Advertisment

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ୩୯ ବର୍ଷର ପରେ ବଡ଼ କାରନାମା, ଟପ୍‌ ୩ରେ ଅଷ୍ଟ୍ରେଲିଆର ୩ ବ୍ୟାଟର

ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୩ରେ କୌଣସି ଗୋଟିଏ ଦେଶର ୩ ବ୍ୟାଟର ସ୍ଥାନ ପାଇଛନ୍ତି। ଆଜି ଆଇସିସି ଜାରି କରିଥିବା ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୩ରେ ଅଷ୍ଟ୍ରେଲିଆର ୩ ଜଣ ବ୍ୟାଟର ରହିଛନ୍ତି।

ICC

ICC

Advertisment

ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଜିତିଥିବା ଅଷ୍ଟ୍ରେଲିଆ ନୂଆ ରେକର୍ଡ କରିଛି। ଦୀର୍ଘ ୩୯ ବର୍ଷ ପରେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ନୂଆ ପର୍ଦ୍ଦ ଯୋଡ଼ି ହୋଇଯାଇଛି।

Advertisment

ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୩ରେ କୌଣସି ଗୋଟିଏ ଦେଶର ୩ ବ୍ୟାଟର ସ୍ଥାନ ପାଇଛନ୍ତି। ଆଜି ଆଇସିସି ଜାରି କରିଥିବା ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୩ରେ ଅଷ୍ଟ୍ରେଲିଆର ୩ ଜଣ ବ୍ୟାଟର ରହିଛନ୍ତି। ଏପରି ବିରଳ ଘଟଣା ଶେଷଥର ପାଇଁ ୧୯୮୪ରେ ଘଟିଥିଲା। ୧୯୮୪ ୱେଷ୍ଟଇଣ୍ଡିଜର ୩ ଜଣ ବ୍ୟାଟର ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍‌ ୩ରେ ରହିଥିଲେ।

ଏହାପରଠାରୁ କେବେ ହେଲେ ଏମିତି ଘଟଣା ଘଟି ନଥିଲା। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଆଇସିସି ଜାରି କରିଥିବା ଅପଡେଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ବାଜିମାତ କରିଛି। ଭାରତ ବିପକ୍ଷ ଫାଇନାଲରେ ଶତକୀୟ ଇନିଂସ ଖେଳିବା ସହ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଷ୍ଟ୍ରେଲିଆର ବ୍ୟାଟର ଟ୍ରାଭିସ ହେଡ୍‌ ବ୍ୟାଟିଂ ରାଙ୍କିଙ୍ଗର ୩ଟି ସ୍ଥାନ ଉପରକୁ ଉଠି ୩ୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ସେହିପରି ଭାରତ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ଷ୍ଟିଭ ସ୍ମିଥ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ୨ନଂରେ ପହଞ୍ଚିଛନ୍ତି। ପୂର୍ବଭଳି ଟପ୍‌ ୧ରେ ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ ରହିଛନ୍ତି। ଏହାର ଅର୍ଥ ଟପ୍‌ ୩ରେ ଅଷ୍ଟ୍ରେଲିଆର ୩ ବ୍ୟାଟର ରହିଛନ୍ତି। ଲାବୁଶେନ ୯୦୩ ପଏଣ୍ଟ, ସ୍ମିଥ ୮୮୫ ପଏଣ୍ଟ ଓ ହେଡ ୮୮୪ ପଏଣ୍ଟ ପାଇଛନ୍ତି।

ଏହାପୂର୍ବରୁ ୧୯୮୪ରେ ୱେଷ୍ଟଇଣ୍ଡିଜର ତିନି ଜଣ ବ୍ୟାଟର ପ୍ରଥମ ଥର ପାଇଁ ଏପରି କୀର୍ତ୍ତିମାନ ହାସଲ କରିଥିଲେ। ଟେଷ୍ଟ କ୍ରିକେଟର ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୩ରେ ଇଣ୍ଡିଜର ଗର୍ଡନ୍ ଗ୍ରୀନଜ୍, କ୍ଲାଏଭ ଲୟଡ, ଲ୍ୟାରି ଗୋମେସ୍ ରହିଥିଲେ। ଏବେ ୩୯ ବର୍ଷ ପରେ ତିନି ଜଣ ଅଷ୍ଟ୍ରେଲୀୟ ବ୍ୟାଟର ଏହି ବରିଳ ରେକର୍ଡର ଅଧିକାରୀ ହୋଇଛନ୍ତି।

ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମସନ ୨ଟି ସ୍ଥାନ ତଳକୁ ଖସି ୪ନଂ, ପାକିସ୍ତାନର ବାବର ଆଜମ ଗୋଟିଏ ସ୍ଥାନ ତଳକୁ ଖସି ୫ନଂ, ନ୍ୟୁଜିଲ୍ୟାଣ୍ଡର ଡାର୍ଲି ମିଚେଲ ୬ନଂ, ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ ୭ନଂ, ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ୯ନଂ ଓ ଭାରତର ଋଷଭ ପନ୍ତ ୧୦ନଂରେ ରହିଛନ୍ତି।

ICC WTC WTC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe