Advertisment

ଖାତା ଖୋଲିପାରିଲେନି କୋହଲି, ଦ୍ରାବିଡଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଖାତା ଖୋଲିପାରିନାହାନ୍ତି ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି। ଶୁକ୍ରବାର ପାର୍ଲରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ କୋହଲି ୫ ବଲ ଖେଳିଥିଲେ ହେଁ କୌଣସି ରନ୍ ନକରି ପ୍ୟାଭିଲିୟନ୍ ଫେରିଛନ୍ତି। ତାଙ୍କୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଆଉଟ୍ କରିଛନ୍ତି। ଶୂନରେ ଆଉଟ୍ ହୋଇ କୋହଲି ନିଜ ନାଁରେ ଅଲୋଡ଼ା ରେକର୍ଡ କରିଛନ୍ତି। କୋହଲି ୧୪ଥର ଦିନିକିଆ କ୍ରିକେଟରେ ଖାତା ଖୋଲିପାରି ନାହାନ୍ତି। କୋହଲି […]

ଖାତା ଖୋଲିପାରିଲେନି କୋହଲି, ଦ୍ରାବିଡଙ୍କୁ ପଛରେ ପକାଇଲେ

kohli

Advertisment

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଖାତା ଖୋଲିପାରିନାହାନ୍ତି ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି। ଶୁକ୍ରବାର ପାର୍ଲରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ କୋହଲି ୫ ବଲ ଖେଳିଥିଲେ ହେଁ କୌଣସି ରନ୍ ନକରି ପ୍ୟାଭିଲିୟନ୍ ଫେରିଛନ୍ତି। ତାଙ୍କୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଆଉଟ୍ କରିଛନ୍ତି।

Advertisment

ଶୂନରେ ଆଉଟ୍ ହୋଇ କୋହଲି ନିଜ ନାଁରେ ଅଲୋଡ଼ା ରେକର୍ଡ କରିଛନ୍ତି। କୋହଲି ୧୪ଥର ଦିନିକିଆ କ୍ରିକେଟରେ ଖାତା ଖୋଲିପାରି ନାହାନ୍ତି। କୋହଲି ମଧ୍ୟ ପ୍ରଥମଥର ଦିନିକିଆରେ ସ୍ପିନରଙ୍କ ଦ୍ୱାରା ଶୂନରେ ଶିକାର ହୋଇଛନ୍ତି। ଏଥିସହ ସେ ପୂର୍ବତନ କ୍ରିକେଟର୍ ତଥା ବର୍ତ୍ତମାନର କୋଚ୍ ରାହୁଲ୍ ଦ୍ରାବିଡଙ୍କୁ ପଛରେ ପକାଇ ଦେଇଛନ୍ତି। ଦ୍ରାବିଡ୍ ୧୩ଥର ଶୂନରେ ଆଉଟ୍ ହୋଇଥିଲେ।

ଗତ ଦୁଇବର୍ଷ ଧରି କୋହଲିଙ୍କ ବ୍ୟାଟରୁ ଗୋଟିଏ ବି ଶତକ ବାହାରିନାହିଁ। ଏହାରି ଭିତରେ କୋହଲି ୬୪ ଇନିଂସ ଖେଳିସାରିଥିଲେ ହେଁ ଶତକ ମାରିବାରେ ସଫଳ ହୋଇନାହାନ୍ତି। ସେହିପରି ଏହି ସମୟ ମଧ୍ୟରେ କୋହଲି ୭ଥର ଶୂନରେ ଆଉଟ୍ ହୋଇଛନ୍ତି। ଭାରତୀୟ କ୍ରିକେଟରେ ଭାବେ ଶୂନରେ ଆଉଟ୍ ହେବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ୍ ସର୍ବାଧିକ ୨୦ଥର ଶୂନରେ ଆଉଟ୍ ହୋଇଛନ୍ତି।

Advertisment

ସଚିନଙ୍କ ପରେ ଜଭାଗଲ୍ ଶ୍ରୀନାଥ (୧୯), ଅନୀଲ କୁମ୍ବଲେ (୧୮), ଯୁବରାଜ ସିଂହ (୧୮), ହରଭଜନ ସିଂହ (୧୭), ସୌରଭ ଗାଙ୍ଗୁଲି (୧୬), ଜାହିର୍ ଖାନ୍ (୧୪), ବିରାଟ୍ କୋହଲି (୧୪), ସୁରେଶ ରାଇନା (୧୪), ବୀରେନ୍ଦ୍ର ସେହ୍ୱାଗ (୧୪), ରାହୁଲ୍ ଦ୍ରାବିଡ୍ (୧୩) ଓ କପିଲ୍ ଦେବ (୧୩) ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe