Advertisment

ଇତିହାସ ରଚିଲେ କୁଲଦୀପ ଯାଦବ: ପାକିସ୍ତାନର ଏହି କ୍ରିକେଟରଙ୍କୁ ପଛରେ ପକାଇଲେ

ମାତ୍ର ୧୩ଟି ବଲର ସ୍ପେଲରେ କୁଲଦୀପଙ୍କୁ ମିଳିଛି ୪ଟି ୱିକେଟ। ଏହି ସଫଳତା ପରେ ଏସିଆ କପରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି କୁଲଦୀପ।

Kuldeep

Kuldeep

Advertisment

ଏସିଆ କପ ୨୦୨୫ର ପ୍ରଥମ ମ୍ୟାଚ୍‌ରେ ଜଲୱା ଦେଖାଇଛନ୍ତି ଭାରତର ଚାଇନାମ୍ୟାନ କୁଲଦୀପ ଯାଦବ। ଦୁବାଇରେ ଖେଳା ଯାଇଥିବା ୟୁଏଇ ବିପକ୍ଷ ମ୍ୟାଚ୍‌ରେ କୁଲଦୀପ କମାଲ କରିଛନ୍ତି। ବାମହାତୀ କଚଟି ସ୍ପିନର କୁଲଦୀପ ୨.୧ ଓଭରରେ ମାତ୍ର ୭ ରନ ଦେଇ ୪ ୱିକେଟ ଦଖଲ କରିଛନ୍ତି। କୁଲଦୀପ ଗୋଟିଏ ଓଭରରେ ୩ ୱିକେଟ ମଧ୍ୟ ନେଇଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ୟୁଏଇର ବ୍ୟାଟିଂ ଲାଇନ ଅପ ତାସର ଘର ଭଳି ଭୁଶୁଡ଼ି ପଡ଼ିଥିଲା।

Advertisment

ମାତ୍ର ୧୩ଟି ବଲର ସ୍ପେଲରେ କୁଲଦୀପଙ୍କୁ ମିଳିଛି ୪ଟି ୱିକେଟ। ଏହି ସଫଳତା ପରେ ଏସିଆ କପରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି କୁଲଦୀପ। ଯଦିଓ କୁଲଦୀପ ଏସିଆ କପର ଟି-୨୦ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି, କିନ୍ତୁ ସେ ସବୁଠାରୁ କମ ବଲରେ ୪ ୱିକେଟ ଦଖଲ କରିବା ତାଲିକାର ୧ନଂରେ ପହଞ୍ଚି ଯାଇଛନ୍ତି।

କୁଲଦୀପ ପାକିସ୍ତାନର ସ୍ପିନର ଶଦାବ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୨୨ ଏସିଆ କପରେ ଶଦାବ ଖାନ ୪ ୱିକେଟ ଦଖଲ କରିବାକୁ ୧୭ଟି ବଲ ବୋଲିଂ କରିଥିଲେ। ହଂକଂ ବିପକ୍ଷରେ ସେ ୧୭ଟି ବଲରେ ୪ଟି ୱିକେଟ ନେଇଥିଲେ। କିନ୍ତୁ କୁଲଦୀପ ୧୩ ବଲରେ ୪ଟି ୱିକେଟ ନେଇ ଶଦାବ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ କୁଲଦୀପ ଯାଦବ ୟୁଏଇର ୭ମ ଓଭରରେ ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭରରେ ମାତ୍ର ୪ ରନ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଓଭରରେ ସେ ନିଜର ଯାଦୁ ଦେଖାଇଥିଲେ। ଏହି ଓଭରରେ ସେ ୩ଟି ୱିକେଟ ନେବା ସହ କେବଳ ୩ ରନ ଦେଇଥିଲେ। ନିଜର ଦ୍ୱିତୀୟ ଓଭରରେ କୁଲଦୀପ ପ୍ରଥମେ ରାହୁଲ ଚୋପ୍ରା ଓ ପରେ ୟୁଏଇର ଅଧିନାୟକ ମହମ୍ମଦ ୱାସିମଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଏହାପରେ ସେ ହର୍ଷିତ କୌଶିକଙ୍କୁ କ୍ଲିନବୋଲ୍ଡ କରିଥିଲେ। ତାଙ୍କ ଗୁଗଲିକୁ ପଢ଼ିବାରେ ସକ୍ଷମ ହୋଇ ନଥିଲେ କୌଶିକ। କିଛି ସମୟର ବିରତି ପରେ କୁଲଦୀପ ନିଜର ତୃତୀୟ ଓଭର ନେଇ ଆସିଥିଲେ। ଆଉ ପ୍ରଥମ ବଲରେ ହାଇଦର ଅଲୀଙ୍କୁ ଆଉଟ କରି ୟୁଏଇ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ୟୁଏଇଇ ୧୩.୧ ଓଭରରେ ମାତ୍ର ୫୭ ରନ କରି ଅଲଆଉଟ ହୋଇଯାଇଥିଲା।

ଭାରତ ୪.୩ ଓଭରରେ ୧ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା। ଦମଦାର ପ୍ରଦର୍ଶନ ପାଇଁ କୁଲଦୀପଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି।

Team India Asia Cup Cricket Indian Cricket Team Kuldeep Yadav Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe