Advertisment

'ବର୍ବାଦ ହୋଇଯିବ ଟିମ୍ ଇଣ୍ଡିଆ'

ନୂଆଦିଲ୍ଲୀ: ବିରାଟ୍‌ କୋହଲିଙ୍କୁ ଦିନିକିଆ କ୍ୟାପଟେନରୁ ହଟାଯିବା ପରେ କ୍ରିକେଟ୍ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ପୂର୍ବତନ କ୍ରିକେଟର୍ ଏହାକୁ ସଠିକ୍ ନିଷ୍ପତ୍ତି କହିଥିବା ବେଳେ କିଛି ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି। ୧୯୮୩ରେ ଭାରତକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ପୂର୍ବତନ ପେସ୍ ବୋଲର ମଦନ ଲାଲ୍ ମଧ୍ୟ କୋହଲିଙ୍କୁ କ୍ୟାପଟେନ୍ ପଦରୁ ହଟାଇବା ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଟିମକୁ ଗଠନ କରିବା ଯେତେ […]

'ବର୍ବାଦ ହୋଇଯିବ ଟିମ୍ ଇଣ୍ଡିଆ'

kohli-and-madan-lal

Advertisment

ନୂଆଦିଲ୍ଲୀ: ବିରାଟ୍‌ କୋହଲିଙ୍କୁ ଦିନିକିଆ କ୍ୟାପଟେନରୁ ହଟାଯିବା ପରେ କ୍ରିକେଟ୍ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ପୂର୍ବତନ କ୍ରିକେଟର୍ ଏହାକୁ ସଠିକ୍ ନିଷ୍ପତ୍ତି କହିଥିବା ବେଳେ କିଛି ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି। ୧୯୮୩ରେ ଭାରତକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ପୂର୍ବତନ ପେସ୍ ବୋଲର ମଦନ ଲାଲ୍ ମଧ୍ୟ କୋହଲିଙ୍କୁ କ୍ୟାପଟେନ୍ ପଦରୁ ହଟାଇବା ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଟିମକୁ ଗଠନ କରିବା ଯେତେ କଷ୍ଟ, ତାକୁ ବର୍ବାଦ କରିବା ବହୁତ ସହଜ।

Advertisment

ଏକ ନ୍ୟୁଜ୍ ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ ମଦନ ଲାଲ୍ କହିଛନ୍ତି, ସିଲେକ୍ଟରଙ୍କ ଚିନ୍ତାଧାରା କ'ଣ ମୁଁ ଜାଣିନାହିଁ। ବିରାଟ୍ କୋହଲି ରେଜଲ୍ଟ ଦେଉଥିଲେ, ତାହେଲେ ତାଙ୍କୁ କାହିଁକି ହଟାଗଲା? ମୁଁ ବୁଝିପାରୁଛି ଯେ ଟି-୨୦ କ୍ରିକେଟରୁ ସେ କ୍ୟାପଟେନ୍ସି କାହିଁକି ଛାଡ଼ିଛନ୍ତି। କ୍ରିକେଟ୍ ଅଧିକ ଖେଳାଯାଉଥିବାରୁ ବିରାଟ୍‌ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଫୋକସ୍ କରିବାକୁ ଚାହୁଁଥିଲେ। କିନ୍ତୁ ଯେତେବେଳେ ଜଣେ ସଫଳ ହେଉଛି, ସେତେବେଳେ ତାଙ୍କୁ କ୍ୟାପଟେନ୍ ପଦରୁ ହଟାଯିବା କିଛି ବୁଝାପଡ଼ୁନାହିଁ।

ମଦନ ଲାଲ୍ କହିଛନ୍ତି, ମୋତେ ଲାଗୁଥିବା ବିରାଟ୍‌ ୨୦୨୩ ବିଶ୍ୱକପ୍ ଯାଏ କ୍ୟାପଟେନ୍ ପଦରେ ରହିବେ। ଗୋଟିଏ ଟିମକୁ ଗଠନ କରିବା କଷ୍ଟ, କିନ୍ତୁ ଏହାକୁ ସହଜରେ ବର୍ବାଦ କରାଯାଇପାରେ। ଯେତେବେଳେ ଧୋନି ଟେଷ୍ଟ କ୍ୟାପଟେନ୍ସି ଛାଡ଼ିଲେ, ସେତେବେଳେ ସେ ଦିନିକିଆ ଓ ଟି-୨୦ ଟିମର ନେତୃତ୍ୱ ନେଉଥିଲେ। ମୋ ମତରେ ସବୁ କ୍ୟାପଟେନଙ୍କ ଭିନ୍ନ ଭିନ୍ନ ଶୈଳୀ ରହିଛି। ଟେଷ୍ଟ ଓ ସୀମିତ ଓଭର ଫର୍ମାଟରେ ଷ୍ଟାଇଲ୍ ବଦଳି ଯାଇଥାଏ। ବିରାଟ୍ ଓ ରୋହିତଙ୍କର ନିଜ ନିଜର ଅଲଗା ଅଲଗା ଷ୍ଟାଇଲ୍ ଅଛି। ଧୋନିଙ୍କର ମଧ୍ୟ ଅଲଗା ଷ୍ଟାଇଲ୍ ଥିଲା। ଅନ୍ତର୍ଜାତୀୟ ସ୍ତରରେ କେବଳ ବ୍ୟକ୍ତିଗତ କ୍ରିକେଟର କଥା ହେବା ଦରକାର ବୋଲି ମଦନ ଲାଲ୍ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କୋହଲିଙ୍କୁ କ୍ୟାପଟେନ୍ ପଦରୁ ହଟାଇବାର କାରଣ ସ୍ପଷ୍ଟ କରିଛନ୍ତି। ଗାଙ୍ଗୁଲି କହିଥିଲେ ଯେ ବୋର୍ଡ କୋହଲିଙ୍କୁ ଟି-୨୦ କ୍ୟାପଟେନ୍ ପଦ ନଛାଡ଼ିବାକୁ ଅନୁରୋଧ କରିଥିଲା, କିନ୍ତୁ ସେ ମାନିନଥିଲେ। ପରେ ଚୟନକର୍ତ୍ତା ଧଳା ବଲ୍ କ୍ରିକେଟ୍ ପାଇଁ ଦୁଇ ଅଲଗା ଅଲଗା କ୍ୟାପଟେନ୍ ରଖିବାକୁ ଉଚିତ୍ ମଣିନଥିଲା। ତେଣୁ ପରେ ନିଷ୍ପତ୍ତି ନିଆଗଲା ଯେ କୋହଲି ଟେଷ୍ଟ ଟିମର କ୍ୟାପଟେନ୍ ରହିବେ ଏବଂ ରୋହିତ୍ ଶର୍ମା ସୀମିତ ଓଭର ଫର୍ମାଟରେ କ୍ୟାପଟେନ୍ ହେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe