Advertisment

ଗିଲଙ୍କ ପରେ ୬୧ରେ ରୋହିତ, ୫୧ରେ ବିରାଟ ଆଉଟ

ଦଳୀୟ ସ୍କୋର ୧୩୦ ଥିବା ବେଳେ ରୋହିତ ଆଉଟ ହୋଇଥିଲେ। ଆଜିର ଇନିଂସରେ ସେ ୮ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ଅଦ୍ୟତନ ହୋଇଛି
Rohit

Rohit

Advertisment

ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଆଉଟ ହୋଇଯାଇଛନ୍ତି ଅଧିନାୟକ ରୋହିତ ଶର୍ମା। ସେ ଆଜି ୫୪ ବଲରେ ୬୧ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ରୋହିତ ଡଚ ଟିମର ଅଲରାଉଣ୍ଡର ବାସ ଡେ ଲିଡେଙ୍କ ବଲକୁ ଛକା ମାରିବାକୁ ଯାଇ ବାରେସିଙ୍କ ହାତରେ ଧରା ପଡ଼ି ଯାଇଛନ୍ତି। ଦଳୀୟ ସ୍କୋର ୧୩୦ ଥିବା ବେଳେ ରୋହିତ ଆଉଟ ହୋଇଥିଲେ। ଆଜିର ଇନିଂସରେ ସେ ୮ଟି ଚୌକା ଓ ୨ଟି ଛକା ମାରିଛନ୍ତି।

Advertisment

ରୋହିତଙ୍କ ପରେ ଭଲ ଲୟରେ ଥିବା ବିରାଟ କୋହଲି ମଧ୍ୟ ୫୧ ରନ କରି ଆଉଟ ହୋଇଛନ୍ତି। ତାଙ୍କୁ ଅଭିଜ୍ଞ ରୋଲଫ ଭାନ ଡେର ମେରୱେ କ୍ଲିନ ବୋଲ୍ଡ କରି ଦେଇଛନ୍ତି। ଗିଲ ଓ ରୋହିତ ଆଉଟ ହେବା ପରେ ନିଜର ଦ୍ୱିତୀୟ ଘର ବେଙ୍ଗାଲୁରୁରେ ବିରାଟ କୋହଲି କମାଣ ସମ୍ଭାଳିଥିଲେ। ସେ ୫୩ ବଲରେ ୫୦ ରନ ମଧ୍ୟ ପୂରଣ କରିଥିଲେ। ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୭୧ତମ ଅର୍ଦ୍ଧଶତକ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆଉ ୧ ରନ କରି ବୋଲ୍ଡ ହୋଇଯାଇଛନ୍ତି। 

ଏବେ ଶ୍ରେୟସ ଆୟର ଓ କେଏଲ ରାହୁଲ ସ୍ଥିତି ସମ୍ଭାଳିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୨୯ ଓଭର ସୁଦ୍ଧା ୩ ୱିକେଟ ହରାଇ ୨୦୨ ରନ କରି ନେଇଛି। 

Advertisment

ଆଜି ଆରମ୍ଭରୁ ହିଁ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ। କିନ୍ତୁ ମଧ୍ୟ ଭାଗରେ ସେ ସାମାନ୍ୟ ଧିମା ପଡ଼ି ଯାଇଥିଲେ। କାରଣ ଅନ୍ୟତମ ଓଭନର ଶୁବମନ ଗିଲ୍‌ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୧୦୦ ଥିବା ବେଳେ ଗିଲ୍‌ ୩୨ ବଲରେ ୫୧ ରନ କରି ପଲ ଭାନ ମିକରନଙ୍କ ବଲରେ ଆଉଟ ହୋଇଥିଲେ। ଆଉ ୩୦ ରନ ପରେ ରୋହିତ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ଦଳୀୟ ସ୍କୋର ୨୦୦ ଥିବା ବେଳେ ଭାରତ ବିରାଟଙ୍କୁ ହରାଇଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe