Advertisment

ଦ୍ୱିତୀୟ ଖେଳାଳି ଭାବେ ବିରାଟ କଲେ ଏହି ରେକର୍ଡ

ପୁଣେ: ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଠାରୁ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାସ୍ତ ହୋଇଛି। ୩୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ଇଂଲିଶ ଟିମ୍‌ ବେଶ ସହଜରେ ୪ଟି ୱିକେଟ ହରାଇ ହାସଲ କରିନେଇଛି। ଏହି ବିଜୟ ସହ ଭ୍ରମଣକାରୀ ଦଳ ଦିନିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି। ଏବେ ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆସନ୍ତାକାଲି ଖେଳାଯିବ। ଟିମ୍‌ ଇଣ୍ଡିଆ ମ୍ୟାଚ୍‌ରେ ହାରି ଯାଇଥିଲେ ହେଁ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ କ୍ଲବରେ […]

author-image
Hemant Lenka
ଦ୍ୱିତୀୟ ଖେଳାଳି ଭାବେ ବିରାଟ କଲେ ଏହି ରେକର୍ଡ

Virat-Kohli

ପୁଣେ: ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଠାରୁ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାସ୍ତ ହୋଇଛି। ୩୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ଇଂଲିଶ ଟିମ୍‌ ବେଶ ସହଜରେ ୪ଟି ୱିକେଟ ହରାଇ ହାସଲ କରିନେଇଛି। ଏହି ବିଜୟ ସହ ଭ୍ରମଣକାରୀ ଦଳ ଦିନିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି। ଏବେ ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆସନ୍ତାକାଲି ଖେଳାଯିବ।

Advertisment

ଟିମ୍‌ ଇଣ୍ଡିଆ ମ୍ୟାଚ୍‌ରେ ହାରି ଯାଇଥିଲେ ହେଁ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛନ୍ତି। ସେ ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ ଦିନିକିଆରେ ୩ନଂରେ ବ୍ୟାଟିଂ କରି ୧୦ ହଜାର ରନ୍‌ ହାସଲ କରିଛନ୍ତି। ୩ନଂରେ ବ୍ୟାଟିଂ କରି ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ।

ସେ ଏହି ସ୍ଥାନରେ ବ୍ୟାଟିଂ କରି ୩୩୦ଟି ଇନିଂସ୍‌ରେ ୧୨,୬୬୨ ରନ୍‌ କରିଛନ୍ତି। କିନ୍ତୁ ବିରାଟ ମାତ୍ର ୧୯୦ଟି ଇନିଂସ୍‌ରେ ୧୦ ହଜାର ରନ୍‌ କ୍ଲବରେ ନିଜକୁ ସାମିଲ କରି ନେଇଛନ୍ତି। ତେଣୁ ପଣ୍ଟିଂକୁ ଅତିକ୍ରମ କରିବା ପାଇଁ ତାଙ୍କ ପାଖରେ ଏବେ ସୁଯୋଗ ରହିଛି।

Advertisment

୩ ନଂରେ ବ୍ୟାଟିଂ କରି ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟରଙ୍କ ତାଲିକାରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୨୩୮ଟି ଇନିଂସରେ ୯,୭୪୭ ରନ୍‌ ଓ ଦକ୍ଷିଣ ଆଫ୍ରିକାର ଜ୍ୟାକ୍‌ କାଲିସ (୭୭୭୪ ରନ୍‌) ରହିଛନ୍ତି।

ଅନ୍ୟପକ୍ଷରେ ୨୦୦୮ରେ ଭାରତ ପାଇଁ ଦିନିକିଆରେ ଡେବ୍ୟୁ କରିଥିବା ବିରାଟ ଏଯାଏ ୨୪୪ଟି ଇନିଂସ୍‌ରେ ୧୨,୧୬୨ ରନ୍‌ କରିଛନ୍ତି। ଏହା ମଧ୍ୟରେ ୬୨ଟି ୫୦ ଓ ୪୩ଟି ଶତକ ରହିଛି। ଗତକାଲି ମ୍ୟାଚ୍‌ରେ ସେ ନିଜ ଦିନିକିଆ କ୍ୟାରିୟରର ୬୨ ତମ ଅର୍ଦ୍ଧଶତକ ହାସଲ କରିଥିଲେ।

ସେ ଇଂଲଣ୍ଡ ବିପକ୍ଷର ଦ୍ୱିତୀୟ ଦିନିକିଆରେ ୭୯ଟି ବଲ୍‌ରେ ୬୬ ରନ୍‌ର ଇନିଂସ ଖେଳିଥିଲେ। ବିରାଟଙ୍କ ବ୍ୟତୀତ କେଏଲ ରାହୁଲ ଶତକ ମଧ୍ୟ ହାସଲ କରିଥିଲେ। ଏହାକୁ ଆଧାର କରି ଟିମ୍‌ ଇଣ୍ଡିଆ ୬ ୱିକେଟ ହରାଇ ୩୩୬ ରନ୍‌ କରିଥିଲା। ତେବେ ଜନ୍ନି ବେୟାରଷ୍ଟୋଙ୍କ ଶତକ ଓ ବେନ୍‌ ଷ୍ଟୋକ୍ସଙ୍କ ବିସ୍ଫୋରକ ୯୯ ରନ୍‌ ରନ୍‌ ବଳରେ ଇଂଲଣ୍ଡ ଏହି ବିଶାଳ ଟାର୍ଗେଟକୁ ସହଜରେ ହାସଲ କରି ନେଇଥିଲା।