Advertisment

ମୁମ୍ବାଇକୁ ୧୫୫ ରନରେ ରୋକିଲା କୋଲକାତା

ଆବୁ ଧାବି: କ୍ୱିଣ୍ଟନ୍ ଡି’କକଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୫ ରନ୍ କରିଛି। ଫଳରେ ମ୍ୟାଚକୁ ଜିତିବା ପାଇଁ କେକେଆରକୁ ୧୫୬ ରନ୍ କରିବାକୁ ପଡ଼ିବ। ମୁମ୍ବାଇ ପକ୍ଷରୁ ଡି’କକ୍ ସର୍ବାଧିକ ୫୫ (୪୨ ବଲ୍, ୪ ଚୌକା, ୩ ଛକା) ରନ୍ କରିଛନ୍ତି। ସେହିପରି କେକେଆର୍ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ ଓ ଲକି ଫର୍ଗୁସନ୍ ୨ଟି ଲେଖାଏ ୱିକେଟ୍ […]

ମୁମ୍ବାଇକୁ ୧୫୫ ରନରେ ରୋକିଲା କୋଲକାତା

mumbai

Advertisment

ଆବୁ ଧାବି: କ୍ୱିଣ୍ଟନ୍ ଡି’କକଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୫ ରନ୍ କରିଛି। ଫଳରେ ମ୍ୟାଚକୁ ଜିତିବା ପାଇଁ କେକେଆରକୁ ୧୫୬ ରନ୍ କରିବାକୁ ପଡ଼ିବ। ମୁମ୍ବାଇ ପକ୍ଷରୁ ଡି’କକ୍ ସର୍ବାଧିକ ୫୫ (୪୨ ବଲ୍, ୪ ଚୌକା, ୩ ଛକା) ରନ୍ କରିଛନ୍ତି। ସେହିପରି କେକେଆର୍ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ ଓ ଲକି ଫର୍ଗୁସନ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

Advertisment

ଜାୟେଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ କ୍ୟାପଟେନ୍ ରୋହିତ୍ ଶର୍ମା ଓ ଡି’କକ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୮ ରନର ବଡ଼ ଭାଗିଦାରୀ କରିଥିଲେ। କମବ୍ୟାକ୍ ମ୍ୟାଚରେ ରୋହିତ ଜବରଦସ୍ତ ବ୍ୟାଟିଂ କରିଥିଲେ। ରୋହିତ୍ ୩୦ ବଲରେ ୪ ଚୌକା ସହ ୩୩ ରନ୍ କରି ସୁନୀଲ ନରିନଙ୍କ ଶିକାର ହୋଇଥିଲେ।

ସୂର୍ଯ୍ୟକୁମାର ଯାଦବ ନିରାଶ କରିଥିଲେ ଏବଂ ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ପ୍ରସିଦ୍ଧ କ୍ରିଷ୍ଣା ଆଉଟ୍ କରିଥିଲେ। ଡି’କକ୍ ୩୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ସେ ନିଜ ସ୍କୋରକୁ ଆଗକୁ ବଢ଼ାଇପାରିନଥିଲେ। ଡି’କକ୍ ବ୍ୟକ୍ତିଗତ ୫୫ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ଡି’କକଙ୍କ ଆଉଟ୍ ପରେ ମୁମ୍ବାଇର ରନ୍ ଗତି କମିବା ସହ ବଡ଼ ସ୍କୋର ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଥିଲା।

Advertisment

ଈଶାନ୍ କିଶନ ୧୪ ରନ୍ କରି ଆଉଟ୍ ହୋଇଥିଲେ। କାଇରନ୍ ପୋଲାର୍ଡ ୨୧ (୧୫ ବଲ୍, ୨ ଚୌକା, ୧ ଛକା) ଏବଂ କୃନାଲ୍ ପାଣ୍ଡ୍ୟା ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସୌରଭ ତିୱାରୀ ୫ ଓ ଆଡାମ ମିଲନେ ୧ ରନ୍ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ନରିନ୍ ଗୋଟିଏ ୱିକେଟ୍ ନେଇଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe