/odisha-reporter/media/post_attachments/uploads/2021/09/kkr.jpg)
kkr
ଶାରଜା: ଚଳିତ ଆଇପିଏଲର ୪୧ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ କେକେଆର୍ ଟିମର ଶୃଙ୍ଖଳିତ ବୋଲିଂକୁ ସାମ୍ନା କରିନପାରି ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭ ରନ୍ କରିଛି। ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ କେକେଆରକୁ ୧୨୮ ରନ୍ କରିବାକୁ ପଡ଼ିବ।
ଶାରଜାରେ ଖେଳାଯାଉଥିବା ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦିଲ୍ଲୀକୁ ଦ୍ରୁତ ଆରମ୍ଭ ଦେଇଥିଲେ ଶିଖର ଧୱନ୍। ହେଲେ ଧୱନ୍ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ସେ ୨୦ ବଲରେ ୫ ଚୌକା ସହ ୨୪ ରନ୍ କରି ଲକି ଫର୍ଗୁସନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟର୍ ଆୟର୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
ପୃଥ୍ୱୀ ଶ’ଙ୍କ ସ୍ଥାନରେ ଓପନ୍ କରୁଥିବା ଷ୍ଟିଭ୍ ସ୍ମିଥ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ବ୍ୟକ୍ତିଗତ ୩୯ (୩୪ ବଲ, ୪ ଚୌକା) ରନ୍ କରି ଫର୍ଗୁସନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ସ୍ମିଥଙ୍କ ଆଉଟ୍ ପରେ ପନ୍ତ ଶେଷ ଓଭର ଯାଏ ତିଷ୍ଠି ଥିବା ବେଳେ ବାକି କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ।
ଶିମରନ୍ ହେଟମେୟର୍ (୪), ଲଲିତ ଯାଦବ (୦), ଅକ୍ଷର ପଟେଲ୍ (୦), ରବିଚନ୍ଦ୍ରନ୍ ଅଶ୍ୱିନ୍ (୯) ଓ ଆଭେଶ ଖାନ୍ (୫) ନିରାଶ କରିଥିଲେ। ପନ୍ତ ୩୬ ବଲରେ ୩୯ ରନ୍ (୩ ଚୌକା) କରି ରନଆଉଟ୍ ହୋଇଥିଲେ। କେକେଆର୍ ପକ୍ଷରୁ ଫର୍ଗୁସନ୍, ନରିନ୍ ଓ ଭେଙ୍କଟେଶ ଆୟର୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
