Advertisment

ଲକ୍ଷ୍ନୌକୁ ୭ ୱିକେଟରେ ହରାଇ ପ୍ଲେ-ଅଫ୍ ନିକଟତର ରାଜସ୍ଥାନ ରୟାଲ୍ସ

ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ...

Sanju Samson & Dhruv Jurel

Sanju Samson & Dhruv Jurel

Advertisment

ଚଳିତ ଆଇପିଏଲ ସିଜନରେ ରାଜସ୍ଥାନ ରୟାଲ୍ସର ବିଜୟ ଧାରା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୯ଟି ମ୍ୟାଚ୍ ଖେଳି ଅଷ୍ଟମ ବିଜୟ ସହ ପ୍ଲେ-ଅଫର ନିକଟତର ହୋଇଛି ଦଳ। ଏଥିସହ ୪୪ତମ ଲିଗ୍ ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ୱିକେଟରେ ପରାସ୍ଥ କରି ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।

Advertisment

ଏକନ୍ନା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ। ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲା, ଯାହାକୁ ୭ ୱିକେଟରେ ଜିତି ନେଇଛି ରାଜସ୍ଥାନ ରୟାଲ୍ସ। ମ୍ୟାଚ୍ ବିଜୟୀ ଇନିଂସ ପାଇଁ କ୍ୟାପ୍ଟେନ ସଞ୍ଜୁ ସାମସନ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଲକ୍ଷ୍ନୌ ପକ୍ଷରୁ କ୍ୟାପ୍ଟେନ କେ.ଏଲ ରାହୁଲ ଓ ଦୀପକ ହୁଡ୍ଡା ଅର୍ଦ୍ଧ ଶତକୀୟ ପାଳି ଖେଳିଥିଲେ। ରାହୁଲ ୭୬(୪୮) ରନ୍ କରିଥିବା ବେଳେ ହୁଡ୍ଡା ୫୦(୩୧) ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଉଭୟଙ୍କ ଅର୍ଦ୍ଧଶତକୀୟ ପାଳିକୁ ଫିକା ପକାଇ ଦେଇଥିଲେ ସଞ୍ଜୁ ସାମସନ। ଆବଶ୍ୟକ ସ୍ଥଳରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟ ଭେଟି ଦେବାରେ ସଫଳ ହୋଇଥିଲେ ସାମସନ।

Advertisment

ତାଙ୍କ ସହ ଧ୍ରୁବ୍ ଜୁରେଲ୍ ମଧ୍ୟ ପ୍ରଭାବୀ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର୍ ୬୦ ହୋଇଥିବା ବେଳେ ଯଶସ୍ୱୀ ଜୈସ୍ୱାଲ ଏବଂ ଜୋସ ବଟଲରଙ୍କ ମୂଲ୍ୟବାନ ୱିକେଟ୍ ହରାଇଥିଲା ଟିମ୍। ଏହାପରେ ସାମସନ ଓ ଜୁରେଲ ମୂଲ୍ୟବାନ ଭାଗିଦାରୀ ଯୋଡିଥିଲେ। ଉଭୟ ଅପରାଜିତ ରହି ଯଥାକ୍ରମେ ୭୧(୩୩) ଓ ୫୨(୩୪) ରନ୍ ସଂଗ୍ରହ କରିଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ରିଆନ ପରାଗ ୨୪(୧୧) ରନ୍ କରିଥିଲେ। ଗୋଟିଏ ଓଭର ବାକି ଥାଇ ଆବଶ୍ୟକୀୟ ରନ୍ ସଂଗ୍ରହ କରିନେଇଥିଲା ଦଳ। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ରାଜସ୍ଥାନ ରୟାଲ୍ସ। 

IPL 2024 IPL IPL Point Table RR Vs LSG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe