Advertisment

ଛୋଟ ଲକ୍ଷ୍ୟକୁ ଛୁଇଁ ପାରିଲାନି ଲକ୍ଷ୍ନୌ ସୁପରଜାଏଣ୍ଟସ, ମୋହିତ ଶର୍ମା ଦେଖାଇଲେ ଚମତ୍କାର ବୋଲିଂ

ଆଜି ଲକ୍ଷ୍ନୌଠାରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ।

author-image
Niranjan Mishra
ଅଦ୍ୟତନ ହୋଇଛି
Mohit Sharma

Mohit Sharma

ଲକ୍ଷ୍ନୌ : ଆଜି ଲକ୍ଷ୍ନୌଠାରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟଏଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ଶେଷ ଓଭରରେ ଲକ୍ଷ୍ନୌ ୧୨ ରନ ଆବଶ୍ୟକ କରୁଥିବା ବେଳେ ମୋହିତ ଶର୍ମା ଚମତ୍କାର ବୋଲିଂ କରି ମ୍ୟାଚକୁ ପ୍ରତିପକ୍ଷ ଠାରୁ ଛଡ଼ାଇ ଆଣିଥିଲେ। ଶେଷ ଓଭରରେ ଲକ୍ଷ୍ନୌ ୪ ୱିକେଟ ହରାଇବା ସହ ମାତ୍ର ୪ ରନ୍ କରିପାରିଥିଲା।

Advertisment

ଏହି ଓଭରରେ କେଏଲ ରାହୁଲ ଆଉଟ ହେବା ପରେ ପଛକୁ ପଛ ଆଉ ୩ ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ। ଫଳରେ ଲକ୍ଷ୍ନୌ ପରାଜୟ ବରଣ କରିଥିଲା ।

ଲକ୍ଷ୍ନୌ ପକ୍ଷରୁ ଅଧିନାୟକ କେଏଲ ରାହୁଲ ସର୍ବାଧିକ ୬୮ରନ କରିଥିଲେ। ହେଲେ ମ୍ୟାଚ୍‌ର ୧୯ ତମ ଓଭରର ପର୍ଯ୍ୟନ୍ତ ସେ ରହିଥିଲେ ହେଁ ଜିତିବା ପାଇଁ ଆବଶ୍ୟକ ହେଉଥିବା ରନ୍‌ କରିବାରେ ସେ ବିଫଳ ହୋଇଥିଲେ। ସେହିପରି ତାଙ୍କ ଟିମ୍‌ ପକ୍ଷରୁ କାଇଲ ମେୟର୍ସ ୨୪ରନ ଓ କ୍ରୁନାଲ ପାଣ୍ଡ୍ୟା ୨୩ରନ କରିଥିଲେ। ଗୁଜରାଟ ପକ୍ଷରୁ ମୋହିତ ଶର୍ମା ଓ ନୁର ଅହମ୍ମଦ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।

Advertisment

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ ହରାଇ ଦଳ ୧୩୫ରନ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୬୬ରନ ଓ ରିଦ୍ଧିମାନ ଶାହା ୪୭ରନ କରିଥିଲେ।

ଲକ୍ଷ୍ନୌ ଆଗରେ ୧୩୬ ରନର ଏକ ଛୋଟିଆ ଲକ୍ଷ୍ୟ ରଖିଥିଲେ ବି ଗୁଜରାଟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ନିଜ ଦଳ ପାଇଁ ଚମତ୍କାର ବିଜୟ ଭେଟି ଦେଇଥିଲେ। ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୨୮ ରନ୍ କରିପାରିଥିଲା। ବିଶେଷକରି ମୋହିତ ଶର୍ମା ନିଜ ଶେଷ ଓଭରରେ ଚମତ୍କାର ବୋଲିଂ କରି ମ୍ୟାଚ ଲକ୍ଷ୍ନୌ ହାତରୁ ଛଡାଇ ଆଣିଥିଲେ। ଶେଷ ଓଭରରେ କେଏଲ୍ ରାହୁଲ, ମାର୍କସ୍ ଷ୍ଟୋନିସ୍, ଆୟୁଷ, ଦୀପକ ହୁଡ୍ଡା ଆଉଟ୍ ହୋଇଥିଲେ।

IPL