Advertisment

ଆସିଲା ଆଇପିଏଲର ସବୁଠାରୁ ମହଙ୍ଗା ଟିମର ନାଁ

ନୂଆଦିଲ୍ଲୀ: ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଟିମ୍ ଲକ୍ଷ୍ନୌ ତା’ର ନାଁ ଘୋଷଣା କରିଛି। ଲକ୍ଷ୍ନୌ ଫ୍ରାଞ୍ଚାଇଜି ଏବେ ସୁପର୍ ଜାଏଣ୍ଟସ୍ ନାମରେ ପରିଚିତ ହେବ। ଟିମର ମାଲିକ ସଞ୍ଜୀବ ଗୋଏନକା ଟ୍ୱିଟରରେ ଟିମର ନାଁ ଘୋଷଣା କରିଛନ୍ତି। ସଞ୍ଜୀବ ଗୋଏନକା ସୂଚନା ଦେଇଛନ୍ତି ଯେ ଫ୍ୟାନଙ୍କ ପ୍ରସ୍ତାବ ପରେ ଟିମର ନାଁ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ରଖାଯାଇଛି। ଲକ୍ଷ୍ନୌ ଟିମର ମାଲିକ ସଞ୍ଜୀବ ଗୋଏନକା ୨୦୧୭ରେ ମଧ୍ୟ ଆଇପିଏଲ୍ ଟିମ୍ କିଣିଥିଲେ, ଯାହାର ନାଁ ପୁଣେ […]

ଆସିଲା ଆଇପିଏଲର ସବୁଠାରୁ ମହଙ୍ଗା ଟିମର ନାଁ

lucknow-ipl-team

Advertisment

ନୂଆଦିଲ୍ଲୀ: ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଟିମ୍ ଲକ୍ଷ୍ନୌ ତା’ର ନାଁ ଘୋଷଣା କରିଛି। ଲକ୍ଷ୍ନୌ ଫ୍ରାଞ୍ଚାଇଜି ଏବେ ସୁପର୍ ଜାଏଣ୍ଟସ୍ ନାମରେ ପରିଚିତ ହେବ। ଟିମର ମାଲିକ ସଞ୍ଜୀବ ଗୋଏନକା ଟ୍ୱିଟରରେ ଟିମର ନାଁ ଘୋଷଣା କରିଛନ୍ତି। ସଞ୍ଜୀବ ଗୋଏନକା ସୂଚନା ଦେଇଛନ୍ତି ଯେ ଫ୍ୟାନଙ୍କ ପ୍ରସ୍ତାବ ପରେ ଟିମର ନାଁ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ରଖାଯାଇଛି।

Advertisment

ଲକ୍ଷ୍ନୌ ଟିମର ମାଲିକ ସଞ୍ଜୀବ ଗୋଏନକା ୨୦୧୭ରେ ମଧ୍ୟ ଆଇପିଏଲ୍ ଟିମ୍ କିଣିଥିଲେ, ଯାହାର ନାଁ ପୁଣେ ସୁପର୍ ଜାଏଣ୍ଟସ୍ ଥିଲା। ଏହି ଟିମର କ୍ୟାପଟେନ୍ ଥିଲେ ମହେନ୍ଦ୍ର ସିଂ ଧୋନି। ୨୦୧୮ରେ ଟିମର କ୍ୟାପଟେନ୍ ଦାୟିତ୍ୱ ଷ୍ଟିଭ୍ ସ୍ମିଥ୍ ସମ୍ଭାଳିଥିଲେ। ଏହି ଟିମ୍ ଆଇପିଏଲ୍ ଫାଇନାଲରେ ପହଞ୍ଚିଥିଲା।

ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଟିମକୁ ଗୋଏନକା ୭୦୯୦ କୋଟି ଟଙ୍କାର ରେକର୍ଡ ଦରରେ କିଣିଥିଲେ। ଏହା ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଟିମ୍। ଲକ୍ଷ୍ନୌ ଫ୍ରାଞ୍ଚାଇଜି ତା’ର ଟିମରେ ୩ ଡ୍ରାଫ୍ଟ ଖେଳାଳିଙ୍କ ଚୟନ ମଧ୍ୟ କରିସାରିଛି। ଲକ୍ଷ୍ନୌ ଭାରତୀୟ ସୀମିତ ଓଭର ଟିମର ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ୍, ମାର୍କସ୍ ଷ୍ଟୋଇନିସ୍ ଓ ରବି ବିଷ୍ଣୋଇଙ୍କୁ ଟିମରେ ସାମିଲ୍ କରିଛି। ଲୋକେଶ ରାହୁଲଙ୍କୁ ଟିମର କ୍ୟାପଟେନ୍ କରାଯାଇଛି। ଏହି ଟିମର ମୁଖ୍ୟ କୋଚ୍ ଜିମ୍ବାୱେର ପୂର୍ବତନ କ୍ୟାପଟେନ୍ ଆଣ୍ଡି ଫ୍ଲାୱାର୍ ହେବେ। ଏହାସହ କୋଲକାତା ନାଇଟ୍ ରାଇଡର୍ସକୁ ଦୁଇଥର ଆଇପିଏଲ୍ କରାଇଥିବା ଗୌତମ ଗମ୍ଭୀର ଏହି ଟିମର ମେଣ୍ଟର ହୋଇଛନ୍ତି।

Advertisment

https://twitter.com/TeamLucknowIPL/status/1485610655977984001?s=20

ଲକ୍ଷ୍ନୌ ଟିମର ନାଁ ଘୋଷଣା ସମୟରେ ଗମ୍ଭୀର ଉପସ୍ଥିତ ଥିଲେ। ଲକ୍ଷ୍ନୌ ଟିମ୍ ସହ ସାମିଲ୍ ହୋଇ ଗମ୍ଭୀର ବହୁତ ଖୁସି ଥିବା କହିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଚ୍ୟାଲେଞ୍ଜ ପାଇଁ ସେ ପୂରା ପ୍ରସ୍ତୁତ। ତାଙ୍କ ଟିମ୍ ନୂଆ ଫ୍ରାଞ୍ଚାଇଜି ହେବା ସତ୍ତ୍ୱେ କୌଣସି ବାହାନା ଦେଖାଇବ ନାହିଁ, କାରଣ ଏହି ଟିମରେ ସାମିଲ୍ ହେବାକୁଥିବା ସବୁ ଖେଳାଳି ଆଇପିଏଲ୍ ଖେଳିସାରିଛନ୍ତି।

ସେହିପରି ଟିମର କ୍ୟାପଟେନ୍ ହୋଇଥିବା ରାହୁଲ୍ କହିଛନ୍ତି ଯେ ଏହି ଟିମର କ୍ୟାପଟେନ୍ ହେବା ତାଙ୍କ ପାଇଁ ବଡ଼ ସୁଯୋଗ। ରାହୁଲ୍ ମଧ୍ୟ ଗମ୍ଭୀରଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି। ଗମ୍ଭୀରଙ୍କ କ୍ୟାପଟେନ୍ସି ରାହୁଲଙ୍କୁ ବେଶ୍ ପ୍ରଭାବିତ କରିଛି। ଗମ୍ଭୀର ଯେଉଁଭଳି ଭାବେ କେକେଆରକୁ ଦୁଇଥର ଚାମ୍ପିୟନ୍ କରାଇଛନ୍ତି, ତାହା ରାହୁଲଙ୍କୁ ବହୁତ ପ୍ରେରିତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe