କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଘଟିଛି ଅଜବ ଘଟଣା। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଗୋଧି ଆତଙ୍କ ଦେଖିବାକୁ ମିଳିଛି। ଆଜି କଲମ୍ବୋର ସିନହାଲେସ ସ୍ପୋର୍ଟସ କ୍ଲବରେ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଗୋଟିଏ ଗୋଧି ପଡ଼ିଆ ଭିତରେ ପଶି ଯାଇଥିଲା। ଏଥିପାଇଁ ମ୍ୟାଚ୍ ମଧ୍ୟ କିଛି ସମୟ ଅଟକି ରହିଥିଲେ। ପଡ଼ିଆ ଭିତରେ ଗୋଧି ବୁଲୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ମ୍ୟାଚ୍ର ୪୭ତମ ଓଭରେ ପୂରା ଘଟଣା ଘଟିଥିଲା। ଆଫଗାନିସ୍ତାନର ନିଜାତ ମାସୁଦ ବୋଲିଂ କରିବାକୁ ଯାଉଥିବା ବେଳେ ସାମ୍ନାରେ ଭେଟରାନ ଆଞ୍ଜେଲୋ ମାଥ୍ୟୁସ ରହିଥିଲେ। ଏହି ସମୟରେ ହଠାତ ଗୋଟିଏ ଗୋଧି ବାଉଣ୍ଡରୀ ଡେଇଁ ପଡ଼ିଆ ଭିତରେ ପ୍ରବେଶ କରିଥିଲା। ଏହାର ଆକାର ବେଶ ବଡ଼ ଥିବାରୁ ଖେଳାଳି ଓ ଅମ୍ପାୟାର ସାମନ୍ୟ ନର୍ଭସ ହୋଇ ଯାଇଥିଲେ।
ଗୋଧିକୁ ଦେଖି ବାଉଣ୍ଡରୀ ପାଖରେ ଥିବା ଖେଳାଳିଙ୍କ ଧ୍ୟାନଚ୍ୟୁତ ହୋଇଥିଲା। ସେ ମ୍ୟାଚ୍ ଉପରେ ଫୋକସ କରି ପାରୁ ନଥିବା ଅଭିଯୋଗ କରିଥିଲେ। ତେଣୁ ଅମ୍ପାୟାର ଏହା ଜାଣିବା ପରେ ମ୍ୟାଚ୍କୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ।
Earlier snakes and now a monitor lizard.
— Mufaddal Vohra (@mufaddal_vohra) February 3, 2024
- Sri Lanka is the home of uninvited guests on the field. 🥶pic.twitter.com/3uG8Hfs2L6
ଉକ୍ତ ଶରିସୃପକୁ ତୁରନ୍ତ ପଡ଼ିଆ ବାହାରକୁ ନିଆଯାଇଥିଲା। ଏହାପରେ ଖେଳ ମଧ୍ୟ ଆରମ୍ଭ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।