Advertisment

‍ଭାରତ ବିପକ୍ଷରେ ବାଂଲାଦେଶର ଦମଦାର ଆରମ୍ଭ, କୁଲଦୀପ ଦେଲେ ପ୍ରଥମ ସଫଳତା

ବାଂଲାଦେଶ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିବା ବେଳେ ଭାରତକୁ କୁଲଦୀପ ଯାଦବ ପ୍ରଥମ ସଫଳତା ଦେଇଛନ୍ତି।

Tanzid

Tanzid

Advertisment

ପୁଣେରେ ଟସ୍‌ ଜିତି ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଦମଦାର ଆରମ୍ଭ କରିଛି। ବିଶ୍ୱକପର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବାଂଲାଦେଶର ଦୁଇ ଓପନର ତଞ୍ଜିଦ ହାସନ ଓ ଲିଟନ ଦାସ ପ୍ରଥମ କିଛି ଓଭର ବେଶ ସତର୍କତାରର ସହ ବ୍ୟାଟିଂ କରିଥିଲେ। କିନ୍ତୁ ସେଟ୍‌ ହେବା ପରେ ଦୁଇ ବ୍ୟାଟର କାଉଣ୍ଟର ଆଟାକ ଆରମ୍ଭ କରିଛନ୍ତି।

Advertisment

ବିଶେଷ କରି ତଞ୍ଜିଦଙ୍କ ବ୍ୟାଟରକୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଛି। ସେ ମଧ୍ୟ ୪୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କୁ ଲିଟନ ଦାସ ଭରପୂର ସାଥ ଦେଇଥିଲେ। ଏହାପୂର୍ବରୁ ତଞ୍ଜିଦ ନିଜର ଫର୍ମକୁ ନେଇ ବେଶ ସଂଘର୍ଷ କରୁଥିଲେ। କିନ୍ତୁ ଆଜି ସେ ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରିଛନ୍ତି। ଶାର୍ଦ୍ଦୁଲ ଠାକୁରଙ୍କୁ ସେ ବଡ଼ବଡ଼ ଶଟ ମାରି ନିଜର ବିସ୍ଫୋରକ ରୂପ ମଧ୍ୟ ଦେଖାଇଛନ୍ତି। 

ବାଂଲାଦେଶ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିବା ବେଳେ ଭାରତକୁ କୁଲଦୀପ ଯାଦବ ପ୍ରଥମ ସଫଳତା ଦେଇଛନ୍ତି। ସେ ତଞ୍ଜିଦ(୫୧)ଙ୍କୁ ଆଉଟ କରି ଦେଇଛନ୍ତି। ଏବେ ଲିଟନଙ୍କ ସହ କାମଚଳା ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ବ୍ୟାଟିଂ କରୁଉନ୍ତି। ରିପୋର୍ଟ ଲେଖା ହେବା ବେଳକୁ ବାଂଲାଦେଶ ୧୭ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୯୮ ରନ କରିଛି। ଲିଟନ ୪୧ ଓ ସାଣ୍ଟୋ ୪ ରନ କରି ଅପରାଜିତ ରହିଛନ୍ତି। 

Advertisment

ଅନ୍ୟପକ୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୩ଟି ବଲ ପକାଇ ଆହତ ହେବା ଅଧିନାୟକ ରୋହିତ ଶର୍ମାଙ୍କ ଚିନ୍ତା ବଢ଼ାଇ ଦେଇଛି। ହାର୍ଦ୍ଦିକ ସ୍ଥାନରେ ତାଙ୍କ ଓଭରର ବାକି ୩ଟି ବଲ ବିରାଟ କୋହଲି ମଧ୍ୟ ପକାଇଥିଲେ। ବିରାଟ ବୋଲିଂ କରିବା ବେଳେ ପୂରା ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକମାନେ ତାଙ୍କୁ କର ତାଳି ଦେଇ ସ୍ୱାଗତ କରିଥିଲେ।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe