Advertisment

୧୦ ରନରେ ହାଇଦ୍ରାବାଦକୁ ହରାଇଲା କୋଲକାତା

ଚେନ୍ନାଇ: ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ ରାଇଡର୍ସ ହରାଇଛି। ପ୍ରଥମେ ବ୍ୟାଟିଂ କରି କେକେଆର ୨୦ ଓଭରରେ ୬ ଓ୍ୱିକେଟ ହରାଇ  ୧୮୭ ରନ କରିଥିଲା। ଏହାପରେ ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୫ ଓ୍ୱିକେଟ ହରାଇ ୧୭୭ ରନ କରିବାରେ ସଫଳ ହୋଇଥିଲା ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ ମନୀଷ ପାଣ୍ଡେ କରିଥିଲେ। ୪୪ ବଲରେ ୨ଟି ଚୌକା ଏବଂ ୩ଟି ଛକା ମାରି ୬୧ ରନ କରି ଅପରାଜିତ […]

ଅଦ୍ୟତନ ହୋଇଛି
୧୦ ରନରେ ହାଇଦ୍ରାବାଦକୁ ହରାଇଲା କୋଲକାତା

KKR-WIN

Advertisment

ଚେନ୍ନାଇ: ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ ରାଇଡର୍ସ ହରାଇଛି। ପ୍ରଥମେ ବ୍ୟାଟିଂ କରି କେକେଆର ୨୦ ଓଭରରେ ୬ ଓ୍ୱିକେଟ ହରାଇ  ୧୮୭ ରନ କରିଥିଲା। ଏହାପରେ ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୫ ଓ୍ୱିକେଟ ହରାଇ ୧୭୭ ରନ କରିବାରେ ସଫଳ ହୋଇଥିଲା

Advertisment

ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ ମନୀଷ ପାଣ୍ଡେ କରିଥିଲେ। ୪୪ ବଲରେ ୨ଟି ଚୌକା ଏବଂ ୩ଟି ଛକା ମାରି ୬୧ ରନ କରି ଅପରାଜିତ ଥିଲେ ମନୀଷ ପାଣ୍ଡେ। ଜନନି ବୈରଷ୍ଟୋ ୫ଟି ଜବରଦସ୍ତ ଚୌକା ଏବଂ ୩ଟି ଛକା ମାରି ୫୫ର ନ କରିଥିଲେ। ହେଲେ କୁମିନ୍ସଙ୍କ ବଲରେ ନୀତିଶ ରାଣାଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। କେକେଆର ପକ୍ଷରୁ ପ୍ରସିଧ କ୍ରିଷ୍ଣା ୨ଟି ଓ୍ୱିକେଟ ନେଇଥିବା ବେଳେ ସକିବ ଅଲ ହାସନ, କୁମିନ୍ସ, ରସେଲ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଦଳ ଏକ ସମୟରେ ସହଜରେ ୨୦୦ ରନ୍ ଅତିକ୍ରମ କରିଯିବ ବୋଲି ଲାଗୁଥିଲା। କିନ୍ତୁ ରାଣା ଓ ତ୍ରିପାଠୀଙ୍କ ଆଉଟ୍ ପରେ ଏହି ଆଶା ମଉଳି ଯାଇଥିଲା। ହେଲେ ଶେଷଆଡ଼କୁ ପୂର୍ବତନ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଦ୍ରୁତ ରନ୍ କରି ଦଳକୁ ଏକ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

Advertisment

ନୀତୀଶ ୫୬ ବଲର ସାମ୍ନା ୮୦ ରନ୍ କରିଛନ୍ତି, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଅଛି। ସେହିପରି ରାହୁଲ୍ ୨୯ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। ସେହିପରି କାର୍ତ୍ତିକ ୯ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୨୨ ରନ୍ କରିଛନ୍ତି। କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଓ ଆନ୍ଦ୍ରେ ରସେଲଙ୍କ ଭଳି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଦୁଇ ଆଫଗାନୀ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଦମଦାର ବୋଲିଂ କରି ଦୁଇଟି ଲେଖାଏ ସଫଳତା ପାଇଥିଲେ।

ସୂଚନାଯୋଗ୍ୟ, ଚଳିତ ଆଇପିଏଲ ସିଜିନର ଆଜି ତୃତୀୟ ମ୍ୟାଚ ଥିଲା। ହାଇଦ୍ରାବାଦ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe