୬ ମାସ ତଳେ ରଚାଯାଇଥିଲା ଚକ୍ରବ୍ୟୂହ, ଚାଲିଥିଲା ବିରାଟ୍-ବିସିସିଆଇ ଲଢ଼େଇ!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବା ନେଇ ଘୋଷଣା କରିସାରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଅନେକେଙ୍କୁ ଚକିତ କରିଛି। କିନ୍ତୁ ଏହାର ପ୍ରସ୍ତୁତି ଦୀର୍ଘ ଦିନ ଧରି ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅତ୍ୟଧିକ କାର୍ଯ୍ୟଭାର କଥା କହି କୋହଲି ଟି-୨୦ ବିଶ୍ୱକପ୍ ପରେ କ୍ୟାପଟେନ୍ ପଦ ଛାଡ଼ିବା କଥା କହିଛନ୍ତି। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ପରେ ତାଙ୍କ ଖରାପ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିଥିଲା। ଆଉ ଏହି […]

virat kohli

Ranjit Kumar Jena
  • Published: Friday, 17 September 2021
  • , Updated: 17 September 2021, 06:55 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବା ନେଇ ଘୋଷଣା କରିସାରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଅନେକେଙ୍କୁ ଚକିତ କରିଛି। କିନ୍ତୁ ଏହାର ପ୍ରସ୍ତୁତି ଦୀର୍ଘ ଦିନ ଧରି ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅତ୍ୟଧିକ କାର୍ଯ୍ୟଭାର କଥା କହି କୋହଲି ଟି-୨୦ ବିଶ୍ୱକପ୍ ପରେ କ୍ୟାପଟେନ୍ ପଦ ଛାଡ଼ିବା କଥା କହିଛନ୍ତି। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ପରେ ତାଙ୍କ ଖରାପ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିଥିଲା। ଆଉ ଏହି ପ୍ରଦର୍ଶନ ପରେ କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

କ୍ରିକବଜ୍ ରିପୋର୍ଟ ମୁତାବକ, ନୂଆ ଚୟନ କମିଟି ଓ କୋଚିଂ ଷ୍ଟାଫରେ ପରିବର୍ତ୍ତନ ଯୋଗୁ ବିରାଟ କୋହଲିଙ୍କ ପାଇଁ ଚ୍ୟାଲେଞ୍ଜ ବଢ଼ିଯାଇଥିଲା। ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଶିଖର ଧୱନଙ୍କୁ ସାମିଲ କରିବା ଲାଗି କୋହଲିଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଚୟନ କମିଟି ଧୱନଙ୍କ ସ୍ଥାନରେ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଟିମରେ ସୁଯୋଗ ଦେବାକୁ ଚାହୁଁଥିଲେ। କିନ୍ତୁ ଧୱନଙ୍କୁ ଟିମରେ ସାମିଲ୍ କରିବା ପାଇଁ ଅଡ଼ି ବସିଥିଲେ କୋହଲି।

ହୁଏତ ଏହା ପରେ ଚୟନ କମିଟି ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧୱନଙ୍କୁ ଟିମର କ୍ୟାପଟେନ୍ କରିଥିଲେ। କିନ୍ତୁ ମାର୍ଚ୍ଚରେ ହୋଇଥିବା ବୈଠକ ପରେ ଟିମ୍ ଘୋଷଣା କରିବା ଏବଂ ସହମତି ପାଇଁ ୫ ଦିନ ସମୟ ଲାଗି ଯାଇଥିଲା।

ତେବେ ସୂତ୍ରରୁ ଖବର ମିଳିଛି ଯେ କ୍ୟାପଟେନ୍ ଓ ଚୟନକର୍ତ୍ତାଙ୍କ ଭିତରେ କୌଣସି ପ୍ରକାରର ବିବାଦ ନାହିଁ। ମାର୍ଚ୍ଚରେ ହୋଇଥିବା ମାମଲା ଏକ ବ୍ୟତିକ୍ରମ। ଏହି ମାମଲାରେ କୋହଲିଙ୍କ ଜଣେ ନିକଟତମ ବ୍ୟକ୍ତିଙ୍କର କହିବା ଅନୁଯାୟୀ, କୋହଲଙ୍କୁ ଏବେ କିଛି ବି ପ୍ରମାଣ କରିବାର ଆବଶ୍ୟକ ନାହିଁ। ବିସିସିଆଇ କୋହଲିଙ୍କ ଉପରୁ ଚାପ କମ୍ କରିବାକୁ ଚାହୁଁଥିଲେ।

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ କୋହଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ମୁଖ୍ୟ ଚୟନକର୍ତ୍ତାଙ୍କ ସହ ମିଶି ବୈଠକ କରିଥିଲେ। ଯେଉଁଥିରେ ସେ ନିଜ ନିଷ୍ପତ୍ତି ସମ୍ବନ୍ଧରେ ଜଣାଇଥିଲେ। ସେ ଟି-୨୦ ବିଶ୍ୱକପ୍ ପରେ କ୍ୟାପଟେନ୍ ପଦ ଛାଡ଼ିବା କଥା କହିଥିଲେ, ଯାହାଦ୍ୱାରା ବୋର୍ଡ ଓ ଚୟନକର୍ତ୍ତାଙ୍କୁ ସମୟ ମିଳିପାରିବ। କିନ୍ତୁ କୋହଲି ଗୁରୁବାର କ୍ୟାପଟେନ୍ ଛାଡ଼ିବା କଥା କହିଥିଲେ। ଏହା ପରେ ଜୟ ଶାହ କହିଥିଲେ ଯେ କୋହଲି ଆରସିବି ବ୍ୟତୀତ ଦିନିକିଆ ଟିମର ନେତୃତ୍ୱ ନେବା ଜାରି ରଖିବେ।

Related story