Advertisment

ମୋଦି ଷ୍ଟାଡିୟମରେ ଫେଲ୍ ମାରିଲେ ପଞ୍ଜାବ ବ୍ୟାଟ୍ସମ୍ୟାନ୍

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ୍ ମୁକାବିଲାରେ ଲୋକେଶ ରାହୁଲ୍ ପଞ୍ଜାବ ଟିମ୍ ନୈରାଶ୍ୟଜନକ ବ୍ୟାଟିଂ କରିଛି। କେକେଆରର ଶାଣିତ ବୋଲିଂ ଆଗରେ ପଞ୍ଜାବ କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ମାତ୍ର ୧୨୩ ରନ୍ କରିଛି। ଫଳରେ ଲଗାତର ୪ଟି ମ୍ୟାଚ ହାରିଥିବା କେକେଆରକୁ ବିଜୟ ପାଇଁ ୧୨୪ ରନ୍ କରିବାକୁ ପଡ଼ିବ। ଉକ୍ତ ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ […]

ମୋଦି ଷ୍ଟାଡିୟମରେ ଫେଲ୍ ମାରିଲେ ପଞ୍ଜାବ ବ୍ୟାଟ୍ସମ୍ୟାନ୍

ipl

Advertisment

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ୍ ମୁକାବିଲାରେ ଲୋକେଶ ରାହୁଲ୍ ପଞ୍ଜାବ ଟିମ୍ ନୈରାଶ୍ୟଜନକ ବ୍ୟାଟିଂ କରିଛି। କେକେଆରର ଶାଣିତ ବୋଲିଂ ଆଗରେ ପଞ୍ଜାବ କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ମାତ୍ର ୧୨୩ ରନ୍ କରିଛି। ଫଳରେ ଲଗାତର ୪ଟି ମ୍ୟାଚ ହାରିଥିବା କେକେଆରକୁ ବିଜୟ ପାଇଁ ୧୨୪ ରନ୍ କରିବାକୁ ପଡ଼ିବ।

Advertisment

ଉକ୍ତ ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପଞ୍ଜାବକୁ ଭଲ ଷ୍ଟାର୍ଟ ମିଳିଥିଲା। ଦୁଇ ଓପ୍ନର ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍‌ ପ୍ରଥମ ୱିକେଟ୍‌ ପାଇଁ ୩୬ ରନ୍ ଯୋଡ଼ିଥିଲେ। ଷଷ୍ଠ ଓଭରର ତୃତୀୟ ବଲରେ ରାହୁଲ୍ (୧୯) କେକେଆର୍ ବୋଲର ପ୍ୟାଟ୍ କମିନ୍ସଙ୍କୁ ଛକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ଆଉ ଏକ ବଡ଼ ଶଟ୍ ଖେଳିବାକୁ ଯାଇ ରାହୁଲ୍‌ ଆଉଟ୍ ହୋଇଯାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ରିସ୍ ଗେଲ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଜବରଦସ୍ତ ଫର୍ମରେ ଥିବା ଦୀପକ ହୁଡ୍ଡା (୧) ମଧ୍ୟ ନିରାଶ କରିଥିଲେ।

ଓପ୍ନର ମୟଙ୍କ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ବ୍ୟକ୍ତିଗତ ୩୧ ରନ୍ କରି ସୁନୀଲ୍ ନରିନଙ୍କ ବଲରେ ରାହୁଲ୍ ତ୍ରିପାଠୀଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ନରିନ୍ ନିଜର ପରବର୍ତ୍ତୀ ଓଭରରେ ମୋଜେସ୍ ହେନରିକ୍ସ (୨)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ। ଟୁର୍ଣ୍ଣାମେଣ୍ଟରେ ତିନିଥର ଖାତା ଖୋଲିପାରିନଥିବା ନିକୋଲାସ୍ ପୁରନ୍ (୧୯) ଭଲ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ କେକେଆରର ରହସ୍ୟମୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ କ୍ଲିନ୍ ବୋଲ୍ଡ କରି ନିଜ ଦଳକୁ ବଡ଼ ସଫଳତା ଦେଇଥିଲେ।

Advertisment

ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ସୁଯୋଗ ପାଇଥିବା କ୍ରିସ୍ ଜୋର୍ଡାନ୍ ଦମଦାର ବ୍ୟାଟିଂ କରି ପଞ୍ଜାବକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସେ ୧୮ ବଲରେ ୧ ଚୌକା ଓ ୩ ଛକା ସହ ୩୦ ରନ୍ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାହରୁଖ୍ ଖାନ୍ (୧୩), ରବି ବିଷ୍ଣୋଇ (୧) ନିରାଶ କରିଥିଲେ। କେକେଆର୍ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ ୩ଟି ୱିକେଟ୍‌ ନେଇଥିବା ବେଳେ ପ୍ୟାଟ୍‌ କମିନ୍ସ ଓ ନରିନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe