Advertisment

କୋଲକାତାର ବିଶାଳ ବିଜୟ, ୧୦୬ ରନରେ ଦିଲ୍ଲୀକୁ ଦେଲା ମାତ୍

ଚଳିତ ଆଇପିଏଲରେ ଦ୍ୱିତୀୟ ଦଳ ଭାବେ ୨୭୨ ରନର ବଡ଼ ସ୍କୋର୍ କରିଛି କେକେଆର୍

author-image
Debibandita Barick
KKR Players

KKR Players

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ବିଶାଳ ବିଜୟ ହାସଲ କରିଛି। ଚଳିତ ଆଇପିଏଲରେ ଦ୍ୱିତୀୟ ଦଳ ଭାବେ ୨୭୨ ରନର ବଡ଼ ସ୍କୋର୍ ସହ ୧୦୬ ରନର ବ୍ୟବଧାନରେ ଦିଲ୍ଲୀକୁ ଦେଇଛି ମାତ୍। ଏହି ବିଜୟ ସହ ଟିମ୍ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି।

Advertisment

ଗତକାଲି ବିଶାଖାପାଟନମରେ ଖେଳା ଯାଉଥିବା ଏହି ମ୍ୟାଚରେ କେକେଆର୍ ବ୍ୟାଟରଙ୍କ ସମେତ ବୋଲରଙ୍କ ଜାଦୁ ଦେଖିବାକୁ ମିଳିଥିଲା ପ୍ରଥମେ ବ୍ୟାଟିଂ କରି ୨୭୨ ରନର ବିଶାଳ ସ୍କୋର୍ କରିଥିଲା ଟିମ୍। ଏହାର ଜବାବରେ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ କେକେଆର ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଟି ପାରିନଥିଲେ।

ଦିଲ୍ଲୀ ପକ୍ଷରୁ ଡେଭିଡ ୱାର୍ଣ୍ଣର ଏବଂ ପୃଥ୍ୱୀ ସ ଲକ୍ଷ୍ୟ ପୂରା ଆଶାରେ ପାଳି ଆରମ୍ଭ କରିଥିଲେ। ଉଭୟ ୧.୫ ଓଭରରେ ଦଳୀୟ ସ୍କୋର୍ ୨୧ରେ ପହଞ୍ଚାଇଥିଲେ। କିନ୍ତୁ ଏହି ସମୟରେ ପୃଥ୍ୱୀ ସଙ୍କୁ ପାଭିଲିଅନ ବାଟ ଦେଖାଇଥିଲେ ବୈଭବ ଆରୋରା। ସେ ୧୦(୭) ରନ୍ କରି ଆଉଟ୍ ହୋଇଯାଇଥିଲେ। ପରେ ପରେ ମିଚେଲ ମାର୍ଶ ଓ ଅଭିଶେକ ପୋରେଲ୍ ଖାତା ଖୋଲିନପାରି ପାଭିଲିଅନ ଫେରିଥିଲେ।

Advertisment

ଦିଲ୍ଲୀ ୨୭ ରନ୍ ବେଳକୁ ୩ ୱିକେଟ୍ ହରାଇ ସାରିଥିଲା। ଦଳ ଡେଭିଡ ୱାର୍ଣ୍ଣରଙ୍କ ଉପରେ ଭରସା ରଖିଥିଲେ ବି ସେ ମଧ୍ୟ ନିରାଶ କରିଥିଲେ। ୱାର୍ଣ୍ଣର ୧୩(୧୮) ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଋଷବ ପନ୍ତ ଏବଂ ତ୍ରିସ୍ତାନା ଷ୍ଟବ୍ସଙ୍କ ଯୋଡ଼ି ବିଜୟ ଆଶା ସଞ୍ଚାର କରିଥିଲା। ଉଭୟ ଦର୍ଶନୀୟ ସର୍ଟ୍ସ ଖେଳି ଦଳୀୟ ସ୍କୋର ୧୨୬ରେ ପହଞ୍ଚାଇଥିଲେ। ହେଲେ କୋଲକାତା ବୋଲଙ୍କ ଚମତ୍କାରୀ ବୋଲିଂ ଏହି ଯୋଡ଼ିକୁ ବି ଭାଙ୍ଗି ଦେଇଥିଲା।

ପନ୍ତ ୫(୨୫) ଏବ ଷ୍ଟବ୍ସ ୫୪(୩୨) ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଅନ୍ୟ କୌଣସି ଖେଳାଳି ଅଧିକ ସମୟ ତିଷ୍ଟି ପାରି ନଥିଲେ। ୧୭.୨ ଓଭରରେ ଦଳ ସମସ୍ତ ୱିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା। ଫଳରେ ୧୦୬ ରନର ବିଶାଳ ବ୍ୟବଧାନରେ କୋଲକାତା ଏହି ମ୍ୟାଚକୁ ଜିତି ନେଇଛି।

କୋଲକାତା ପକ୍ଷରୁ ବୈଭବ ଆରୋରା ଏବଂ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ 3ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୨ଟି ଏବଂ ଆଣ୍ଡ୍ରେ ରସେଲ ଓ ସୁନୀଲ ନାରିନ ଗୋଟିଏ ଲେଖାଏଁ ୱିକେଟ୍ ନେଛନ୍ତି। ସେହିପରି ସୁନୀଲ ନାରିନ ସର୍ବାଧିକ ୮୫(3୯) ରନ୍ କରିଥିବା ବେଳେ ଆଙ୍ଗକ୍ରିଶ ରଘୁବଂଶୀ ୫୪(୨୭), ଆଣ୍ଡ୍ରେ ରସେଲ ୪୧(୧୯), ରିଙ୍କୁ ସିଂହ ୨୬(୮), ଶ୍ରେୟାସ ଆୟର ଓ ସଲ୍ଟ ୧୮ ଲେଖାଏଁ ରନ୍ କରିଥିଲେ। 

IPL IPL 2024 Delhi Capitals Kolkata Knight Riders KKR Vs DC