Advertisment

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବି ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା!

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ର ଅଧାରୁ ଆହତ ସମସ୍ୟା ଯୋଗୁ ହାର୍ଦ୍ଦିକ ପଡ଼ିଆ ଛାଡ଼ି ଥିଲେ। ଏହାପରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତି ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ପଠାଯାଇଛି।

Hardik

Hardik

Advertisment

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଗୋଇଠି ଜନିତ ଆହତ ସମସ୍ୟାରେ ପଡ଼ିଥିବା ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆହତ ଯୋଗୁ ପାଣ୍ଡ୍ୟା ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ନଜର ଆସିବେ ନାହିଁ।

Advertisment

ଆହତ ସମସ୍ୟାର ସମ୍ମୁଖୀନ ହୋଇଥିବା ପାଣ୍ଡ୍ୟା ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି। କିନ୍ତୁ ତାଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ସେ ଖୁବଶୀଘ୍ର ଦଳକୁ ଫେରିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପାଣ୍ଡ୍ୟା ଗୋଇଠି ସମସ୍ୟାରୁ ଏକପ୍ରକାରର ମୁକୁଳି ସାରିଛନ୍ତି। କିନ୍ତୁ ଏବେ ତାଙ୍କର ଲିଗାମେଣ୍ଟ ସମସ୍ୟା ସାମ୍ନାକୁ ଆସିଛି। ଗୁରୁବାର ତାଙ୍କର ଗୋଟିଏ ଫିଟନେସ ଟେଷ୍ଟ ହେବ। ଏହାପରେ ବିସିସିଆଇର ମେଡିକାଲ ଟିମ ସେ କେବେ ଦଳକୁ ଫେରିବେ, ତା’ର ନିଷ୍ପତ୍ତି ନେବେ।

Advertisment

ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ହିଁ, ହାର୍ଦ୍ଦିକ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିବାକୁ ଥିବା ମ୍ୟାଚ୍‌ରେ ନଜର ନ ଆସି ପାରନ୍ତି। ପ୍ରତିଷେଧକ ଭାବେ ଏପରି ନିଷ୍ପତ୍ତି ନିଆଯାଉଛି। ଆହତ ସମସ୍ୟା ଆଦୌ ଗୁରୁତର ନୁହେଁ।”

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ର ଅଧାରୁ ଆହତ ସମସ୍ୟା ଯୋଗୁ ହାର୍ଦ୍ଦିକ ପଡ଼ିଆ ଛାଡ଼ି ଥିଲେ। ଏହାପରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତି ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ପଠାଯାଇଛି।

ସେଠାରେ ସେ ଧୀରେଧୀରେ ସୁସ୍ଥ ହେବାକୁ ଲାଗିଛନ୍ତି। ବାଂଲାଦେଶ ବିପକ୍ଷରେ ଭାରତ ବାଜିମାତ କରିବା ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ହାର୍ଦ୍ଦିକଙ୍କ ସହ କୌଣସି ପ୍ରକାରର ବଡ଼ ଅଘଟଣା ଘଟିନି। ତାଙ୍କୁ କେବଳ ଏନସିଏ ପଠାଇ ଯାଇଥିଲା। ସେଠାରେ ସେ ସୁସ୍ଥ ହେଉଛନ୍ତି ବୋଲି ରୋହିତ କହିଥିଲେ।

ଆହତ ସମସ୍ୟା ଯୋଗୁ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ହାର୍ଦ୍ଦିକ ବାଦ ପଡ଼ିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଥିଲା। ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ଶାମିଙ୍କୁ ଦଳରେ ସାମିଲ କରାଯାଇଥିଲା। ଶାମି ୫ ୱିକେଟ ସଫଳତା ପାଇଥିବା ବେଳେ ସୂର୍ଯ୍ୟ କୁମାର କିନ୍ତୁ ମାତ୍ର ୨ ରନ କରି ଆଉଟ ହୋଇଥିଲେ।

ଏବେ ଇଂଲଣ୍ଡ ବିପକ୍ଷ ଲକ୍ଷ୍ନୌ ମ୍ୟାଚ୍‌ରେ ଭାରତୀୟ ଟିମ କାହାକୁ ସୁଯୋଗ ଦେବ? କାହାକୁ ବାହାର କରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଲକ୍ଷ୍ନୌ ପିଚ୍‌ ସାଧାରଣତଃ ସ୍ପିନକୁ ସୁହାଇ ଥାଏ। 

ତେଣୁ ମହମ୍ମଦ ସିରାଜ ଓ ଶାମିଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇ ପାରେ। ତାଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Hardik Pandya ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe