Advertisment

ହାରିଲେ କୋହଲି, ୯ ୱିକେଟରେ ଜିତିଲା କେକେଆର୍

ଆବୁ ଧାବି: ଦମଦାର ବୋଲିଂ ଦମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୯ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ନୈରାଶ୍ୟଜନକ ବ୍ୟାଟିଂ କରି ୧୯ ଓଭରରେ ମାତ୍ର ୯୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ କେକେଆର୍ ୧୦ ଓଭରରେ ୧ ୱିକେଟ୍ ହରାଇ ୯୪ ରନ୍ କରି ବିଜୟୀ ହୋଇଛି। ଲକ୍ଷ୍ୟର ପିଛା କରୁଥିବା କେକେଆର୍ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ଓପ୍ନର […]

ହାରିଲେ କୋହଲି, ୯ ୱିକେଟରେ ଜିତିଲା କେକେଆର୍

iyer

Advertisment

ଆବୁ ଧାବି: ଦମଦାର ବୋଲିଂ ଦମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୯ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ନୈରାଶ୍ୟଜନକ ବ୍ୟାଟିଂ କରି ୧୯ ଓଭରରେ ମାତ୍ର ୯୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ କେକେଆର୍ ୧୦ ଓଭରରେ ୧ ୱିକେଟ୍ ହରାଇ ୯୪ ରନ୍ କରି ବିଜୟୀ ହୋଇଛି।

Advertisment

ଲକ୍ଷ୍ୟର ପିଛା କରୁଥିବା କେକେଆର୍ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ଓପ୍ନର ଶୁବମନ୍ ଗିଲ୍ ଓ ଡେବ୍ୟୁଟାଣ୍ଟ ଭେଙ୍କଟେଶ ଆୟର୍ ପ୍ରଥମ ୱିକେଟ୍ ପାଇଁ ୮୨ ରନର ଭାଗିଦାରୀ କରିଥିଲେ। ଗିଲ୍ ୩୪ ବଲରେ ୬ ଚୌକା ଓ ୧ ଛକା ସହ ୪୮ ରନ୍ କରି ଆଉଟ୍ ହୋଇଥିଲେ। ଆୟର୍ ୨୭ ବଲରେ ୭ ଚୌକା ଓ ୧ ଛକା ସହ ୪୧ ରନ୍ କରି ଅପରାଜିତ ଥିଲେ। ଆରସିବି ପକ୍ଷରୁ ମହମ୍ମଦ ସିରାଜ ଏକମାତ୍ର ୱିକେଟ୍ ନେଇଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଆରସିବିକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଇନିଂସର ଦ୍ୱିତୀୟ ଓଭରରେ କେକେଆର୍ ପେସର୍ ପ୍ରସିଦ୍ଧ କୃଷ୍ଣ କୋହଲିଙ୍କୁ ଆଉଟ୍ ବଡ଼ ସଫଳତା ହାସଲ କରିଥିଲେ। କୋହଲି ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଦେବିଦତ୍ତ ପାଡିକଲ୍ ଓ ଡେବ୍ୟୁଟାଣ୍ଟ ଶ୍ରୀକର ଭରତ ଦ୍ୱିତୀୟ ୱିକେଟ୍ ପାଇଁ ୩୧ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ି ପ୍ୟାଭିଲିୟନ୍ ଫେରିବା ପରେ ଆରସିବିର ବଡ଼ ସ୍କୋର ଆଶା ଧୂଳିସାତ୍ ହୋଇଯାଇଥିଲା।

Advertisment

ପାଡିକଲ(୨୨)ଙ୍କୁ ଲକି ଫର୍ଗୁସନ୍ ପ୍ୟାଭିଲିୟନ୍ ପଠାଇଥିବା ବେଳେ ଭରତ (୧୬)ଙ୍କୁ ଆନ୍ଦ୍ରେ ରସେଲ୍ ଆଉଟ୍ କରିଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ପୂରା ନିରାଶ କରିଥିଲେ। ଡି’ଭିଲିୟର୍ସ ଆସୁ ଆସୁ ରସେଲଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ମ୍ୟାକ୍ସୱେଲ ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ ଏବଂ ମାତ୍ର ୧୦ ରନ୍ କରି ବରୁନ ଚକ୍ରବର୍ତ୍ତୀଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

ଲୋୟର୍ ଅର୍ଡରରେ ସଚିନ ବେବି (୭), ପ୍ରଥମଥର ଆଇପିଏଲ୍ ଖେଳୁଥିବା ୱାନିନ୍ଦୁ ହସରଙ୍ଗା (୦), କାଇଲ୍ ଜେମିସନ୍ (୪), ହର୍ଷଲ୍ ପଟେଲ୍ (୧୨), ମହମ୍ମଦ ସିରାଜ (୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ୟୁଜବେନ୍ଦ୍ର ଚହଲ୍ ୨ ରନ୍ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ବରୁନ୍ ଓ ରସେଲ୍ ୩ଟି ଲେଖାଏ, ଫର୍ଗୁସନ୍ ୨ଟି ଓ ପ୍ରସିଦ୍ଧ କୃଷ୍ଣ ଗୋଟିଏ ୱିକେଟ୍ ନେଇଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe