Advertisment

ମ୍ୟାଚ୍‌ ଫି’ ୫୦% କଟିଲା, ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହେଲେ ଏହି ଆଇପିଏଲ ଷ୍ଟାର୍‌

ଏହାପୂର୍ବରୁ ସମାନ ଆଚରଣ ପାଇଁ ରାଠିଙ୍କୁ ଦୁଇ ଥର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଫାଇନ ଲାଗୁ କରାଯାଇଥିଲା। ତାଙ୍କୁ ନିଜ ଆଚରଣରେ ସୁଧାର ଆଣିବାକୁ ପରାମର୍ଶ ଦିଆଯାଇଥିଲା।

Rathi

Rathi

Advertisment

ପ୍ଲେ ଅଫ ରେସ୍‌ରୁ ବାଦ ପଡ଼ିଥିବା ଆଇପିଏଲ ଟିମ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଶକ୍ତ ଝଟକା ଲାଗିଛି। ବାରମ୍ବାର ଆଇପିଏଲର ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଲକ୍ଷ୍ନୌର ଷ୍ଟାର ସ୍ପିନର ଦିଗବେଶ ରାଠିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚଳିତ ବର୍ଷ ଆଇପିଏଲରେ ଡେବ୍ୟୁ କରି ଲକ୍ଷ୍ନୌ ପାଇଁ ଦମଦାର ପ୍ରଦର୍ଶନ କରୁଥିବା ରାଠିଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରିଛି ଆଇପିଏଲର ଗଭର୍ଣ୍ଣିଂ କାଉନସିଲ। ସେ ବାରମ୍ବାର ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଅଯାଇଛି। ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହେବା ସହ ରାଠିଙ୍କ ମ୍ୟାଚ୍‌ ଫି’ ମଧ୍ୟ ୫୦% କାଟ କରାଯାଇଛି।

Advertisment

ଏହାପୂର୍ବରୁ ସମାନ ଆଚରଣ ପାଇଁ ରାଠିଙ୍କୁ ଦୁଇ ଥର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଫାଇନ ଲାଗୁ କରାଯାଇଥିଲା। ତାଙ୍କୁ ନିଜ ଆଚରଣରେ ସୁଧାର ଆଣିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ସେ ପୁଣି ନିଜ ଔଦ୍ଧତାମୀ ପ୍ରଦର୍ଶନ କରିଥିଲେ। ହାଇଦ୍ରାବାଦର ଓପନର ଅଭିଷେକ ଶର୍ମାଙ୍କୁ ଆଉଟ କରିବା ପରେ ସେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ଏହାକୁ ସେଲିବ୍ରେଟ କରିଥିଲେ।

ଏପରି କି ଅଭିଷେକ ଶର୍ମାଙ୍କୁ କିଛି କହିଥିଲେ। ଏହାକୁ ନେଇ ଦୁଇ ଖେଳାଳିଙ୍କ ମଧ୍ୟରେ ବେଶ ଯୁକ୍ତିତର୍କ ହୋଇଥିଲା। ଅନ୍ୟ ଖେଳାଳି ଓ ଅମ୍ପାୟାର ଦୁଇ ଜଣଙ୍କୁ ବୁଝାଇବାରୁ ପରିବେଶ ଶାନ୍ତ ପଡ଼ିଥିଲା। ଏହି ମ୍ୟାଚ୍‌ରେ ଲକ୍ଷ୍ନୌକୁ ହାରିବାକୁ ପଡ଼ିଥିବା ବେଳେ ରାଠିଙ୍କୁ ମଧ୍ୟ ଦଣ୍ଡିତ ହୋଇଛନ୍ତି।

Advertisment

ଆଇପିଏଲ ଆଚରଣ ବିଧିକୁ ଚଳିତ ସିଜିନରେ ରାଠି ତୃତୀୟ ଥର ପାଇଁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କର ମ୍ୟାଚ୍‌ ଫି’ ୫୦% କଟିଛି ଓ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଏହାର ଅର୍ଥ ଗୁଜରାଟ ଟାଇଟନ୍ସ ବିପକ୍ଷ ଲକ୍ଷ୍ନୌର ପରବର୍ତ୍ତୀ ମ୍ୟାଚ୍‌ରେ ରାଠି ନଜର ଆସିବେ ନାହିଁ।

ଆଇପିଏଲ ପକ୍ଷରୁ କୁହାଯାଇଛି ଯେ ରାଠିଙ୍କ ଏହା ତୃତୀୟ ଲେଭଲ ୧ ଅପରାଧ। ତେଣୁ ତାଙ୍କ ୨ଟି ଡିମେରିଟ ପଏଣ୍ଟ ମିଳିଛି। ପୂର୍ବରୁ ତାଙ୍କୁ ୩ଟି ଡିମେରିଟ ପଏଣ୍ଟ ମିଳିଥିଲା। ପ୍ରଥମେ ଏପ୍ରିଲ ୧ ତାରିଖ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ସେ ଗୋଟିଏ ଡିମେରିଟ ଓ ଏପ୍ରିଲ ୪ ତାରିଖ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ୨ଟି ଡିମେରିଟ ପଏଣ୍ଟ ପାଇଥିଲେ।

ତେଣୁ ଚଳିତ ସିଜିନରେ ତାଙ୍କ ଡିମେରିଟ ପଏଣ୍ଟ ସଂଖ୍ୟା ୫ରେ ପହଞ୍ଚିଛି। ଏଥିପାଇଁ ସେ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ଆସନ୍ତା ୨୨ ତାରିଖରେ ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ଅହମଦାବାଦରେ ଟକ୍କର ହେବ। ଏହି ମ୍ୟାଚ୍‌ ରାଠି ଖେଳିପାରିବେ ନାହିଁ ବୋଲି ଆଇପିଏଲ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି।

କେବଳ ରାଠି ନୁହନ୍ତି, ତାଙ୍କ ସହ ଯୁକ୍ତିତର୍କ କରିଥିବା ହାଇଦ୍ରାବାଦ ବ୍ୟାଟର ଅଭିଷେକ ଶର୍ମା ମଧ୍ୟ ଦଣ୍ଡିତ ହୋଇଛନ୍ତି। ସେ ଲକ୍ଷ୍ନୌ ବିପକ୍ଷରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ମ୍ୟାଚ୍‌ ଫି’ ୨୫% କଟିଛି। ସେହିପରି ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି।

IPL LSG SRH IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe