Advertisment

୯୨ ବର୍ଷ ଇତିହାସରେ ପ୍ରଥମ: କୁଲଦୀପ ଯାଦବ କଲେ ଏମିତି ରେକର୍ଡ

କୁଲଦୀପ ମାତ୍ର ୧୮୭୧ଟି ବଲ ପକାଇ ଏହି ମାଇଲ ଖୁଣ୍ଟ ହାସଲ କରିଛନ୍ତି। ତାଙ୍କ ପଛକୁ ଅକ୍ଷର ପଟେଲ (୨୨୦୫ଟି ବଲ) ଓ ଯଶପ୍ରୀତ ବୁମ୍ରା(୨୫୨୦ ବଲ) ରହିଛନ୍ତି।

Kuldeep

Kuldeep

Advertisment

ଭାରତୀୟ ଟେଷ୍ଟ କ୍ରିକେଟର ୯୨ ବର୍ଷ ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ସେକଥା ଆଜି ଘଟିଛି। ଇଂଲଣ୍ଡ ବିପକ୍ଷ ଧର୍ମଶାଲା ଟେଷ୍ଟରେ କମାଲ କରିଛନ୍ତି କୁଲଦୀପ ଯାଦବ। ତାଙ୍କ ନାଁରେ ଯୋଡ଼ି ହୋଇଛି ଐତିହାସିକ ରେକର୍ଡ।

Advertisment

ସେ ୫ମ ଟେଷ୍ଟର ପ୍ରଥମ ଦିନିରେ ୫ ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି। ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ପ୍ରଥମ ଇନିଂସରେ ୭୨ ରନ ଦେଇ ୫ ୱିକେଟ ନେବାରୁ ଇଂଲଣ୍ଡ କେବଳ ୨୧୮ ରନ କରିବାକୁ ସକ୍ଷମ ହୋଇଛି। କୁଲଦୀପ ୫ ୱିକେଟ ନେଇଥିବା ବେଳେ ରବି ଅଶ୍ୱିନଙ୍କୁ ୪ଟି ଓ ରବି ଜାଡେଜା ଗୋଟିଏ ସଫଳତା ପାଇଛନ୍ତି।

ଆଜି ୫ ୱିକେଟ ଦଖଲ କରିବା ପରେ କୁଲଦୀପ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦ୍ରୁତତମ ଭାରତୀୟ କ୍ରିକେଟର(ବଲ ହିସାବରେ) ଭାବେ ଟେଷ୍ଟ କ୍ୟାରିୟରରେ ୫୦ତମ ୱିକେଟ ନେଇଛନ୍ତି।

Advertisment

କୁଲଦୀପ ମାତ୍ର ୧୮୭୧ଟି ବଲ ପକାଇ ଏହି ମାଇଲ ଖୁଣ୍ଟ ହାସଲ କରିଛନ୍ତି। ତାଙ୍କ ପଛକୁ ଅକ୍ଷର ପଟେଲ (୨୨୦୫ଟି ବଲ) ଓ ଯଶପ୍ରୀତ ବୁମ୍ରା(୨୫୨୦ ବଲ) ରହିଛନ୍ତି। ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ କୌଣସି ବୋଲର ୨ ହଜାରରୁ କମ ବଲ ପକାଇ ୫୦ ୱିକେଟ ଦଖଲ କରିବାର ରେକର୍ଡ କରିଛନ୍ତି।

ଧର୍ମଶାଲାରେ କୁଲଦୀପ ୭ ବର୍ଷ ତଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ତାଙ୍କୁ ୪ ୱିକେଟ ସଫଳତା ମିଳିଥିଲା। ଏହାପରେ ସେ ମାତ୍ର ୧୦ଟି ଟେଷ୍ଟ ଖେଳିଛନ୍ତି। ସେହିପରି ଧର୍ମଶାଲାରେ ମଧ୍ୟ ଏହି ସମୟସୀମା ମଧ୍ୟରେ କୌଣସି ଟେଷ୍ଟ ମ୍ୟାଚ୍‌ ଆୟୋଜନ ହୋଇ ନଥିଲା। କିନ୍ତୁ ଏବେ ଧର୍ମଶାଲାରେ ମ୍ୟାଚ୍‌ ଆୟୋଜନ ହୋଇଥିବା ବେଳେ କୁଲଦୀପ ମଧ୍ୟ କମାଲ କାରିଛନ୍ତି।

କୁଲଦୀପ ଭାରତର ପ୍ରଥମ ଓ ବିଶ୍ୱର ତୃତୀୟ ବାମହାତୀ ରିଷ୍ଟ ସ୍ପିନର ଭାବେ ଟେଷ୍ଟରେ ୫୦ ୱିକେଟ ଦଖଲ କରିଛନ୍ତି। କୁଲଦୀପଙ୍କ ବ୍ୟତୀତ ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ପଲ ଆଡାମ୍ସ ଓ ଇଂଲଣ୍ଡର ଜନ୍ନି ୱାରଡଲେ ରହିଛନ୍ତି।

India Vs England Test Cricket Test Match Kuldeep Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe