Advertisment

WTC ଫାଇନାଲ: ବିରାଟଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା

ବିରାଟ ୧୪ ରନ କରିଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ଦ୍ୱିତୀୟ ସ୍ଲିପରେ ସେ ସ୍ମିଥଙ୍କ ହାତରେ ଧରା ପଡ଼ି ଯାଇଥିଲେ।

Virat

Virat

Advertisment

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲ ମ୍ୟାଚ୍‌ ଚାଲିଛି। ବର୍ତ୍ତମାନ ସୁଦ୍ଧା ପ୍ରଥମ ଇନିଂସରେ ବ୍ୟାକଫୁଟରେ ଥିବା ଟିମ ଇଣ୍ଡିଆକୁ ଅନେକ ସଂଘର୍ଷ କରିବାକୁ ପଡ଼ୁଛି। ତେବେ ମ୍ୟାଚ୍‌ର ତୃତୀୟ ଦିବସ ପୂର୍ବରୁ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ମ୍ୟାଚ୍‌ର ଦ୍ୱିତୀୟ ଦିନ ବିରାଟ ୧୪ ରନ କରି ଆଉଟ ହୋଇଥିଲେ। ଭାରତ ମଧ୍ୟ ୮୩ ରନ ସୁଦ୍ଧା ୪ ୱିକେଟ ହରାଇ ସାରିଥିଲା। ତେବେ ବିରାଟ ଆଉଟ ହେବା କ୍ଷଣି ଡ୍ରେସିଂ ରୁମରେ ପହଞ୍ଚି ସାଥୀ ଖେଳାଳିଙ୍କ ସହ ବେଶ ହସଖୁସି କରିବା ସହ ଖାଦ୍ୟ ଖାଉଥିବା ବେଳର ଫଟୋ ସାମ୍ନାକୁ ଆସିଥିଲା।

ଏହି ଫଟୋ ଭାଇରାଲ ହେବା ପରେ ଅନେକ ବିରାଟଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କୁ ଟ୍ରୋଲ କରିଥିଲେ। ଫାଇନାଲ ଭଳି ମ୍ୟାଚ୍‌ରେ ମାତ୍ର ୧୪ ରନ କରି ଆଉଟ ହୋଇଥିଲେ ମଧ୍ୟ ବିରାଟ ଆଦୌ ସିରିୟସ ନଥିବା ଅନେକ ମତ ରଖିଥିଲେ। ତାଙ୍କୁ ଅନେକ ପ୍ରକାରର କଥା କହି ଲୋକମାନେ ଟ୍ରୋଲ କରିଥିଲେ।

Advertisment

ବିରାଟ ୧୪ ରନ କରିଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ଦ୍ୱିତୀୟ ସ୍ଲିପରେ ସେ ସ୍ମିଥଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଏହାକୁ ନେଇ ଫ୍ୟାନ୍ସ ତାଙ୍କ ଉପରେ ଖପ୍ପା ହୋଇଥିବା ବେଳେ ଖାଇବା ବେଳର ଫଟୋ ସେମାନଙ୍କୁ ଆହୁରି ଉତ୍ତେଜିତ କରିଥିଲା। ଏଥିପାଇଁ ସେମାନେ ବିରାଟଙ୍କୁ ଟ୍ରୋଲ ମଧ୍ୟ କରିଥିଲେ।

ଏସବୁ ଭିତରେ ବିରାଟ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଅନ୍ୟ ଲୋକମାନଙ୍କ ମତାମତର ପିଞ୍ଜରରୁ ମୁକଳିବାକୁ ହେଲେ ଆପଣଙ୍କୁ ନାପସନ୍ଦ କରିବାର ଅଭ୍ୟାସକୁ ବୃଦ୍ଧି କରିବାକୁ ପଡ଼ିବ।” 

Viratବିରାଟ କୋହଲିଙ୍କ ପୋଷ୍ଟ

ମ୍ୟାଚ୍‌ କଥା ବିଚାରକୁ ନେଲେ ଭାରତ ଉପରେ ଏବେ ଫଲୋଅନର ବିପଦ ରହିଛି। ଅଜିଙ୍କ୍ୟ ରାହାଣେ ଏକାକୀ ଲଢ଼େଇ କରୁଥିବା ବେଳେ ତାଙ୍କୁ ଶାର୍ଦ୍ଦୁଲ ଠାକୁର ସାଥ ଦେଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ତା’ର ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୨୫୯ ରନ କରିଛି। ରାହାଣେ ୮୯ ଓ ଠାକୁର ୩୬ ରନ କରି କ୍ରିଜଜରେ ରହିଛନ୍ତି।

Virat Kohli World Test Championship Finale WTC WTC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe