Advertisment

ଆରସିବିକୁ ଗଲେ ଲିଭିଙ୍ଗଷ୍ଟୋନ, ଗୁଜରାଟରେ ସିରାଜ

ଲିଭିଙ୍ଗଷ୍ଟୋନ ୨୦୨୪ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିଲେ। ହେଲେ ତାଙ୍କୁ ପଞ୍ଜାବ ରିଲିଜ କରିଦେଇଥିଲା। ୨୦୨୫ରେ ସେ ଆରସିବି ପାଇଁ ଖେଳିବେ।

author-image
Hemant Lenka
Liam

Liam

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ୨୦୨୫ ଆଇପିଏଲ ଅକ୍ସନରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି। ଆଜି ତାଙ୍କୁ ଆରସିବି ୮.୭୫ କୋଟି ଟଙ୍କା ବଳରେ ନିଜ ସହ ସାମିଲ କରିଛି। ଲିଭିଙ୍ଗଷ୍ଟୋନ ୨୦୨୪ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିଲେ। ହେଲେ ତାଙ୍କୁ ପଞ୍ଜାବ ରିଲିଜ କରିଦେଇଥିଲା। ୨୦୨୫ରେ ସେ ଆରସିବି ପାଇଁ ଖେଳିବେ।

Advertisment

ଅକ୍ସନରେ ତାଙ୍କୁ ନେବା ପାଇଁ ହାଇଦ୍ରାବାଦ, ଦିଲ୍ଲୀ, ଆରସିବି ଓ ଚେନ୍ନାଇ ଭଳି ଦଳ ଚାହିଁଥିଲେ। ପ୍ରଥମେ ଆରସିବି ଓ ହାଇଦ୍ରାବାଦ ମଧ୍ୟରେ ବିଡ ୱାର ଆରମ୍ଭ ହୋଇଥିଲା। ଦିଲ୍ଲୀରେ ଏଥିରେ ପଶିବାରୁ ଲିଭଙ୍ଗଷ୍ଟୋନଙ୍କ ଦାମ ୬ କୋଟି ପାର କରିଥିଲା। ଚେନ୍ନାଇ ୮.୫୦ କୋଟି ଯାଏ ଯାଇଥିଲା। କିନ୍ତୁ ଶେଷରେ ଆରସିବି ୮.୭୫ କୋଟିରେ ତାଙ୍କୁ ନିଜ ସହ ସାମିଲ କରିଛି। ପଞ୍ଜାବ ମଧ୍ୟ ତାଙ୍କ ପାଇଁ ଆରଟିଏମ ବ୍ୟବହାର କରିନାହିଁ।

ଅନ୍ୟପକ୍ଷରେ ଆରସିବିର ଷ୍ଟ୍ରାଇକ ବୋଲର ମହମ୍ମଦ ସିରାଜ ୨୦୨୫ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳିବେ। ତାଙ୍କୁ ଆଜି ୧୨.୨୫ କୋଟି ଟଙ୍କାର ଗୁଜରାଟ ନିଜ ସହ ସାମିଲ କରିଛି। ସିରାଜଙ୍କୁ ଅକ୍ସନରେ ନେବା ପାଇଁ ଚେନ୍ନାଇ ଚେଷ୍ଟା କରିଥିଲା। ହେଲେ ୮ କୋଟି ପରେ ଦଳ ଓହରି ଯାଇଥିଲା।

Advertisment

ତାଙ୍କ ଦାମ ୮.୨୫ କୋଟି ଟଙ୍କା ଥିବା ବେଳେ ରାଜସ୍ଥାନ ରୟାଲ୍ସ ରେସରେ ପ୍ରବେଶ କରିଥିଲା। ୧୨ କୋଟି ଯାଏ ରାଜସ୍ଥାନ ବିଡ ଲଗାଇଥିଲା। ହେଲେ ଦାମ ୧୨.୨୫ କୋଟି ହେବାରୁ ରାଜସ୍ଥାନ ମଧ୍ୟ ଆଉ ଆଗକୁ ଯାଇ ନଥିଲା। ଆରସିବି ମଧ୍ୟ ସିରାଜଙ୍କ ପାଇଁ ଆରଟିଏମ ବ୍ୟବହାର କରିନି। ତେଣୁ ଗୁଜରାଟ ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଛି।

ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଡାଭିଡ ମିଲର ସବୁଠାରୁ କମ ୭.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କ ବେସ ପ୍ରାଇସ ୧.୫୦ କୋଟି ଟଙ୍କା ଥିଲା। ଗୁଜରାଟ ଓ ଆରସିବି ପ୍ରଥମେ ତାଙ୍କୁ ନେବା ପାଇଁ ଚାହିଁଥିଲେ। ଏହାପରେ ଦିଲ୍ଲୀ ରେସକୁ ଆସିଥିଲା।

ହେଲେ ଆରସିବି ୭ କୋଟି ଯାଏ ମିଲରଙ୍କୁ ନେବା ପାଇଁ ଚାହିଁଥିଲା। ହେଲେ ଲକ୍ଷ୍ନୌ ୭.୫୦ କୋଟି ଟଙ୍କାର ବିଡ ଲଗାଇବାରୁ ଆରସିବି ବାହାରି ଯାଇଥିଲା। ଗୁଜରାଟ ଆରଟିଏମ ବ୍ୟବହାର ନ କରିବାରୁ ଲକ୍ଷ୍ନୌ ମିଲରଙ୍କୁ ୭.୫୦ ଟଙ୍କାରେ ପାଇଛି। ଏହାପୂର୍ବରୁ ଲକ୍ଷ୍ନୌ ରେକର୍ଡ ୨୭ କୋଟିରେ ଋଷଭ ପନ୍ତଙ୍କୁ କିଣିଥିଲା।

IPL IPL Auction IPL 2025