Advertisment

ଚାମ୍ପିୟନ୍ସ ଟ୍ରଫି ଖେଳିବେନି ନ୍ୟୁଜିଲ୍ୟାଣ୍ଡର ଏହି ଦ୍ରୁତ ବୋଲର

ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ନ୍ୟୁଜିଲ୍ୟାଣ୍ଡ ଓ ଆୟୋଜକ ପାକିସ୍ତାନ।

New Zeland

New Zeland

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ଆସନ୍ତାକାଲି ଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ନ୍ୟୁଜିଲ୍ୟାଣ୍ଡ ଓ ଆୟୋଜକ ପାକିସ୍ତାନ। କିନ୍ତୁ ପ୍ରଥମ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମକୁ ଲାଗିଛି ବଡ଼ ଝଟକା। ଦଳର ନିର୍ଭରଯୋଗ୍ୟ ଦ୍ରୁତ ବୋଲର ଲକି ଫର୍ଗୁସନ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି।

Advertisment

ନ୍ୟୁଜିଲ୍ୟାଣ୍ଡ ପ୍ରଥମ ମ୍ୟାଚ ପାଇଁ ଜୋରଦାର ଅଭ୍ୟାସ କରୁଥିବା ବେଳେ ଫର୍ଗୁସନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ବ୍ଲାକ କ୍ୟାପର ଚିନ୍ତା ବଢ଼ାଇ ଦେଇଛନ୍ତି। ଫର୍ଗୁସନ ପାଦ ଜନିତ ଆହତ ସମସ୍ୟାରେ ପଡ଼ିବାରୁ ନ୍ୟୁଜିଲ୍ୟାଣ୍ଡ ଟିମରୁ ବାଦ ପଡ଼ିଛନ୍ତି। ରବିବାର ସେ କରାଚିରେ ଆଫଗାନିସ୍ତାନ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଖେଳୁଥିଲେ। ଏହି ମ୍ୟାଚ୍‌ରେ ସେ ଗୋଟିଏ ସ୍ପେଲ ବୋଲିଂ କରିବା ପରେ ଡାହାଣ ପାଦରେ ଯନ୍ତ୍ରଣା ଅନୁଭବ କରିଥିଲେ।

ଏଥିଯୋଗୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ତାଙ୍କ ଆହତ ସମସ୍ୟାର ଯାଞ୍ଚ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଛି ଯେ ଫର୍ଗୁସନଙ୍କ ଆହତ ସମସ୍ୟା ବେଶ ଗୁରୁତର। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ମ୍ୟାଚ୍‌ ଖେଳିବାକୁ ଫିଟ ହୋଇପାରିବେ ନାହିଁ। ମେଡିକାଲ ଟିମର ଏପରି ମତାମତ ପରେ ଫର୍ଗୁସନଙ୍କୁ ପାକିସ୍ତାନରୁ ସିଧା ନ୍ୟୁଜିଲ୍ୟାଣ୍ଡ ପଠାଯିବାକୁ ନିଷ୍ପତ୍ତି ହୋଇଛି। ସେ ଘରୋଇ ପରିବେଶରେ ରିହ୍ୟାବ କରିବେ।

Advertisment

ଫର୍ଗୁସନ ଆହତ ହେବାରୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଅନ୍ୟତମ ଦ୍ରୁତ ବୋଲର କାୟଲ ଜାମିସନଙ୍କୁ ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡରେ ସାମିଲ କରାଯାଇଛି। ସେ ମଙ୍ଗଳବାର ସନ୍ଧ୍ୟାରେ ନ୍ୟୁଜିଲ୍ୟାଣ୍ଡରୁ ପାକିସ୍ତାନ ଅଭିମୁଖେ ଉଡ଼ାଣ ଭରିବେ।

ଆହତ ସମସ୍ୟା ଯୋଗୁ ଜାମିସନ ଦୀର୍ଘ ୧୦ ମାସ ହେଲା କ୍ରିକେଟରୁ ଦୂରେଇ ରହିଥିଲେ। ଡିସେମ୍ବର ମାସରେ ସେ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଏବେ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଡକା ଯାଇଛି। ଘରୋଇ କ୍ରିକେଟରେ ସେ ଦମଦାର ପ୍ରଦର୍ଶନ କରିବାରୁ ତାଙ୍କୁ ଏପରି ସୁଯୋଗ ମିଳିଛି।

ଜାମିସନଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଥିଲେ ହେଁ ଫର୍ଗୁସନଙ୍କ ଅନୁପସ୍ଥିତି ଦଳ ଚାମ୍ପିୟନ୍ସ ଟ୍ରଫିରେ ଅନୁଭବ କରିବ ବୋଲି ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କୋଚ୍‌ ଗ୍ୟାରୀ ଷ୍ଟେଡ ମତ ରଖିଛନ୍ତି। ତାଙ୍କ କହିବା କଥା ଯେ ଫର୍ଗୁସନ ଦଳର ଜଣେ ପ୍ରମୁଖ ସଦସ୍ୟ। ଏକାଧିକ ବଡ଼ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବାର ଅଭିଜ୍ଞତା ତାଙ୍କ ପାଖରେ ରହିଥିଲା। ହେଲେ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ସେ ଆହତ ହେବା ଦଳ ପାଇଁ ବଡ଼ କ୍ଷତି। ତଥାପି ସେ ଖୁବଶୀଘ୍ର ଆହତ ସମସ୍ୟାରୁ ମୁକଳିବେ ବୋଲି ଷ୍ଟେଡ କହିଛନ୍ତି।

New Zealand Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe