Advertisment

କମାଲ କଲେ କୁଲଜା, ୱେଷ୍ଟଇଣ୍ଡିଜ୍‌ ୧୧୪ ରନରେ ସଫା

୫୦ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇଥିଲେ ହେଁ ୱେଷ୍ଟଇଣ୍ଡିଜ ଟିମ କେବଳ ୨୩ ଓଭର ବ୍ୟାଟିଂ କରିବାକୁ ସକ୍ଷମ ହୋଇଛି। ଏହି ୨୩ ଓଭରରେ ଦଳ ମାତ୍ର ୧୧୪ ରନ କରିବାକୁ ସକ୍ଷମ ହୋଇଛି। ଏବେ ଭାରତକୁ ପ୍ରଥମ ଦିନିକିଆକୁ ଜିତିବା ପାଇଁ ୧୧୫ ରନର ଟାର୍ଗେଟ ମିଳିଛି।

author-image
Hemant Lenka
BCCI

BCCI

ପ୍ରଥମ ଦିନିକିଆରେ କମାଲ କରିଛନ୍ତି କୁଲଜା ଯୋଡ଼ି। କୁଲଦୀପ ଯାଦବ(କୁଲ) ଓ ରବୀନ୍ଦ୍ର ଜାଡେଜା(ଜାଡୁ)ଙ୍କ ଘାତକ ବୋଲିଂ ଆଗରେ ଘରୋଇ ଇଣ୍ଡିଜ୍‌ ଟିମ ଧରାଶାୟୀ ହୋଇଯାଇଛି।

Advertisment

୫୦ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇଥିଲେ ହେଁ ୱେଷ୍ଟଇଣ୍ଡିଜ ଟିମ କେବଳ ୨୩ ଓଭର ବ୍ୟାଟିଂ କରିବାକୁ ସକ୍ଷମ ହୋଇଛି। ଏହି ୨୩ ଓଭରରେ ଦଳ ମାତ୍ର ୧୧୪ ରନ କରିବାକୁ ସକ୍ଷମ ହୋଇଛି। ଏବେ ଭାରତକୁ ପ୍ରଥମ ଦିନିକିଆକୁ ଜିତିବା ପାଇଁ ୧୧୫ ରନର ଟାର୍ଗେଟ ମିଳିଛି।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ୱିକେଟ ନେଇଛନ୍ତି। ସେହିପରି ଡେବ୍ୟୁଟାଣ୍ଟ ମୁକେଶ କୁମାରଙ୍କ ସମେତ ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Advertisment

ବ୍ରିଜଟାଉନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତର ଅଧିନାୟକ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁକେଶ କୁମାର ଦଳର ବୋଲିଂ କମାଣ ସମ୍ଭାଳିଥିଲେ। ମ୍ୟାଚ୍‌ର ତୃତୀୟ ଓଭରରରେ ପାଣ୍ତ୍ୟା ବିସ୍ଫୋରକ କାୟେଲ ମେୟର୍ସ(୨)ଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

୨୨ ରନ କରିଥିବା ଆଲିକ ଆଥାଞ୍ଜେଙ୍କୁ ଆଉଟ କରି ମୁକେଶ କୁମାର ଦିନିକିଆରେ ତାଙ୍କର ପ୍ରଥମ ୱିକେଟ ହାସଲ କରିଥିଲେ। ଦଳୀୟ ସ୍କୋର ୪୫ ଥିବା ବେଳେ ବ୍ରେଣ୍ଡନ କିଙ୍ଗ(୧୭)ଙ୍କୁ କ୍ଲିନବୋଲ୍ଡ କରି ଶାର୍ଦ୍ଦୁଲ ଠାକୁର ଭାରତକୁ ତୃତୀୟ ସଫଳତା ଦେଇଥିଲେ।

ଏହାପରେ ଅଧିନାୟକ ସାଇ ହୋପଙ୍କୁ ଛାଡ଼ି ଆଉ କେହି ବି ଭାରତୀୟ ସ୍ପିନ ଯୋଡ଼ି କୁଲଜାଙ୍କୁ ସମ୍ମୁଖୀନ ହୋଇ ପାରିନଥିଲେ। ପୂର୍ବରୁ କୁଲଚା ଅର୍ଥାତ କୁଲଦୀପ ଯାଦବ ଓ ୟୁଜି ଚହଲଙ୍କୁ ଦିନିକିଆରେ କମାଲ କରୁଥିବା ଦେ‌ଖିବାକୁ ମିଳୁଥିଲା। ଏହି ଯୋଡ଼ି କୁଲଚା ନାଁରେ ପରିଚିତ ଥିଲେ। ହେଲେ ଆଜି ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ କୁଲଜା ଯୋଡ଼ିଙ୍କ ଜଲୱା ଦେଖିବାକୁ ମିଳିଛି। 

ଜାଡେଜା ପ୍ରଥମେ ସିମ୍ରନ ହେଟମେୟର(୧୧), ଏହାପରେ ରୋଭମାନ ପାୱେଲ(୪) ଓ ରୋମାରିଓ ସେର୍ଫଡ(୦)ଙ୍କୁ ଆଉଟ କରି ଇଣ୍ଡିଜ୍‌ ଟିମକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ୯୬ ରନରେ ଦଳ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଲାଗୁଥିଲା ସାଇ ହୋପଙ୍କ ସହ ମିଶି ଟେଲେଣ୍ଡରମାନେ ଇଣ୍ଡିଜକୁ ଗୋଟିଏ ଲଢ଼ୁଆ ସ୍କୋରରେ ପହଞ୍ଚାଇବେ।

କିନ୍ତୁ କୁଲଦୀପ ଯାଦବ ଏହା କରାଇ ଦେଇ ନଥିଲେ। ସେ ଡୋମିନିକ ଡାର୍କସ(୩) ଓ ୟାନ୍ନିକ କାରିଆ(୩)ଙ୍କୁ ପ୍ରଥମେ ଆଉଟ କରିଥିଲେ। ଏସବୁ ଭିତରେ ହୋପ କିଛି ବଡ଼ ଶଟ ଖେଳି ବ୍ୟକ୍ତିଗତ ଭାବେ ୪୩ ଓ ଇଣ୍ଡିଜ୍‌ ସ୍କୋରକୁ ୧୦୦ ପାର କରାଇଥିଲେ।

ହେଲେ କୁଲଦୀପଙ୍କ ବଲକୁ ରିଭର୍ସ ସୁଇପ ମାରିବାକୁ ଯାଇ ହୋପ୍‌ ମଧ୍ୟ ଏଲବିଡବ୍ଲ୍ୟୁ ହୋଇ ଯାଇଥିଲେ। ଶେଷରେ ଜାୟଡେନ ସେଲ୍ସ(୦)ଙ୍କୁ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍‌ ଆଉଟ କରି କୁଲଦୀପ ଇଣ୍ଡିଜ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

Bcci Indian Cricket Team Team India INDvsWI