Advertisment

କିଙ୍ଗ କୋହଲିଙ୍କ ଶତକ, ବିଶ୍ୱକପରେ ଭାରତର କ୍ରମାଗତ ୪ର୍ଥ ବିଜୟ

ଆଜିର ବିଜୟ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ ସଂଖ୍ୟା ସମାନ ୮ ହୋଇ ଯାଇଛି। କିନ୍ତୁ ରନରେଟ ଆଧାରରେ ନ୍ୟୁଜିଲ୍ୟାଣ୍ତ ୧ ନଂ ସ୍ଥାନରେ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

Virat

Virat

Advertisment

କ୍ରିକେଟର କିଙ୍ଗ ବିରାଟ କୋହଲିଙ୍କ ଦମଦାର ଶତକ। ବିରାଟଙ୍କ ଶତକ ବଳରେ ବାଂଲାଦେଶକୁ ବିଶ୍ୱକପରେ ମାତ ଦେଇଛି ଭାରତ। ଚଳିତ ବିଶ୍ୱକପରେ ଏହା ଭାରତର କ୍ରମାଗତ ୪ର୍ଥ ବିଜୟ। ବିରାଟଙ୍କ ଅପରାଜିତ ୧୦୩ ରନ ବଳରେ ଟିମ ଇଣ୍ଡିଆ ୭ ୱିକେଟରେ ବାଂଲାଦେଶକୁ ହରାଇ ଦେଇଛି।

Advertisment

ଚଳିତ ବିଶ୍ୱକପରେ ଏହା ବିରାଟଙ୍କ ପ୍ରଥମ ଶତକ। ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ଶତକ ସଂଖ୍ୟା ୭୮ରେ ପହଞ୍ଚି ଯାଇଛି। ଦିନିକିଆରେ ବିରାଟ ୪୮ତମ ଶତକ ହାସଲ କରିଛନ୍ତି। ଏବେ ସେ କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ୪୯ତମ ଶତକ ଠାରୁ ମାତ୍ର ଗୋଟିଏ ଶତକ ପଛରେ ଅଛନ୍ତି। ଆଜି ୯୭ ବଲରେ ଅପରାଜିତ ୧୦୩ ରନର ଇନିଂସ ଖେଳିଥିବା ବିରାଟ ୪ ଛକା ଓ ୬ ଚୌକା ମାରିଛନ୍ତି। 

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା। ଏହାର ଜବାବରେ ଭାରତ ୫୧ ବଲ ପୂର୍ବରୁ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

Advertisment

ଭାରତକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ ବିରାଟ ୬କା ମାରି ମ୍ୟାଚ୍‌ ଶେଷ କରିଛନ୍ତି। ଏହି ଛକା ସହ ସେ ନିଜର ୭୮ତମ ଅନ୍ତର୍ଜାତୀୟ ଶତକ ମଧ୍ୟ ହାସଲ କରିଥିଲେ। ମ୍ୟାଚ ବିଜୟ ଇନିଂସ ପାଇଁ ବିରାଟଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତକୁ ବିଜୟ ପାଇଁ ୯ ରନ ଦରକାର ଥିବା ବେଳେ ବିରାଟଙ୍କୁ ମଧ୍ୟ ଶତକ ପୂରଣ ପାଇଁ ସମାନ ରନର ଆବଶ୍ୟକ ଥିଲା। ସେ ବାଉଣ୍ଡରୀ ପାଖକୁ ବଲ ମାରିଥିଲେ ହେଁ ନନ ଷ୍ଟ୍ରାଇକରେ ଥିବା କେଏଲ ରାହୁଲ କୌଣସି ପ୍ରକାରର ରନ ନେଇ ନଥିଲେ। ବିରାଟଙ୍କୁ ଶତକ ହାସଲ କରିବାକୁ ସେ ସୁଯୋଗ ଦେଇଥିଲେ। ବିରାଟ ମଧ୍ୟ କାହାକୁ ନିରାଶ ନ କରି ଶେଷରେ ଛକା ମାରି ଶତକ ହାସଲ କରିଛନ୍ତି।

ଆଜିର ବିଜୟ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ ସଂଖ୍ୟା ସମାନ ୮ ହୋଇ ଯାଇଛି। କିନ୍ତୁ ରନରେଟ ଆଧାରରେ ନ୍ୟୁଜିଲ୍ୟାଣ୍ତ ୧ ନଂ ସ୍ଥାନରେ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ବିରାଟଙ୍କ ବ୍ୟତୀତ ଆଜିର ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ୪୦ ବଲରେ ୪୮, ଗୁବମନ ଗିଲ ୫୩, ଶ୍ରେୟସ ଆୟର ୧୯ ଓ କେଏଲ ରାହୁଲ ଅପରାଜିତ ୩୪ ରନର ଇନିଂସ ଖେଳିଛନ୍ତି।

Virat Kohli ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe