Advertisment

୨୧ରୁ ପ୍ରଥମ ଅଣ୍ଡର୍-୧୪ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ପ୍ରଥମଥର ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। କୁନି କୁନି ପିଲାଙ୍କୁ ଖେଳାଯିବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୧ ତାରିଖରୁ LLCC ଗ୍ରାଉଣ୍ଡରେ ଖେଳାଯିବ। ଏ ନେଇ ଆଜି LLCC ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ବଛା ବଛା ୧୬ଟି ବ୍ଲକ୍ ଅଂଶଗ୍ରହଣ କରିବେ। ଭାଗ ନେବାକୁଥିବା […]

୨୧ରୁ ପ୍ରଥମ ଅଣ୍ଡର୍-୧୪ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

llcc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ପ୍ରଥମଥର ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। କୁନି କୁନି ପିଲାଙ୍କୁ ଖେଳାଯିବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୧ ତାରିଖରୁ LLCC ଗ୍ରାଉଣ୍ଡରେ ଖେଳାଯିବ। ଏ ନେଇ ଆଜି LLCC ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

Advertisment

ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ବଛା ବଛା ୧୬ଟି ବ୍ଲକ୍ ଅଂଶଗ୍ରହଣ କରିବେ। ଭାଗ ନେବାକୁଥିବା ସମସ୍ତ କୁନି କ୍ରିକେଟରଙ୍କୁ କ୍ଲବ୍ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଉଛି। ଏଥିପାଇଁ କ୍ଲବ୍ ପକ୍ଷରୁ ଭାରତ କେଶରୀ ଦାଶଙ୍କ ସହ ଜଣେ ଉପପ୍ରଶିକ୍ଷକ ଭାବେ ଅଜୟ କୁମାର ସାହୁଙ୍କୁ ନିଯୁକ୍ତ ଦିଆଯାଇଛି।

କ୍ଲବ୍ ପକ୍ଷରୁ ଆୟୋଜିତ ହେଉଥିବା ତ୍ରିବେଣୀ କପ୍ ସାରା ରାଜ୍ୟରେ ପରିଚିତ ହୋଇସାରିଥିବା ବେଳେ ଏବେ ଏହି ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଲୁଚି ରହିଥିବା ପ୍ରତିଭାଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ପାଇଁ ପ୍ରସ୍ତୁତ କରିବା ମୂଳ ଲକ୍ଷ୍ୟ ବୋଲି ସହକାରୀ ପ୍ରଶିକ୍ଷକ ଅଜୟ କୁମାର ସାହୁ କହିଛନ୍ତି।

Advertisment

ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ଟ୍ରଫି ସହ ୨୦ହଜାର ଟଙ୍କା ଓ ରନର୍ସଅପ୍ ଟିମକୁ ଟ୍ରଫି ସହ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଏହାବ୍ୟତୀତ ବ୍ୟକ୍ତିଗତ ପ୍ରଦର୍ଶନ ଅର୍ଥାତ୍ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଶ୍ରେଷ୍ଠ ବୋଲର, ଶ୍ରେଷ୍ଠ ଫିଲ୍ଡର, ଶ୍ରେଷ୍ଠ ୱିକେଟକିପର ଓ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ପାଇଁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଅଜୟ କୁମାର ସାହୁଙ୍କ ବ୍ୟତୀତ LLCC ସଭାପତି ନିତ୍ୟାନନ୍ଦ ବେହେରା ଓ ପଙ୍କଜ କୁମାର ଦାସ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe