Advertisment

କୁଲଦୀପଙ୍କ ଆଇପିଏଲ୍ ଅଭିଯାନ ଶେଷ

ନୂଆଦିଲ୍ଲୀ: ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଚଳିତ ଆଇପିଏଲ୍ ଅଭିଯାନ ଶେଷ ହୋଇଛି। ଆଣ୍ଠୁରେ ଗୁରୁତର ଆଘାତ କାରଣରୁ ସେ ୟୁଏଇରେ ଚାଲିଥିବା ଆଇପିଏଲର ୧୪ଶ ସଂସ୍କରଣ ଅଧାରୁ ଛାଡ଼ି ସ୍ୱଦେଶ ଫେରିଆସିଛନ୍ତି। ତାଙ୍କର ଆହତ ଗୁରୁତର ଥିବାରୁ ଆଗାମୀ ଘରୋଇ ସିଜନରୁ ସେ ବାଦ୍ ପଡ଼ିପାରନ୍ତି। ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା କୁଲଦୀପ ଭାରତୀୟ ଟିମରୁ ବାଦ୍ ପଡ଼ିଛନ୍ତି ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିବା ପୂର୍ବରୁ ତାଙ୍କୁ ରିହ୍ୟାବିଲିଟେସନ ପ୍ରକ୍ରିୟା ଦେଇ ଯିବାକୁ […]

ଅଦ୍ୟତନ ହୋଇଛି
କୁଲଦୀପଙ୍କ ଆଇପିଏଲ୍ ଅଭିଯାନ ଶେଷ

kuldeep-yadav

Advertisment

ନୂଆଦିଲ୍ଲୀ: ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଚଳିତ ଆଇପିଏଲ୍ ଅଭିଯାନ ଶେଷ ହୋଇଛି। ଆଣ୍ଠୁରେ ଗୁରୁତର ଆଘାତ କାରଣରୁ ସେ ୟୁଏଇରେ ଚାଲିଥିବା ଆଇପିଏଲର ୧୪ଶ ସଂସ୍କରଣ ଅଧାରୁ ଛାଡ଼ି ସ୍ୱଦେଶ ଫେରିଆସିଛନ୍ତି। ତାଙ୍କର ଆହତ ଗୁରୁତର ଥିବାରୁ ଆଗାମୀ ଘରୋଇ ସିଜନରୁ ସେ ବାଦ୍ ପଡ଼ିପାରନ୍ତି। ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା କୁଲଦୀପ ଭାରତୀୟ ଟିମରୁ ବାଦ୍ ପଡ଼ିଛନ୍ତି ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିବା ପୂର୍ବରୁ ତାଙ୍କୁ ରିହ୍ୟାବିଲିଟେସନ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ।

Advertisment

ପିଟିଆଇ ରିପୋର୍ଟ ଅନୁଯାୟୀ, ୨୬ ବର୍ଷୀୟ କୁଲଦୀପ ପ୍ରାକ୍ଟିସ୍ ସେସନରେ ଫିଲ୍ଡିଂ କରୁଥିବା ବେଳେ ଆଘାତପ୍ରାପ୍ତ ହୋଇଛନ୍ତି। କୁଲଦୀପଙ୍କ ଆହତ ଏତେ ଗୁରୁତର ଯେ, ସେ ଚଳିତ ଆଇପିଏଲରେ ଆଉ ଭାଗ ନେଇପାରିବେ ନାହିଁ। ତେଣୁ ତାଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି।

ଗତ ଦୁଇ ବର୍ଷ କୁଲଦୀପଙ୍କ ପାଇଁ ସବୁଠାରୁ କଠିନ ରହିଆସିଛି। ସିଡନୀରେ ୫ ୱିକେଟ୍ ନେବା ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ତାଙ୍କୁ ବିଦେଶ ପରିସ୍ଥିତିରେ ଭାରତର ନମ୍ବର-୧ ସ୍ପିନ୍ ବୋଲରର ଆଖ୍ୟା ଦେଇଥିଲେ। ହେଲେ ୨୦୧୯ ଆଇପିଏଲ୍ ପରଠାରୁ କୁଲଦୀପଙ୍କ ପ୍ରଦର୍ଶନ ଲଗାତର ଫିକା ପଡ଼ିବାରେ ଲାଗିଲା। ଯେଉଁ କୁଲଦୀପ ଚୂଡ଼ାନ୍ତ ଏକାଦଶରେ ନିଜ ସ୍ଥାନ ପକ୍କା ରଖୁଥିଲେ, ତାଙ୍କ ବଦଳରେ ଶାହବାଜ ନଦୀବଙ୍କୁ ସୁଯୋଗ ମିଳିଲା। ଏପରିକି ଚଳିତ ଆଇପିଏଲରେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ସେଭଳି ସୁଯୋଗ ଦେଇ ନାହିଁ।

Advertisment

ତେବେ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ ପାଇଁ କୁଲଦୀପଙ୍କୁ ଉଭୟ ଦିନିକିଆ ଓ ଟି-୨୦ ପାଇଁ ଚୟନ କରାଯାଇଥିଲା। ସେଠାରେ ଦୁଇଟି ମ୍ୟାଚକୁ ଛାଡ଼ି ଦେଲେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇନାହିଁ। ଏଭଳି ସ୍ଥିତିରେ ତାଙ୍କୁ ଏବେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଡ଼ିବ।

କୁଲଦୀପ ଭାରତ ପକ୍ଷରୁ ୭ ଟେଷ୍ଟ ଖେଳି ୨୬ ୱିକେଟ୍ ନେଇଥିବା ବେଳେ ୬୫ ଦିନିକିଆରେ ୧୦୭ ଏବଂ ୨୩ ଟି-୨୦ ମ୍ୟାଚରେ ୪୧ ୱିକେଟ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe