Matt Henry
ଲକ୍ଷ୍ନୌ ସୁପର ଜାଏଣ୍ଟସ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କୁ ନିଜ ସହ ସାମିଲ କରିଛି। ଆଇପିଏଲ ଅକ୍ସନ ବେଳେ ଲକ୍ଷ୍ନୌ ପ୍ରକୃତରେ ଡାଭିଡ ୱିଲୀଙ୍କୁ କିଣିଥିଲା। କିନ୍ତୁ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ୱିଲୀ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଓହରି ଯାଇଛନ୍ତି।
ତାଙ୍କ ବଦଳ ଖେଳାଳି ଭାବେ ହେନରୀଙ୍କୁ ଲକ୍ଷ୍ନୌ ନିଜ ସ୍କ୍ୱାଡରେ ସାମିଲ କରିଛି। ଆଜି ଲକ୍ଷ୍ନୌର ମୁକାବିଲା ଶିଖର ଧୱନଙ୍କ ପଞ୍ଜାବ କିଙ୍ଗସ ସହ ହେବ। ଏହାପୂର୍ବରୁ ହିଁ ପ୍ରାଞ୍ଚାଇଜ୍ ପକ୍ଷରୁ ବଦଳ ଖେଳାଳି ସମ୍ପର୍କରେ ସୂଚନା ଦିଆଯାଇଛି।
ଏହାପୂର୍ବରୁ ମାର୍ଚ୍ଚ ମାସରେ ଲକ୍ଷ୍ନୌର ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର କହି ସାରିଥିଲେ ଯେ ୱିଲୀ ସମ୍ଭବତଃ ଆଇପିଏଲର ପ୍ରମଥମ ଭାଭ ଖେଳି ନପାରନ୍ତି। ଏବେ ସତକୁ ସତ ସେ ପୂରା ଆଇପିଏଲରୁ ଓହରି ଯାଇଛନ୍ତି। କେବଳ ୱିଲୀ ନୁହନ୍ତି, ଇଂଲିଶ ଦ୍ରୁତ ବୋଲର ମାର୍କ ଉଡ୍ ମଧ୍ୟ ଲକ୍ଷ୍ନୌରେ ରହିଥିଲେ। କିନ୍ତୁ ସେ ମଧ୍ୟ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ।
କେଏଲ ରାହୁଲଙ୍କ ଲକ୍ଷ୍ନୌ ଗୋଟିଏ ମ୍ୟାଚ୍ ଖେଳି ହାରି ଯାଇଛି। ନେଟ ରନ ରେଟ୍ ବିଯୁକ୍ତ ୧.୦୦ ଥିବାରୁ ଦଳ ଟେବୁଲର ସବୁଠାରୁ ତଳେ ରହିଛି। ପ୍ରଥମ ମ୍ୟାଚ୍ରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ୨୦ ରନରେ ଲକ୍ଷ୍ନୌକୁ ହରାଇଥିଲା।
ଲକ୍ଷ୍ନୌ କିଣିଥିବା ମ୍ୟାଟ ହେନରୀ ପଞ୍ଜାବ ଓ ଚେନ୍ନାଇ ଦଳ ପାଇଁ ଖେଳି ସାରିଛନ୍ତି। ୨୦୧୭ରେ ସେ ପଞ୍ଜାବ ପାଇଁ ଆଇପିଏଲରେ ୨ଟି ମ୍ୟାଚ୍ ଖେଳି ଗୋଟିଏ ୱିକେଟ ନେଇଥିଲେ। ତେବେ ଗତବର୍ଷ ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।
ସେ ୭ଟି ମ୍ୟାଚ୍ରେ ୧୧ଟି ୱିକେଟ ନେଇ ନିଜର ଦବଦବା ଦେଖାଇଥିଲେ। କିନ୍ତୁ ଆହତ ସମସ୍ୟା ଯୋଗୁ ତାଙ୍କୁ ବିଶ୍ୱକପ ଅଧାରୁ ସ୍କ୍ୱାଡରୁ ବାହାରି ଯିବାକୁ ପଡ଼ିଥିଲା। ତେବେ ନିକଟରେ ପାକିସ୍ତାନ ବିପକ୍ଷ ୫ ଟିକିଆ ଟି-୨୦ ସିରିଜକୁ ସେ ଫେରିଥିଲେ ଓ ୫ ୱିକେଟ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Matt_Henry_1711792715.jpg)