Advertisment

ଟସ୍ ଜିତିଲା କେକେଆର୍, ରସେଲ ଓ ପ୍ରସିଦ୍ଧ ଆଉଟ୍

ଶାରଜା: ଶାରଜାରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ କେକେଆର୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚ୍ ଜିତିଲେ ଦିଲ୍ଲୀ ପ୍ଲେଅଫ୍ ଟିକେଟ୍ ନିଶ୍ଚିତ କରିବ। ଅନ୍ୟପକ୍ଷରେ ପ୍ଲେଅଫ୍ ଦୌଡ଼ରେ ରହିବା ପାଇଁ କେକେଆରକୁ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି। କେକେଆରର ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ଓ ପେସର ପ୍ରସିଦ୍ଧ କୃଷ୍ଣ […]

ଟସ୍ ଜିତିଲା କେକେଆର୍, ରସେଲ ଓ ପ୍ରସିଦ୍ଧ ଆଉଟ୍

ipl

Advertisment

ଶାରଜା: ଶାରଜାରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ କେକେଆର୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚ୍ ଜିତିଲେ ଦିଲ୍ଲୀ ପ୍ଲେଅଫ୍ ଟିକେଟ୍ ନିଶ୍ଚିତ କରିବ। ଅନ୍ୟପକ୍ଷରେ ପ୍ଲେଅଫ୍ ଦୌଡ଼ରେ ରହିବା ପାଇଁ କେକେଆରକୁ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି।

Advertisment

କେକେଆରର ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ଓ ପେସର ପ୍ରସିଦ୍ଧ କୃଷ୍ଣ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ରସେଲ୍ ଆହତ ସମସ୍ୟାରେ ଥିବା ବେଳେ ପୂର୍ବ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ପ୍ରସିଦ୍ଧଙ୍କୁ ବାଦ୍ ଦିଆଯଇଛି। ରସେଲଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ପେସର ଟିମ୍ ସାଉଦୀ ଓ ପ୍ରସିଦ୍ଧଙ୍କ ସ୍ଥାନରେ କେରଳ ପେସ୍ ବୋଲର ସନ୍ଦୀପ ୱାରିୟରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ୱୀ ଶ’ଙ୍କ ବିନା ମଇଦାନକୁ ଓହ୍ଲାଇବ। ପୃଥ୍ୱୀଙ୍କ ସ୍ଥାନରେ ଷ୍ଟିଭ୍ ସ୍ମିଥ୍ ସ୍କ୍ୱାଡରେ ସାମିଲ୍ ହୋଇଛନ୍ତି। ସେହିପରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସଙ୍କ ବଦଳରେ ଲଲିତ ଯାଦବଙ୍କୁ ସୁଯୋଗ ମିଳିଛି।

Advertisment

https://twitter.com/IPL/status/1442786342232936458?s=20

କୋଲକାତା ନାଇଟ୍ ରାଇଡର୍ସ: ଶୁବମନ ଗିଲ୍, ଭେଙ୍କଟେଶ ଆୟର୍, ରାହୁଲ୍ ତ୍ରିପାଠୀ, ନୀତୀଶ ରାଣା, ଇଅନ୍ ମୋର୍ଗାନ, ଦିନେଶ କାର୍ତ୍ତିକ, ଟିମ୍ ସାଉଦୀ, ଲକି ଫର୍ଗୁସନ୍, ସୁନୀଲ ନରିନ୍, ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିୟର୍।

ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧୱନ୍, ଷ୍ଟିଭ୍ ସ୍ମିଥ୍, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଶିମରନ୍ ହେଟମେୟର୍, ଲଲିତ ଯାଦବ, ଅକ୍ଷର ପଟେଲ, ଆର୍ ଅଶ୍ୱିନ୍, କାଗିସୋ ରବାଡା, ଆନରିଚ୍ ନୋର୍ଜେ, ଆଭେଶ୍ ଖାନ୍।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe