Advertisment

ଦିନିକିଆରେ ବିରାଟଙ୍କ ୬୯ତମ ଅର୍ଦ୍ଧଶତକ, ବିଜୟ ଅଭିମୁଖେ ଭାରତ

ସେହିପରି ଚଳିତ ବିଶ୍ୱକପରେ ଏହା ତାଙ୍କର ତୃତୀୟ ଅର୍ଦ୍ଧଶତକ। ବିରାଟ ଆଜି ୪୮ଟି ବଲରେ ୫୦ ରନ ପୂରଣ କରିଛନ୍ତି।

Virat

Virat

Advertisment

ପୁଣିଥରେ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ବାହାରିଛି ଅର୍ଦ୍ଧଶତକ। ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ବିରାଟ ତାଙ୍କ ଦିନିକିଆ କ୍ୟାରିୟର୍‌ର ୬୯ତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment

ସେହିପରି ଚଳିତ ବିଶ୍ୱକପରେ ଏହା ତାଙ୍କର ତୃତୀୟ ଅର୍ଦ୍ଧଶତକ। ବିରାଟ ଆଜି ୪୮ଟି ବଲରେ ୫୦ ରନ ପୂରଣ କରିଛନ୍ତି। ଏବେ ସେ ଭାରତକୁ ବିଜୟ ଅଭିମୁଖେ ନେଇ ଚାଲିଛନ୍ତି। ଏହାପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବିରାଟଙ୍କ ପୂର୍ବରୁ ଯୁବ ତାରକା ଶୁବମନ ଗିଲ୍ ମଧ୍ୟ ଆଜି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୫ ବଲରେ ୫୩ ରନ କରି ଆଉଟ ହୋଇଛନ୍ତି। ସେହିପରି ଅଧିନାୟକ ରୋହିତ ଶର୍ମା ମଧ୍ୟ ୪୮ ରନର ଇନିଂସ ଖେଳିଥିଲେ।

Advertisment

ବାଂଲାଦେଶ ଭାରତକୁ ୨୫୭ ରନର ଟାର୍ଗେଟ ଦେଇଥିବା ବେଳେ ଗିଲ ଓ ରୋହିତ ପ୍ରଥମ ୱିକେଟ ପାଇଁ ୮୮ ରନ ଯୋଡ଼ିଥିଲେ। ଏହାପରେ ଗିଲ୍‌ ଓ ବିରାଟ ଆଉ ୪୦ ରନ ଯୋଡ଼ିଥିଲେ। ଗିଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳୀୟ ସ୍କୋର ୧୩୨ ଥିବା ବେଳେ ସେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବିରାଟଙ୍କ ସହ ଶ୍ରେୟସ ଆୟର ଯୋଗ ଦେଇଥିଲେ। ସେ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଆଜି ମାତ୍ର ୧୯ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ମେହିଦୀ ହାସନ ମିରାଜ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଛନ୍ତି। 

ରିପୋର୍ଟ ଲେଖାହେବା ବେଳକୁ ଭାରତ ୩୦ ଓଭର୍‌ରେ ୩ ୱିକେଟ ହରାଇ ୧୮୪ ରନ କରିଛି। ବିରାଟ ୫୭ ଓ କେଏଲ ରାହୁଲ ୫ ରନ କରି କ୍ରିଜରେ ରହିଛନ୍ତି। 

Virat Kohli ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe