Advertisment

ସୋଶାଲ ମିଡିଆରେ ଧୋନିଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ଝଡ଼

ଭାରତ ପାଇଁ ଖେଳିବା ଆରମ୍ଭ କରିବା ବେଳେ ଧୋନି ରଖିଥିବା ଲମ୍ବା ଚୁଟି ସବୁବେଳେ ସମସ୍ତଙ୍କର ପସନ୍ଦ ହୋଇ ରହିଛି।

author-image
Hemant Lenka
Dhoni

Dhoni

ଭାରତୀୟ କ୍ରିକେଟର ଆଇକନ ମହେନ୍ଦ୍ର ସିଂହ ଧୋନିଙ୍କ ହେୟାର ଷ୍ଟାଇଲକୁ ନେଇ ସୋଶାଲ ମିଡିଆରେ ଜୋରଦାର ଚର୍ଚ୍ଚା। ଧୋନି ସବୁବେଳେ ନୂଆ ନୂଆ ହେୟାର ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ଅନେକ ପ୍ରକାରର ହେୟାର ଷ୍ଟାଇଲରେ ସେ ନଜର ଆସିଛନ୍ତି।

Advertisment

ତେବେ ଭାରତ ପାଇଁ ଖେଳିବା ଆରମ୍ଭ କରିବା ବେଳେ ଧୋନି ରଖିଥିବା ଲମ୍ବା ଚୁଟି ସବୁବେଳେ ସମସ୍ତଙ୍କର ପସନ୍ଦ ହୋଇ ରହିଛି। ଲମ୍ବା ଚୁଟିରେ ଧୋନି ଭାରତକୁ ୨୦୦୭ ଆଇସିସି ଟି-୨୦ ବିଶ୍ୱକପ ଭେଟି ଦେଇଥିଲେ।

ଏହାପରେ ସେ ଚୁଟି କାଟି ଦେଇଥିଲେ। କିନ୍ତୁ ଏବେ ଧୋନି ପୁଣିଥରେ ଲମ୍ବା ଚୁଟିରେ କମବ୍ୟାକ କରିଛନ୍ତି। ସେ ଗୋଟିଏ ବିଜ୍ଞାପନ ଶୁଟିଂ ପାଇଁ ନୂଆ ଲୁକରେ ସାମ୍ନାକୁ ଆସିଥିବା ବେଳେ ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରଖ୍ୟାତ ହେୟାର ଷ୍ଟାଇଲିଷ୍ଟ ଅଲିମ ହାକିମ ନିଜ ସୋଶାଲ ମିଡିଆରେ ଧୋନିଙ୍କ ନୂଆ ଲୁକର ଫଟୋ ଶେୟାର କରିବା ମାତ୍ରେ ଏହା ଟ୍ରେଣ୍ତ କରିବା ଆରମ୍ଭ କରିଛି। ଏଥିସହ ସେ ଧୋନିଙ୍କ ସହ ମିଶି କାହିଁକି ଏମିତି ନୂଆ ହେୟାର ଷ୍ଟାଇଲ କରିଛନ୍ତି, ତା’ର ସୂଚନା ମଧ୍ୟ ଦେଇଛନ୍ତି।

ସେ ଧୋନିଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ନିଜକୁ ସୌଭାଗ୍ୟ ମଣିଛନ୍ତି। ସେ ଧୋନିଙ୍କ ସହ ନୂଆ ଲୁକର କିଛି ଫଟୋ ଉଠାଇ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ନୂଆ ବିଜ୍ଞାପନ ପାଇଁ ଧୋନି ଏପରି ଷ୍ଟାଇଲ କରିଥିବା ହାକିମ ସୂଚନା ଦେଇଛନ୍ତି।

ଧୋନିଙ୍କ ଏପରି ଲୁକକୁ ଅନେକ ଶେୟାର କରିବା ସହ ପସନ୍ଦ ମଧ୍ୟ କରିଛନ୍ତି। ଧୋନି କୌଣସି ବଲିଉଡ ଷ୍ଟାରଙ୍କ ଠାରୁ କମ ନୁହନ୍ତି ବୋଲି ଅନେକ ମତ ରଖିଛନ୍ତି। 

MS Dhoni