Advertisment

ପଞ୍ଜାବକୁ ହରାଇଲା ଲକ୍ଷ୍ନୌ

ପଞ୍ଜାବ ଆଗରେ ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ଥିଲା।

author-image
Jitendra Garnayak
LSG Players

LSG Players

ଚଳିତ ଆଇପିଏଲର ଏକ ମ୍ୟାଚ୍‌ରେ ଗତକାଲି ପଞ୍ଜାବ କିଙ୍ଗସ (PBKS)କୁ ୨୧ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG)। ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ କରିଥିଲା। ୨୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୭୮ ରନ୍ କରିଥିଲା ପଞ୍ଜାବ କିଙ୍ଗସ।

Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଓପନର କ୍ୱିଣ୍ଟନ ଡି କକ୍ ସର୍ବାଧିକ ୫୪ ରନ୍ (୩୮ ବଲ୍‌, ୫ ଚୌକା, ୨ ଛକା) କରିଥିବା ବେଳେ ନିକୋଲସ ପୁରନ ୪୨ (୨୧ ବଲ୍‌, ୩ ଚୌକା ଓ ୩ ଛକା) ଓ କୃନାଲ ପାଣ୍ଡ୍ୟା ଅପରାଜିତ ୪୩ ରନ୍ (୨୨ ବଲ୍‌, ୪ ଚୌକା ଓ ୨ ଛକା) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏଲ୍ ରାହୁଲ ୧୫, ଦେବଦୂତ୍ତ ପଡିକ୍କଲ ୯ ଓ ମାର୍କସ ଷ୍ଟୋଇନିସ ୧୯ ରନ୍ କରିଥିଲେ।

ପଞ୍ଜାବ କିଙ୍ଗସ ପକ୍ଷରୁ ସାମ କୁରାନ ୩ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ୨ଟି ଏବଂ କାଗିସୋ ରାବଡା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Advertisment

୨୦୦ରନ୍‌ର ପିଛା କରିଥିବା ପଞ୍ଜାବ କିଙ୍ଗସ ଭଲ ଆରମ୍ଭ କରିଥିଲା। ଦଳ କୌଣସି ୱିକେଟ ନ ହରାଇ ୧୧ ଓଭର ବେଳକୁ ୧୦୦ ରନ୍ କରିଥିଲା। ୧୧.୪ ଓଭରରେ ଦଳ ପ୍ରଥମ ୱିକେଟ ଭାବେ ଜନ୍ନୀ ବେୟାରଷ୍ଟଙ୍କୁ ହରାଇଥିଲା। ସେ ୪୨ ରନ୍ କରି କ୍ୟାଚ୍ ଆଉଟ ହୋଇଥିଲେ। ସେ ୩ଟି ଚୌକା ଓ ୩ଟି ଛକା ମାରିଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରଭସିମରନ ସିଂହ ୭ଟି ବଲ୍‌ରୁ ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଜିତେଶ ଶର୍ମା ମାତ୍ର ୬ ରନ୍ କରିଥିଲେ। ଲିଅମ ଲିଭିଙ୍ଗଷ୍ଟୋନ୍ ଅପରାଜିତ ରହି ୧୭ଟି ବଲ୍‌ରୁ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୨୮ ରନ୍ କରିଥିଲେ। କିନ୍ତୁ ଦଳକୁ ବିଜୟ ଦ୍ୱାର ଅତିକ୍ରମ କରାଇ ପାରି ନଥିଲେ। ସାମ କୁରେନ ଖାତା ଖୋଲି ପାରି ନଥିବା ବେଳେ ଶଶାଙ୍କ ସିଂହ ଅପରାଜିତ ୯ ରନ୍ କରିଥିଲେ। ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୮ ରନ୍ କରିଥିଲା। ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ୩ଟି ଓ ମୋହସିନ ଖାନ ୨ଟି ୱିକେଟ୍ ନେଇଥିଲେ।

ଲକ୍ଷ୍ନୌ ସୁପର ଜାଏଣ୍ଟସ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ହାରିଛି ଓ ଗୋଟିଏ ଜିତିଛି। ଅନ୍ୟପକ୍ଷରେ ପଞ୍ଜାବ ୩ଟି ମ୍ୟାଚ୍‌ରୁ ଗୋଟିଏ ଜିତି ଥିବା ବେଳେ ଦୁଇଟିରେ ହାରିଛି।

LSG PBKS