Advertisment

୪୫ କୋଟି କ୍ଷତି ସହିବ ଇଂଲଣ୍ଡର ଲର୍ଡସ, କାରଣ ପଛରେ ଭାରତ

୨୦୨୩ WTC ଫାଇନାଲରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା। ଏବେ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି।

Lords

Lords

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଜୁନ ୧୧ରୁ ୧୫ ତାରିଖ ଯାଏ ଫାଇନାଲ ମ୍ୟାଚ୍‌ ଲଣ୍ଡନର ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଭାରତ WTCର ଫାଇନାଲ କ୍ରମାଗତ ତୃତୀୟ ପାଇଁ ଖେଳିବା ଦୌଡ଼ରେ ରହିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଠାରୁ ଦଳ ୧-୩ରେ ବର୍ଡର-ଗାଭାସ୍କର ଟ୍ରଫି ହାରି ଯିବାରୁ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାରି ଯିବାରୁ ଏବେ ଅଷ୍ଟ୍ରେଲିଆ ସହ ଦକ୍ଷିଣ ଆଫ୍ରିକା ପ୍ରଥମଥର WTC ଫାଇନାଲ ଖେଳିବାକୁ ଯାଉଛି।

Advertisment

୨୦୨୩ WTC ଫାଇନାଲରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା। ଏବେ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଲର୍ଡସ ପ୍ରଥମଥର ପାଇଁ WTC ଫାଇନାଲ ଆୟୋଜନ କରୁଥିବା ବେଳେ ଏମସିସି ୪ ମିଲିୟନ ପାଉଣ୍ଡ ବା ୪୫.୦୮ କୋଟି ଟଙ୍କାର କ୍ଷତି ସହିବାକୁ ଯାଉଛି। କାରଣ ଭାରତ ଫାଇନାଲ ଖେଳୁ ନଥିବାରୁ ଦର୍ଶକମାନେ ମ୍ୟାଚ୍‌ ପ୍ରତି ସେତେଟା ଆଗ୍ରହ ଦେଖାଉ ନାହାନ୍ତି। ଭାରତ ଫାଇନାଲ ଯାଇ ନଥିବାରୁ ଟିକେଟ ବିକ୍ରି ଉପରେ ଏହାର ପ୍ରଭାବ ପଡ଼ିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଏମସିସି ଆଶା କରିଥିଲା ଯେ ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲ ଖେଳିବେ। ତେଣୁ ଲର୍ଡସର ଟିକେଟ ଦାମ ବେଶ ଅଧିକ ରଖାଯାଇଥିଲା। କାରଣ ଭାରତର ମ୍ୟାଚ୍‌ ବେଳେ ଟିକେଟର ଚାହିଦା ଅଧିକ ରହିବ। ଏଥିପାଇଁ ପ୍ରିମିୟମ ରେଟରେ ଟିକେଟ ଗୁଡ଼ିକ ବିକ୍ରି କରି ଏମସିସି ଅଧିକ ଆୟ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଭାରତ ଫାଇନାଲରୁ ବଞ୍ଚିତ ହେବାରୁ ଟିକେଟ ପ୍ରତି ଲୋକମାନେ ମୁହଁ ବୁଲାଉଛନ୍ତି। ଟିକେଟ ବିକ୍ରି ହେଉ ନଥିବାରୁ ଏମସିସି ବାଧ୍ୟ ହୋଇ ଏହାର ଦାମ ହ୍ରାସ କରିବାରେ ଲାଗିଛି। ଏଥିଯୋଗୁ ଏମସିସି ପୂର୍ବରୁ କରିଥିବା ଆୟ ଯୋଜନା ଗଭୀର ଭାବେ ପ୍ରଭାବିତ ହୋଇଛି।

Advertisment

ସୂତ୍ର ଅନୁସାରେ, ଏମସିସି ପୂର୍ବାପେକ୍ଷା WTC ଫାଇନାଲରେ ଟିକେଟ ଦାମ ୫୦ ପାଉଣ୍ଡ ବା ୫୬୩୩ ଟଙ୍କା ହ୍ରାସ କରିଛି। ଏପରି କରି ଏମସିସି ମ୍ୟାଚ୍‌ ଦିନ କେମିତି ଲର୍ଡସ ଷ୍ଟାଡିୟମରେ କୌଣସି ସିଟ୍‌ ଫାଙ୍କା ନ ରହିବ, ସେକଥାକୁ ନିଶ୍ଚିତ କରିବାକୁ ଚାହୁଁଛି। ଏବେ ଟିକେଟଗୁଡ଼ିକୁ ୪୦ରୁ ୯୦ ପାଉଣ୍ଡ ମଧ୍ୟରେ ବିକ୍ରି କରାଯାଉଛି। ପୂର୍ବ ତୁଳନାରେ ଏହା ୫୦% ଶସ୍ତା ହୋଇଛି। ଏମସିସି ଶସ୍ତାରେ ଟିକେଟ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବାରୁ ପ୍ରାୟ ୪୫ କୋଟି ଟଙ୍କାର କ୍ଷତି ସହିବ ବୋଲି ଜଣାପଡ଼ିଛି। ଯଦି ଭାରତ ଫାଇନାଲ ଯାଇଥାଆନ୍ତା, ତା’ହେଲେ ଏମସିସି ଟିକେଟଗୁଡ଼ିକୁ ପ୍ରିମିୟମ ରେଟରେ ବିକ୍ରି କରି ଅଧିକ ୪୫.୦୮ କୋଟି ଟଙ୍କା ଆୟ କରିଥାଆନ୍ତା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲର୍ଡସରେ ଭାରତ ଓ ଇଂଲଣ୍ଡ ଜୁଲାଇ ମାସରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଏଥିପାଇଁ ଏବେ ଠାରୁ ଟିକେଟ ବିକ୍ରି ହେଲାଣି। ଉକ୍ତ ଟେଷ୍ଟର ପ୍ରଥମ ୪ ଦିନର ଟିକେଟ ବିକ୍ରି ଶେଷ ହୋଇ ଯାଇଛି। ଏହାକୁ ଏମସିସି ପ୍ରିମିୟମ ରେଟରେ ବିକ୍ରି କରିଛି କି ନାହିଁ, ସେକଥା ଜଣାପଡ଼ିନି। କିନ୍ତୁ ଟିକେଟର ଚାହିଦା ଅଧିକ ରହିଥିବା ଜଣାପଡ଼ିଛି। ଏଥିପାଇଁ କ୍ରିକେଟ ପ୍ରେମୀ ଏବେଠାରୁ ଜୁଲାଇ ଟେଷ୍ଟର ପ୍ରଥମ ୪ ଦିନର ଟିକେଟ କିଣି ନେଇଛନ୍ତି।

୨୦୨୫ WTC ଫାଇନାଲ ଖେଳିବା ପାଇଁ ଭାରତ ପାଖରେ ଯଥେଷ୍ଟ ସୁଯୋଗ ରହିଥିଲା। ହେଲେ ଦଳର ଫାଇନାଲ ଗାଡ଼ି ହଠାତ୍‌ ଲାଇନଚ୍ୟୁତ ହୋଇଥିଲା। ପ୍ରଥମେ ରୋହିତ ଶର୍ମାଙ୍କ ଭାରତୀୟ ଟିମକୁ ନିଜ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଅପ୍ରତ୍ୟାଶିତ ଢଙ୍ଗରେ ୦-୩ରେ ହାରିବାକୁ ପଡ଼ିଥିଲା। ୨୦୧୨-୧୩ ପରେ ଭାରତ ଘରୋଇ ପରିବେଶରେ କୌଣସି ଟେଷ୍ଟ ସିରିଜ ହାରିବାର ଲଜ୍ଜାମୁଣ୍ଡାଇଥିଲା। ୨୦୧୨-୧୩ରେ ଇଂଲଣ୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ଭାରତକୁ ୨-୧ରେ ମାତ ଦେଇଥିଲା।

ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିବା ଭାରତ ପାଖରେ ଫାଇନାଲ ଯିବାର ଶେଷ ସୁଯୋଗ ବର୍ଡର-ଗାଭାସ୍କର ଟ୍ରଫିରେ ମିଳିଥିଲା। ଯଦି ଭାରତ ଏହି ସିରିଜକୁ ୩-୧ରେ ଜିତି ନେଇଥାଆନ୍ତା, ତା’ହେଲେ ଦଳ ଫାଇନାଲ ଟିକେଟ ହାସଲ କରିଥାଆନ୍ତା। କିନ୍ତୁ ଭାରତୀୟ ଟିମ ୧-୩ରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା।

South Africa WTC WTC Final Australia Test Cricket Lords Stadium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe