Advertisment

ଏସିଆ କପ ଇତିହାସରେ ପ୍ରଥମ: କମାଲ କଲେ ବିରାଟ-ରାହୁଲ ଯୋଡ଼ି

ବିରାଟ ଓ ରାହୁଲ ୨୩୩ ରନର ଭାଗିଦାରୀ କରି ଏସିଆ କପରେ ପୂର୍ବରୁ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Virat

Virat

Advertisment

ଏସିଆ କପ ଇତିହାସରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି ଓ କେଏଲ ରାହୁଲ। ଉଭୟ ପାକିସ୍ତାନ ବିପକ୍ଷ ଏସିଆ କପ ସୁପର ୪ ମୁକାବିଲାରେ ରେକର୍ଡ ବ୍ରେକିଂ ଭାଗିଦାରୀ କରି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏସିଆ କପରେ ପୂର୍ବରୁ ଯାହା ଘଟି ନଥିଲା, ସେକଥା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କରି ଦେଖାଇଛନ୍ତି ଏହି ଯୋଡ଼ି।

Advertisment

ବର୍ଷା ବାଧାପ୍ରାପ୍ତ ପାକିସ୍ତାନ ବିପକ୍ଷରେ ବିରାଟ ଓ ରାହୁଲ ଶତକ ହାସଲ କରିଛନ୍ତି। ଏଥିସହ ତୃତୀୟ ୱିକେଟ ପାଇଁ ୧୯୪ ବଲରେ ଅପରାଜିତ ୨୩୩ ରନର ଭାଗିଦାରୀ କରିଛନ୍ତି। ଏହି ପାର୍ଟନରଶିପ ଯୋଗୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ବିଶାଳ ୫୭ ରନର ଟାର୍ଗେଟ ମିଳିଛି।

ତେବେ ବିରାଟ ଓ ରାହୁଲ ୨୩୩ ରନର ଭାଗିଦାରୀ କରି ଏସିଆ କପରେ ପୂର୍ବରୁ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ପାକିସ୍ତାନର ମହମ୍ମଦ ହାଫିଜ ଓ ନଶିର ଜାମସେଦ ଭାରତ ବିପକ୍ଷରେ ୨୨୪ ରନର ଭାଗିଦାରୀ କରିଥିଲେ। କିନ୍ତୁ ଆଜି ଏହାକୁ ବିରାଟ ଓ ରାହୁଲ ଭାଙ୍ଗି ଦେଇଛନ୍ତି।

Advertisment

ତାଲିକାର ତୃତୀୟ ସ୍ଥାନରେ ସୋଏବ ମଲିକ ଓ ୟୁନିସ ଖାନ ୨୧୪ ରନ ସହ ରହିଥିବା ବେଳେ ୪ର୍ଥରେ ସମାନ ୨୧୪ ରନ ସହ ଇଫତକାର ଅହମଦ ଓ ବାବର ଆଜମ ଏବଂ ୫ମ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଓ ବରାଟ କୋହଲି ୨୧୩ ରନ ସହ ରହିଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ଭାରତ ପାଇଁ ମଧ୍ୟ ଏହା ସବୁଠାରୁ ବଡ଼ ଭାଗିଦାରୀ। ପୂର୍ବରୁ ଏହି ରେକର୍ଡ ନବଜୋତ ସିଂହ ସିନ୍ଧୁ ଓ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା। ଉଭୟ ୧୯୯୬ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦ୍ୱିତୀୟ ୱିକେଟ ପାଇଁ ୨୩୧ ରନର ପାର୍ଟନରଶିପ କରିଥିଲେ। କିନ୍ତୁ ଆଜି ୨୩୩ ରନ କରି ବିରାଟ ଓ ରାହୁଲ ଏହାକୁ ଭାଙ୍ଗି ଦେଇଛନ୍ତି।

ଏହି ଦୁଇ ଯୋଡ଼ି ବ୍ୟତୀତ ଭାରତ ପାଇଁ ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ଓ ଶିଖର ଧୱନ ୨୦୧୮ରେ ୨୧୦ ରନ ଏବଂ ୨୦୦୫ରେ ରାହୁଲ ଡ୍ରାଭିଡ ଓ ବୀରେନ୍ଦ୍ର ସେହୱାଗ ତୃତୀୟ ୱିକେଟ ପାଇଁ ୨୦୧ ରନ ଯୋଡ଼ି ଥିଲେ। ଅପରାଜିତ ୨୩୩ ଭାରତ ପାଇଁ ମଧ୍ୟ ୩ୟ ୱିକେଟରେ ସବୁଠାରୁ ବଡ଼ ଭାଗିଦାରୀ।

Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe