Advertisment

ଆଜି ଘୋଷଣା ହୋଇପାରେ ଟି-୨୦ ସ୍କ୍ୱାଡ: ଫେରିବେ ବିରାଟ ଓ ରୋହିତ ଶର୍ମା!

ଉଭୟ ପରୋକ୍ଷରେ ଟି-୨୦ ଖେଳିବା ପାଇଁ ଉପଲବ୍ଧ ରହିବେ ବୋଲି କହି ସାରିଛନ୍ତି। ଏହି ଦୁଇ ଭେଟରାନ କ୍ରିକେଟର ପ୍ରାୟ ଗୋଟିଏ ବର୍ଷ ହେଲା ଭାରତ ପାଇଁ ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି।

author-image
Hemant Lenka
Rohit

Rohit

ବିଶ୍ୱକପ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ଆଜି ଘୋଷଣା ହୋଇପାରେ। ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଜାନୁଆରୀ ୧୧ରେ ଖେଳାଯିବ। ତେଣୁ ବିସିସିଆଇ ଓ ଟିମ ମ୍ୟାନେଜମେଣ୍ଟ ମିଳିତ ଭାବେ ବିଶ୍ୱକପକୁ ଦୃଷ୍ଟିରେ ରଖି ଉକ୍ତ ସିରିଜ ପାଇଁ ଖେଳାଳି ଚୟନ କରିବେ।

Advertisment

ତେବେ ଏହି ସିରିଜକୁ ବିରାଟ କୋହଲି ଓ ରୋହିତ ଶର୍ମା ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଉଭୟ ପରୋକ୍ଷରେ ଟି-୨୦ ଖେଳିବା ପାଇଁ ଉପଲବ୍ଧ ରହିବେ ବୋଲି କହି ସାରିଛନ୍ତି। ଏହି ଦୁଇ ଭେଟରାନ କ୍ରିକେଟର ପ୍ରାୟ ଗୋଟିଏ ବର୍ଷ ହେଲା ଭାରତ ପାଇଁ ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିରାଟ ଓ ରୋହିତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଖେଳିବାକୁ ଚାହୁଁଛନ୍ତି। ଏହାପୂର୍ବରୁ ଉଭୟ ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ ଅନ୍ତର୍ଜାତୀୟ ସିରିଜ ମଧ୍ୟ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୨ ବିଶ୍ୱକପ ସେମି ଫାଇନାଲ ପରେ ବିରାଟ ଓ ରୋହିତ ଆଉ ଟି-୨୦ରେ ନଜର ଆସି ନାହାନ୍ତି। ସେବେଠାରୁ ଉଭୟ କେବଳ ଟେଷ୍ଟ ଓ ଦିନିକିଆ ଖେଳିବାରେ ବ୍ୟସ୍ତ ରହିଛନ୍ତି।

Advertisment

ସେମାନଙ୍କ ଅନୁପସ୍ଥିତିରେ ଚୟନ କମିଟି ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ ଓ ଈଶାନ କିଶନଙ୍କ ଭଳି ଯୁବ ପ୍ରତିଭାଙ୍କୁ ଖୋଜି ବାହାର କରିଛି। କିନ୍ତୁ ବିଶ୍ୱକପ ପୂର୍ବରୁ ଶେଷ ଟି-୨୦ ସିରିଜରେ ଅନେକ ପରିବର୍ତ୍ତନ ହେବ। କାରଣ ଦୁଇ ଭେଟରାନ ଟି-୨୦କୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଟି-୨୦ ସିରିଜରେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ମିଳିପାରେ। ଉଭୟ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ। ସେହିପରି ମହମ୍ମଦ ଶାମିଙ୍କ କମବ୍ୟାକକୁ ନେଇ ଏବେ ବି କୌଣସି ପ୍ରକାରର ସ୍ପଷ୍ଟ ସୂଚନା ମିଳିନାହିଁ।

ଆହତ କାରଣରୁ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନ ବିପକ୍ଷ ସିରିଜରେ ଉପଲବ୍ଧ ହେବେ ନାହିଁ। ହାର୍ଦ୍ଦିକ ଦିନିକିଆ ବିଶ୍ୱକପ ବେଳେ ଆହତ ହୋଇଥିଲେ। ସେବେଠାରୁ ତାଙ୍କୁ ଆଉ ମୈଦାନରେ ଦେଖିବାକୁ ମିଳିନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ବେଳେ ସୂର୍ଯ୍ୟ କୁମାର ଆହତ ହୋଇଥିଲେ। ଉଭୟ ଗୋଟିଏ ମାସ ଯାଏ କ୍ରିକେଟରୁ ଦୂରେଇ ରହିବେ ବୋଲି ଜଣାପଡ଼ିଛି।

ବିସିସିଆଇ ଆଜି ଆଫଗାନିସ୍ତାନ ବିପକ୍ଷ ସିରିଜ ସହ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ମଧ୍ୟ ରୋଷ୍ଟର ଜାରି କରିପାରେ।

Virat Kohli Rohit Sharma T20 Cricket