Advertisment

ଭାରତ ଠାରୁ ହାରିବା ଦକ୍ଷିଣ ଆଫ୍ରିକା ପାଇଁ ଆଶୀର୍ବାଦ ବୋଲି କହିଲେ କେଶବ ମହାରାଜ

ଭାରତ ବିପକ୍ଷରେ ଏପରି ନୈରାଶ୍ୟଜନକ ପ୍ରଦର୍ଶନ ଦକ୍ଷିଣ ଆଫ୍ରିକାକୁ ଫାଇଦା ଦେବ। ଭାରତ ବିପକ୍ଷରେ ହାରିବା ଗୋଟିଏ ଆଶୀର୍ବାଦ ସାବ୍ୟସ୍ତ ହେବ ବୋଲି ଦଳର ଭେଟରାନ ସ୍ପିନର କେଶବ ମହାରାଜ କହିଛନ୍ତି।

SA

SA

Advertisment

ରବିବାର ଭାରତ ଐତିହାସିକ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ‌ଆଫ୍ରିକାକୁ ଏକତରଫା ଭାବେ ୨୪୩ ରନରେ ପରାସ୍ତ କରିଛି। କ୍ରମାଗତ ୪ଟି ବିଜୟ ସହ ନିଜର ଦବଦବା ଦେଖାଇଥିବା ଦକ୍ଷିଣ ଆଫ୍ରିକା ମାତ୍ର ୮୩ ରନରେ ଅଲଆଉଟ ହୋଇଯାଇଥିଲା।

Advertisment

ତେବେ ଭାରତ ବିପକ୍ଷରେ ଏପରି ନୈରାଶ୍ୟଜନକ ପ୍ରଦର୍ଶନ ଦକ୍ଷିଣ ଆଫ୍ରିକାକୁ ଫାଇଦା ଦେବ। ଭାରତ ବିପକ୍ଷରେ ହାରିବା ଗୋଟିଏ ଆଶୀର୍ବାଦ ସାବ୍ୟସ୍ତ ହେବ ବୋଲି ଦଳର ଭେଟରାନ ସ୍ପିନର କେଶବ ମହାରାଜ କହିଛନ୍ତି।

ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ସହ ସେମି ଫାଇନାଲ ଟିକେଟ ହାସଲ କରି ନେଇଛନ୍ତି। ତେଣୁ ଭାରତ ବିପକ୍ଷରେ ପରାଜୟ ଦଳର ସେମି ଫାଇନାଲ ପାର୍ଟିକୁ ମଳିନ କରିନି। କିନ୍ତୁ ଚେଜ୍‌ କଲା ବେଳେ ଦକ୍ଷିଣ ଆଫ୍ରିକା ଧରାଶାୟୀ ହେଉଛି ବୋଲି ପୁଣି ପ୍ରମାଣ ମିଳିଛି।

Advertisment

ମ୍ୟାଚ ପରେ କେଶବ ମହାରାଜ କହିଛନ୍ତି, “ମୁଁ ଭାବୁଛି ଏହା ଗୋଟିଏ ଭଲ ଟ୍ରାଏଲ ରନ। ଆଶା ଆଗକୁ ସବୁ କିଛି ଭଲ ହେବ। ସେମାନେ ସେମି ଫାଇନାଲ ପରେ ଆହୁରି ଆଗକୁ ଯାଆନ୍ତୁ। ଆମେ କେଉଁ ସବୁ କ୍ଷେତ୍ରରେ ଭଲ କରିପାରିବୁ, ତା’କୁ ଚିହ୍ନଟ କରିବୁ ଓ ଭଲ କରିବା ପାଇଁ ଚେଷ୍ଟା କରିବୁ।”

ଭାରତ ପ୍ରଥମ ସ୍ଥାନରେ ରହି ସେମି ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଦକ୍ଷିଣ ‌ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଦୁଇ ଦଳ ଏବେ କେବଳ ଫାଇନାଲରେ ପରସ୍ପରକୁ ଭେଟିବାର ସୁଯୋଗ ପାଇପାରିବେ।

ମହାରାଜ ଆହୁରି କହିଛନ୍ତି, “ଆମେ ଏଠାରେ ପୂର୍ବରୁ ବହୁତ ଭଲ ଖେଳି ଆସିଥିଲୁ। ଆମେ ଯାହା କରିଥିଲୁ, ସେହି ପ୍ରଦର୍ଶନକୁ ପୁଣି ଫେରିବାକୁ ଚେଷ୍ଟା କରିବୁ। ଟର୍ଣ୍ଣିଂ ବଲରେ କେମିତି ରନ କରିବାକୁ ହେବ, ସେକଥା ଆମକୁ ବୁଝି ଆଗକୁ ବଢ଼ିବାକୁ ପଡ଼ିବ।

ଭାରତ ଠାରୁ ହାରିବା ଗୋଟିଏ ଭଲ କଥା। ଆମର ତ୍ରୁଟିକୁ ଏହା ଧରାଇଛି। ଆଗକୁ ଏହା ଆମ ପାଇଁ ଆଶୀର୍ବାଦ ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଠିକ ସମୟରେ ଆମର ଆଖି ଖୋଲିଛି।

ବାଉନ୍ସ ପିଚ୍‌ରେ ୪ଟି ମ୍ୟାଚ୍‌ ଖେଳିଥିଲୁ। ତେଣୁ ୫ମ ମ୍ୟାଚରେ ଆମର ତ୍ରୁଟି ହୋଇଛି। ଆଜିର ପ୍ରଦର୍ଶନକୁ ଆମେ ଘୋଡ଼ାଇବାକୁ ଚେଷ୍ଟା କରୁନୁ। କିନ୍ତୁ ଆମକୁ କ’ଣ କରିବାକୁ ହେବ, ତା’ର ପୂର୍ବାଭାଷା ଏହି ମ୍ୟାଚ୍‌ରୁ ମିଳିଛି। ଆମେ ସେମି ଫାଇନାଲକୁ ଯିବା ପୂର୍ବରୁ ଏ କ୍ଷେତ୍ର ଉପରେ କାମ କରିବୁ। ଆଶା ସବୁ କିଛି ଠିକ ହେବ।” 

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe