Advertisment

ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ଏହି ବିଶାଳ ରେକର୍ଡ କଲେ ବିରାଟ

ସେ ୪୯ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳି ଦଳକୁ ୨୨ ବଲ ପୂର୍ବରୁ ୮ ୱିକେଟରେ ବିଜୟ କରାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Virat Kohli

Virat Kohli

ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ବିରାଟ କୋହିଲ ଏହି ମ୍ୟାଚ୍‌ରେ ଚତ୍ମକାର ଅର୍ଦ୍ଧଶତକ ହାସଲ କରିବା ସହ ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଛନ୍ତି। ସେ ୪୯ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳି ଦଳକୁ ୨୨ ବଲ ପୂର୍ବରୁ ୮ ୱିକେଟରେ ବିଜୟ କରାଇଛନ୍ତି।

Advertisment

ଏହି ଇନିଂସ ପରେ ବିରାଟ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଆଇପିଏଲରେ ୫୦ ଥର ପାଇଁ ୫୦ରୁ ଅଧିକ ରନ କରିବାର ରେକର୍ଡ କରିଛନ୍ତି। ବିରାଟ ପ୍ରଥମ ଭାରତୀୟ ଭାବେ ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି। ତେବେ ଆଇପିଏଲରେ ସବୁଠାରୁ ଅଧିକ ଥର ୫୦ରୁ ଅଧିକ ରନ କରିଥିବା ତାଲିକାରେ ଡାଭିଡ ୱାର୍ଣ୍ଣର ୧ନଂ ସ୍ଥାନରେ ରହିଛନ୍ତି। ସେ ୬୦ ଥର ଏପରି କରିଥିବା ବେଳେ ୪୯ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ କରି ପଞ୍ଜାବ କିଙ୍ଗସ ଅଧିନାୟକ ଶିଖର ଧୱନ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। କୋହଲି ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ୪୫ଟି ଅର୍ଦ୍ଧଶତକ ଓ ୫ଟି ଶତକ ହାସଲ କରିଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ମୁମ୍ବାଇ ଇଣ୍ଡିଆନ୍ସ ଦେଇଥିବା ୧୭୨ ରନର ଟାର୍ଗେଟକୁ ଆରସିବି ବେଶ ସହଜରେ ହାସଲ କରି ନେଇଛି। ବିରାଟ ଓ ଫାଫ ଡୁପ୍ଲେସିସି ପ୍ରଥମ ୱିକେଟ ପାଇଁ ୧୪୮ ରନ ଯୋଡ଼ି ଦଳର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରି ଦେଇଥିଲେ। ଡୁପ୍ଲେସିସି ୭୩ ରନ କରି ଆଉଟ ହୋଇଥିଲେ ହେଁ ବିରାଟ ଶେଷ ଯାଏ ଅପରାଜିତ ରହି ବିଜୟ ମୁଣ୍ଡି ମାରିଥିଲେ।

Advertisment

ବିରାଟ ନବାଗତ ଅର୍ଶଦ ଖାନଙ୍କୁ ଛକା ମାରି ମ୍ୟାଚ୍‌ ଶେଷ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୧୧ଥର ପାଇଁ ତା’ର ପ୍ରଥମ ଆଇପିଏଲ ମ୍ୟାଚ୍‌ ହାରିବାର ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ୨୦୨୨ ଭଳି ଏଥର ମଧ୍ୟ ଦଳ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି।

ମ୍ୟାଚ୍‌ ଜିତିବା ପାଇଁ ମୁମ୍ବାଇ ଜାସନ ବେହେରନଡ୍ରଫଙ୍କୁ ଇମ୍ପାକ୍ଟ ଖେଳାଳି ରୂପେ ସୂର୍ଯ୍ୟ କୁମାର ଯାଦବଙ୍କ ବଦଳରେ ଆଣିଥିଲା। ତଥାପି ସେ କୌଣସି ପ୍ରକାରର ପ୍ରଭାବ ଦେଖାଇ ପାରି ନାହାନ୍ତି। ବେହେରନଡ୍ରଫ ଓ ଅର୍ଶଦ ଖାନ ମୁମ୍ବାଇର ବୋଲିଂ ଆଟାକ ଆରମ୍ଭ କରିଥିଲେ। କିନ୍ତୁ ଉଭୟ ୩ ଓଭରରେ ୩୦ ରନ ଦେଇଥିଲେ।

ମୋଟ ୩ ଓଭର ବୋଲିଂ କରିଥିବା ବେହେରନଡ୍ରଫ ୩୭ ରନ ଦେଇଥିବା ବେଳେ କୌଣସି ସଫଳତା ପାଇ ନାହାନ୍ତି। ସେହିପରି ମୁମ୍ବାଇ ପାଇଁ ଚଳିତ ଆଇପିଏଲରେ ଡେବ୍ୟୁ କରିଥିବା ଜୋଫ୍ରା ଆର୍ଚର ମଧ୍ୟ ୱିକେଟ ନେବାକୁ ସଫଳ ହୋଇ ନାହାନ୍ତି। ଦଳ ପକ୍ଷରୁ କେବଳ ଅର୍ଶଦ ଖାନ ଓ କାମେରନ ଗ୍ରୀନ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Virat Kohli IPL