Advertisment

ଭୟଙ୍କର କାର୍‌ ଦୁର୍ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ

୨୦୧୦ରେ ଥିରିମାଣେ ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିଲେ। ୧୩ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ସେ ୪୪ଟି ଟେଷ୍ଟ, ୧୨୭ ଦିନିକିଆ ଓ ୨୬ଟି ଟି-୨୦ ଖେଳିଛନ୍ତି।

ଅଦ୍ୟତନ ହୋଇଛି
Lahiru

Lahiru

Advertisment

ଶ୍ରୀଲଙ୍କା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଲାହିରୁ ଥିରିମାଣେ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ଥିରିମାଣେଙ୍କ କାରର ସାମ୍ନା ପଟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ସେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ଶ୍ରୀଲଙ୍କାର ଅନୁରାଧାପୁରା ନିକଟରେ ତାଙ୍କ ସହ ଏପରି ଦୁର୍ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଥିରିମାଣେ ଓ ତାଙ୍କ ପରିବାର ଲୋକ କାରରେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଟ୍ରକ୍‌ ସହ ଧକ୍କା ହୋଇଥିଲା। ଘଟଣା ପରେ ଥିରିମାଣେ ଓ ତାଙ୍କ ପରିବାର ଜଣେ ସଦସ୍ୟଙ୍କୁ ଅନୁରାଧାପୁରା ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଥିରିମାଣେ ବର୍ତ୍ତମାନ ଲିଜେଣ୍ଡ୍ସ କ୍ରିକେଟରେ ନ୍ୟୁୟର୍କ ଷ୍ଟ୍ରାଇକର୍ସ ପକ୍ଷରୁ ଖେଳୁଛନ୍ତି। ଉକ୍ତ ପ୍ରାଞ୍ଚାଇଜ ପକ୍ଷରୁ ଥିରିମାଣେଙ୍କ ଦୁର୍ଘଟଣା ଖବରକୁ ନିଶ୍ଚିତ କରାଯାଇଛି।

Advertisment

ପ୍ରାଞ୍ଚାଇଜର କହିବା କଥା ଯେ ଥିରିମାଣେ ଓ ତାଙ୍କ ପରିବାର ଲୋକ ମନ୍ଦିର ଯାଉଥିଲେ। ଏହି ସମୟରେ ସେ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏବେ ନୀରିକ୍ଷଣ ପାଇଁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ଆଦୌ ଚିନ୍ତାଜନକ ନୁହେଁ ବୋଲି ପ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି।

୨୦୧୦ରେ ଥିରିମାଣେ ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିଲେ। ୧୩ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ସେ ୪୪ଟି ଟେଷ୍ଟ, ୧୨୭ ଦିନିକିଆ ଓ ୨୬ଟି ଟି-୨୦ ଖେଳିଛନ୍ତି।

୨୦୧୪ରେ ଶ୍ରୀଲଙ୍କା ଟି-୨୦ ବିଶ୍ୱକପ ଜିତିଥିଲା। ଏହି ଟିମରେ ମଧ୍ୟ ଥିରିମାଣେ ରହିଥିଲେ। ଥିରିମାଣେ ୩ଟି ଟି-୨୦ ବିଶ୍ୱକପ ଓ ୨ଟି ଦିନିକିଆ ବିଶ୍ୱକପରେ ଶ୍ରୀଲଙ୍କା ଦଳରେ ଥିଲେ।

ଖରାପ ଫର୍ମ ଯୋଗୁ ସମୟକ୍ରମେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବାଦ ରହିବାକୁ ପଡ଼ିଥିଲା। ଶେଷରେ ସେ ୨୦୨୩ ଜୁଲାଇ ମାସରେ ଅବସର ନେଇଥିଲେ। ଶେଷଥର ପାଇଁ ସେ ୨୦୨୨ ମାର୍ଚ୍ଚରେ ଶ୍ରୀଲଙ୍କା ଜର୍ସିରେ ନଜର ଆସିଥିଲେ। ଥିରିମାଣେ ୫ଟି ଦିନିକିଆରେ ଶ୍ରୀଲଙ୍କାର ନେତୃତ୍ୱ ନେଇଥିଲେ।

Cricket Srilanka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe