Advertisment

ଟିମ୍ ଇଣ୍ଡିଆ ୨୧୭ ରନରେ ଅଲଆଉଟ୍

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୧୭ ରନ୍ କରି ଅଲଆଉଟ୍ ହୋଇଯାଇଛି। କାଇଲ୍ ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। ଜେମିସନ୍ ଏକାକୀ ୫ ଓ୍ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ଟପ୍ ବୋଲର ବିବେଚିତ ହୋଇଛନ୍ତି। ମ୍ୟାଚର ପ୍ରଥମ ଦିବସ ବିନା ଟସରେ ବାତିଲ୍ ହୋଇଥିଲା। ଦ୍ୱିତୀୟ ଦିବସରେ ଭାରତ ୩ ଓ୍ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। […]

ଟିମ୍ ଇଣ୍ଡିଆ ୨୧୭ ରନରେ ଅଲଆଉଟ୍

india-vs-nz

Advertisment

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୧୭ ରନ୍ କରି ଅଲଆଉଟ୍ ହୋଇଯାଇଛି। କାଇଲ୍ ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। ଜେମିସନ୍ ଏକାକୀ ୫ ଓ୍ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ଟପ୍ ବୋଲର ବିବେଚିତ ହୋଇଛନ୍ତି।

Advertisment

ମ୍ୟାଚର ପ୍ରଥମ ଦିବସ ବିନା ଟସରେ ବାତିଲ୍ ହୋଇଥିଲା। ଦ୍ୱିତୀୟ ଦିବସରେ ଭାରତ ୩ ଓ୍ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ହେଲେ ଆଜି ପିଚ୍ ପେସ୍ ବୋଲରଙ୍କ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ ତା'ର ତୃତୀୟ ଦିବସରେ ୭୧ ରନ୍ ଭିତରେ ବାକି ୭ ଓ୍ୱିକେଟ୍ ହରାଇ ଅଲ୍ ଆଉଟ୍ ହୋଇଛି। ଭାରତ ପକ୍ଷରୁ ଭାଇସ୍ କ୍ୟାପଟେନ୍ ଆଜିଙ୍କ ରାହାଣେ ସର୍ବାଧିକ ୪୯ ରନ୍ କରିଥିବା ବେଳେ କ୍ୟାପଟେନ୍ ବିରାଟ କୋହଲି ୪୪ ରନ୍ କରିଥିଲେ।

ଶେଷ ଓ୍ୱିକେଟ୍ ଭାବେ ରବୀନ୍ଦ୍ର ଜାଡେଜା ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ମହମ୍ମଦ ଶାମି ୪ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜି ଋଷଭ ପନ୍ତ (୪) ନିରାଶ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୨୨) ବଲ୍ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଈଶାନ୍ତ ଶର୍ମା ୪ ଓ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରିନାହାନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe