Advertisment

୨୦୨୧ ଟି-୨୦ ବିଶ୍ୱକପରେ ପାକ୍‌ ଠାରୁ ହାରିଥିଲା ଭାରତ, ଏବେ ବଡ଼ କଥା କହିଲେ ବିରାଟ

ପ୍ରଥମଥର ପାଇଁ କୌଣସି ବିଶ୍ୱକପରେ ପାକିସ୍ତାନ ପ୍ରତିପକ୍ଷ ଭାରତକୁ ହରାଇବାକୁ ସକ୍ଷମ ହୋଇଥିଲା।

author-image
Hemant Lenka
Virat

Virat

ଦୁବାଇରେ ଖେଳା ଯାଇଥିବା ୨୦୨୧ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଭାରତର କମାଣ ବିରାଟ କୋହଲିଙ୍କ ହାତରେ ଥିଲା। ତେବେ ପ୍ରଥମଥର ପାଇଁ କୌଣସି ବିଶ୍ୱକପରେ ପାକିସ୍ତାନ ପ୍ରତିପକ୍ଷ ଭାରତକୁ ହରାଇବାକୁ ସକ୍ଷମ ହୋଇଥିଲା।

Advertisment

୧୦ ୱିକେଟରେ ପାକିସ୍ତାନ ଠାରୁ ଜିତିବା ପରେ ଭାରତକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାର ଠିକ ଗୋଟିଏ ବର୍ଷ ପରେ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଭାରତ କମାଣ ଧରିଥିଲେ। କିନ୍ତୁ ପାକିସ୍ତାନକୁ ବିରାଟ କୋହଲି ୮୨ ରନର ଚମତ୍କାର ଇନିଂସ ଖେଳି ହରାଇଥିଲେ। ବିରାଟଙ୍କ ସର୍ବଶ୍ରେଷ୍ଠ ଇନିଂସ ମଧ୍ୟରୁ ଏହା ଅନ୍ୟତମ।

୨୦୨୧ ଟି-୨୦ ବିଶ୍ୱକପର ଉକ୍ତ ମ୍ୟାଚ୍‌ରେ ବାବର ଆଜମ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲର ଶାହୀନ ଶାହ ଆଫ୍ରିଦି ପ୍ରଥମ ଦୁଇ ଓଭର୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ରୋହିତ ଶର୍ମାଙ୍କୁ ସେ ଶୂନ ଓ କେଏଲ ରାହୁଲଙ୍କୁ ମାତ୍ର ୩ ରନରେ ପ୍ୟାଭିଲିୟନ ପଠାଇ ଦେଇଥିଲେ।

Advertisment

ବିରାଟ ଅଧିନାୟକ ଭାବେ ଲଢ଼େଇ କରି ୪୯ ବଲରେ ୫୭ ରନ କରିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମଧ୍ୟ ମାରିଥିଲେ। ବିରାଟଙ୍କ ପରେ ଋଷଭ ପନ୍ତ ୩୦ ବଲରେ ୩୯ କରିବାକୁ ଭାରତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୧ ରନ କରିବାକୁ ସକ୍ଷମ ହୋଇଥିଲା।

ଏହାର ଜବାବରେ ପାକିସ୍ତାନର ଦୁଇ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଭାରତୀୟ ବୋଲରଙ୍କୁ କୌଣସି ପ୍ରଭାବ ବିସ୍ତାର କରିବାକୁ ଦେଇ ନଥିଲେ। ପାକିସ୍ତାନ ବିନା କୌଣସି ୱିକେଟ ହରାଇ ୧୭.୫ ଓଭର୍‌ରେ ବିଜୟ ହାସଲ କରି ନେଇଥିଲା। ବିରାଟ ଉକ୍ତ ପରାସ୍ତରୁ ମୁକୁଳି ସାରିଲେଣି। ସେ ରେକର୍ଡ ପରେ ରେକର୍ଡ ମଧ୍ୟ କରି ଚାଲିଛନ୍ତି।

ଏବେ ସେ ୨୦୨୧ ପରାଜୟକୁ ନେଇ ସର୍ବସମ୍ମୁଖରେ ବଡ଼ ବୟାନ ରଖିଛନ୍ତି। ବିରାଟ କହିଛନ୍ତି, “ପାକିସ୍ତାନ ଠାରୁ ଆମେ ୨୦୨୧ରେ ହାରିଥିଲୁ ବୋଲି କେବେ ବି ୨୦୨୨ରେ ମୋ ମୁଣ୍ତକୁ ଆସିନି। ଖେଳରେ ମାନବ ତ୍ରୁଟି ରହିବ। ସବୁବେଳେ ଆପଣ ଜିତିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ପୂର୍ବରୁ ଆମେ ପାକିସ୍ତାନ ଠାରୁ ସବୁ ମ୍ୟାଚ୍‌ ଜିତି ଆସିଥିଲୁ।

କିନ୍ତୁ ସେଦିନ, ସେମାନେ ଆମକୁ ହରାଇଥିଲେ। ଏହାକୁ ସ୍ୱୀକାର କରିବାରେ ଲାଜ କରିବାର କିଛି କାରଣ ନାହିଁ। ତାହା ଆମ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ଶିକ୍ଷା ଥିଲା। ପୂର୍ବରୁ ଆମେ ସେମାନଙ୍କୁ ପରାସ୍ତ କରିଥିଲୁ ବୋଲି ଭାବି ଆମେ ମ୍ୟାଚ୍‌ ଖେଳି ପାରିବା ନାହିଁ। ସମସ୍ତେ ଅଧିକ ଆଶା ଆମ ଉପରେ ରଖିଥିଲେ। କିନ୍ତୁ ସେଦିନ ପାକିସ୍ତାନ ଠାରୁ ଆମ ଠାରୁ ଭଲ ଖେଳିଥିଲା।”

ପାକିସ୍ତାନ ଠାରୁ ଏକତରଫା ପରାଜୟର ଗୋଟିଏ ବର୍ଷ ପରେ ବିରାଟ ଦମଦାର ଢଙ୍ଗରେ ଏହାର ପ୍ରତିଶୋଧ ନେଇଥିଲେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବିରାଟ ପାକିସ୍ତାନ ବିପକ୍ଷରେ ୮୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିସହ ଭାରତକୁ ୪ ୱିକେଟରେ ବିଜୟ ଭେଟି ଦେଇଥିଲେ। ବିରାଟଙ୍କ ଉକ୍ତ ଇନିଂସକୁ ସମସ୍ତେ ଏବେ ବି ମନେ ରଖିଛନ୍ତି।

ଅନ୍ୟପକ୍ଷରେ ରବିବାର ବିରାଟ ତାଙ୍କ କ୍ରିକେଟ କ୍ୟାରିୟରରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ୪୯ତମ ଶତକ ହାସଲ କରିଛନ୍ତି। ଏହି ଶତକ ପରେ ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ମଧ୍ୟ ହୋଇଯାଇଛନ୍ତି।

Pakistan Virat Kohli ICC CWC 2023