Virat
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି କମାଲ କରିଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟରର ୩୦ତମ ଶତକ ହାସଲ କରିଛନ୍ତି। ୨୦୨୩ ପରେ ବିରାଟଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟରେ ଦେଖିବାକୁ ମିଳିଛି ଶତକ।
ସେ ଆଜି ଦ୍ୱିତୀୟ ଇନିଂସରେ ଶତକ ହାସଲ କରିବା ପରେ ଭାରତର ଅଧିନାୟକ ଯଶପ୍ରୀ ବୁମ୍ରା ପାଳି ଘୋଷଣା କରିଛନ୍ତି। ଭାରତ ୬ ୱିକେଟ ହରାଇ ୪୮୭ ରନ କରିବା ପରେ ଇନିଂସ ଘୋଷଣା କରିଛି। ଫଳରେ ଅଷ୍ଟ୍ରେଲିଆକୁ ପର୍ଥ ଟେଷ୍ଟ ଜିତିବା ପାଇଁ ବିଶାଳ ୫୩୪ ରନର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଇନିଂସରେ ୧୫୦ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନ କରିବାକୁ ସକ୍ଷମ ହୋଇଛି।
ଦ୍ୱିତୀୟ ଇନିଂସରେ ଶତକ ହାସଲ କରିବା ପରେ ଡନ ବ୍ରାଡମ୍ୟାନଙ୍କୁ ଅତିକ୍ରମ କରିଯାଇଛନ୍ତି। ୧୬ଟି ଇନିଂସ ପରେ ଆଜି ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆରେ ଏହା ବିରାଟଙ୍କ ୭ମ ଶତକ। ସେହିପରି ସେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ମ ଶତକ ହାସଲ କରିଛନ୍ତି। ଏହାବାଦ ୨୦୧୮ରେ ସମାନ ପର୍ଥରେ ବିରାଟ ସ୍ୱତନ୍ତ୍ର ଶତକ ମାରିଥିଲେ। ଆଜି ସେ ପର୍ଥ ଭଳି ପିଚ୍ରେ ଶତକ ମାରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି।
ଦ୍ୱିତୀୟ ଇନିଂସରେ ବିରାଟ ଅପରାଜିତ ୧୦୦ ରନର ଇନିଂସ ଖେଳିଥିବା ବେଳେ ଓପନର ଯଶସ୍ୱୀ ଜୈସୱାଲ ୧୬୧ ରନର ଇନିଂସ ଖେଳିଛନ୍ତି। ସେହିପରି କେଏଲ ରାହୁଲ ୭୭ ଓ ଶେଷ ଭାଗରେ ନୀତୀଶ କୁମାର ରେଡ୍ଡୀ ୨୭ ବଲରେ ଅପରାଜିତ ୩୮ ରନର ଇନିଂସ ଖେଳିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Virat_1732440339.jpg)