏତେ ବଡ଼ ଇନିଂସ ଖେଳିଛନ୍ତି।

୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଗାଏକ୍ୱାଡ ଆରମ୍ଭରୁ ସାମନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାପରେ କିନ୍ତୁ ସେ ନିଜ ଲୟକୁ ଫେରି ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ଶେଷରେ ୭୭ ବଲରେ ଚୌକା ମାରି ଶତକ ହାସଲ କରିଥିଲେ। ଶତକ ପରେ ସେ ବଡ଼ ଶଟ ଖେଳିବାକୁ ଯାଇ ମାର୍କୋ ୟାନସେନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। 

ଏହି ଦୁଇ ଶତକୀୟ ଇନିଂସ ବଳରେ ଭାରତ ଦ୍ୱିତୀୟ ଦିନିକିଆରେ ବଡ଼ ସ୍କୋର ଅଭିମୁଖେ ଯାଉଛି। ୪୫ ଓଭର ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇଈ ୩୧୭ ରନ କରି ନେଇଛି।  

Virat Kohili
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe