Advertisment

ନରିନଙ୍କ ଜଲୱା, ଦିଲ୍ଲୀକୁ ଧୂଳି ଚଟାଇଲା କୋଲକାତା

ଶାରଜା: ସୁନୀଲ ନରିନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୩ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ କେକେଆର୍ ଚଳିତ ଆଇପିଏଲରେ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭ ରନ୍ କରିଥିଲା। ଜବାବରେ କେକେଆର୍ ୧୮.୨ ଓଭର୍ ଖେଳି ୭ ୱିକେଟ ହରାଇ ୧୩୦ ରନ୍ କରି ବିଜୟୀ ହୋଇଛି। […]

ଅଦ୍ୟତନ ହୋଇଛି
ନରିନଙ୍କ ଜଲୱା, ଦିଲ୍ଲୀକୁ ଧୂଳି ଚଟାଇଲା କୋଲକାତା

dc-vs-kkr

Advertisment

ଶାରଜା: ସୁନୀଲ ନରିନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୩ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ କେକେଆର୍ ଚଳିତ ଆଇପିଏଲରେ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭ ରନ୍ କରିଥିଲା। ଜବାବରେ କେକେଆର୍ ୧୮.୨ ଓଭର୍ ଖେଳି ୭ ୱିକେଟ ହରାଇ ୧୩୦ ରନ୍ କରି ବିଜୟୀ ହୋଇଛି। ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିବା ନରିନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

ଦିଲ୍ଲୀ ଦ୍ୱାରା ଧାର୍ଯ୍ୟ ୧୨୮ ରନର ଲକ୍ଷ୍ୟର ପିଛା କରୁଥିବା କେକେଆର୍ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶୁବମନ୍ ଗିଲ୍ (୩୦) ଓ ଭେଙ୍କଟେଶ ଆୟର (୧୪)ଙ୍କ ଓପନିଂ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୨୮ ରନ୍ ସଂଗ୍ରହ କରିଥିଲେ। ରାହୁଲ ତ୍ରିପାଠୀ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। କ୍ୟାପଟେନ୍ ଇଅନ ମୋର୍ଗାନ୍ ଖାତା ଖୋଲିପାରିନଥିଲେ। ଅଭିଜ୍ଞ ଦିନେଶ କାର୍ତ୍ତିକ ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଏକ ସମୟରେ କେକେଆର୍ ସ୍କୋର ୫ ୱିକେଟରେ ୯୬ ରନରେ ଥିଲା ବେଳେ ନୀତୀଶ ରାଣା ଓ ନରିନ୍ ଦ୍ରୁତ ରନ୍ କରି ଟିମର ବିଜୟ ଆଶା ସଞ୍ଚାର କରିଥିଲେ। ନରିନ୍ ୧୦ ବଲରେ ୧ ଚୌକା ଓ ୨ ଛକା ସହ ୨୧ ରନ୍ କରି ଆଉଟ୍ ହୋଇଥିବା ବେଳେ ନୀତୀଶ ରାଣା ୨୭ ବଲରେ ୨ ଚୌକା ଓ ୨ ଛକା ସହ ୩୬ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ଆଭେଶ ଖାନ୍ ୩ଟି ୱିକେଟ୍ ନେଇଥିଲେ।

Advertisment

ଏହା ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦିଲ୍ଲୀକୁ ଦ୍ରୁତ ଆରମ୍ଭ ଦେଇଥିଲେ ଶିଖର ଧୱନ୍। ହେଲେ ଧୱନ୍ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ସେ ୨୦ ବଲରେ ୫ ଚୌକା ସହ ୨୪ ରନ୍ କରି ଲକି ଫର୍ଗୁସନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟର୍ ଆୟର୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ପୃଥ୍ୱୀ ଶ’ଙ୍କ ସ୍ଥାନରେ ଓପନ୍ କରୁଥିବା ଷ୍ଟିଭ୍ ସ୍ମିଥ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ବ୍ୟକ୍ତିଗତ ୩୯ (୩୪ ବଲ, ୪ ଚୌକା) ରନ୍ କରି ଫର୍ଗୁସନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ସ୍ମିଥଙ୍କ ଆଉଟ୍ ପରେ ପନ୍ତ ଶେଷ ଓଭର ଯାଏ ତିଷ୍ଠି ଥିବା ବେଳେ ବାକି କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ।

ଶିମରନ୍ ହେଟମେୟର୍ (୪), ଲଲିତ ଯାଦବ (୦), ଅକ୍ଷର ପଟେଲ୍ (୦), ରବିଚନ୍ଦ୍ରନ୍ ଅଶ୍ୱିନ୍ (୯) ଓ ଆଭେଶ ଖାନ୍ (୫) ନିରାଶ କରିଥିଲେ। ପନ୍ତ ୩୬ ବଲରେ ୩୯ ରନ୍ (୩ ଚୌକା) କରି ରନଆଉଟ୍ ହୋଇଥିଲେ। କେକେଆର୍ ପକ୍ଷରୁ ଫର୍ଗୁସନ୍, ନରିନ୍ ଓ ଭେଙ୍କଟେଶ ଆୟର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe