Advertisment

ଆଇପିଏଲ୍-୨୦୨୧: ସବୁ ଟିମକୁ ରାତିରେ ପ୍ରାକ୍ଟିସ୍ କରିବାକୁ ଅନୁମତି

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ କରୋନାରେ ଅଧିକ ପ୍ରଭାବିତ ହୋଇଛି। ଆଗକୁ ରାଜ୍ୟର ରାଜଧାନୀରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ଆଇପିଏଲ୍ ମ୍ୟାଚ୍ ପାଇଁ ରାଜ୍ୟ ସରକାର କ୍ଲିନ୍ ଚିଟ୍ ଦେଇ ସାରିଛନ୍ତି। ଏପରିକି ରାଜ୍ୟରେ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ସବୁ ଆଇପିଏଲ୍ ଟିମ୍ ଗୁଡ଼ିକୁ ରାତିରେ ଅଭ୍ୟାସ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ମୁମ୍ବାଇରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର ରବିବାର ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ରାତି ୮ଟାରୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଇପିଏଲ୍-୨୦୨୧: ସବୁ ଟିମକୁ ରାତିରେ ପ୍ରାକ୍ଟିସ୍ କରିବାକୁ ଅନୁମତି

IPL-2021-trophy

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ କରୋନାରେ ଅଧିକ ପ୍ରଭାବିତ ହୋଇଛି। ଆଗକୁ ରାଜ୍ୟର ରାଜଧାନୀରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ଆଇପିଏଲ୍ ମ୍ୟାଚ୍ ପାଇଁ ରାଜ୍ୟ ସରକାର କ୍ଲିନ୍ ଚିଟ୍ ଦେଇ ସାରିଛନ୍ତି। ଏପରିକି ରାଜ୍ୟରେ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ସବୁ ଆଇପିଏଲ୍ ଟିମ୍ ଗୁଡ଼ିକୁ ରାତିରେ ଅଭ୍ୟାସ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

Advertisment

ମୁମ୍ବାଇରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର ରବିବାର ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ଆଜିଠାରୁ ପାଳନ କରାଯାଉଛି। ଯେହେତୁ ରାଜ୍ୟରେ ଆଜିଠାରୁ କର୍ଫ୍ୟୁ ଜାରି ହୋଇଛି, ତେଣୁ ରାତିରେ ଟିମ୍ ଗୁଡ଼ିକ ଅଭ୍ୟାସ କରିପାରିବେ କି ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଆଇପିଏଲ୍ ପାଇଁ ନେଇ ରାଜ୍ୟ ସରକାର କିଛି କଟକଣା କୋହଳ କରିଛନ୍ତି। ରାଜ୍ୟ ସରକାର ଆଇପିଏଲ୍ ଟିମକୁ ଜୈବ ସୁରକ୍ଷା (ବାୟୋ ବବଲ୍)ର କଡ଼ା ଅନୁପାଳନ ପୂର୍ବକ ରାତି ୮ଟା ପରେ ବି ପ୍ରାକ୍ଟିସ୍ କରିବାକୁ ଅନୁମତି ଦେଇଛନ୍ତି।

ବିସିସିଆଇକୁ ପଠାଯାଇଥିବା ଏକ ଚିଠିରେ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ, ରିଲିଫ୍ ଓ ରିହ୍ୟାବିଲିଟେସନ୍ ଡିପାର୍ଟମେଣ୍ଟର ସଚିବ ଶ୍ରୀରଙ୍ଗ ଘୋଲାପ ଉଲ୍ଲେଖ କରିଛନ୍ତି, ମ୍ୟାଚ୍ ସମୟକୁ ଆଖି ଆଗରେ ରଖି ଟିମ୍ ଗୁଡ଼ିକୁ ସିସିଆଇ (କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ) ଓ ଏମସିଏ (ମୁମ୍ବାଇ କ୍ରିକେଟ୍ ଆସୋସିଏସନ)ରେ ଦୁଇଟି ସେସନରେ ଅର୍ଥାତ୍ ଅପରାହ୍ଣ ୪ଟାରୁ ସାଢ଼େ ୬ଟା ଏବଂ ସନ୍ଧ୍ୟା ୭.୩୦ରୁ ରାତି ୧୦ ପର୍ଯ୍ୟନ୍ତ ଅଭ୍ୟାସ କରିବା ପାଇଁ କୁହାଯାଇଛି।

Advertisment

ଏହାରି ଭିତରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନରୁ ଏକ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ୱାଙ୍ଖଡେ ଷ୍ଟାଡିୟମର ଯେଉଁ ୧୦ କର୍ମଚାରୀଙ୍କ ପୂର୍ବ ପରୀକ୍ଷାରେ ରିପୋର୍ଟ ପଜିଟିଭ୍ ଆସିଥିଲା, ଏବେ ସେମାନଙ୍କର ଟେଷ୍ଟ ନେଗେଟିଭ୍ ଆସିଛି।

ମୁମ୍ବାଇରେ ଆଇପିଏଲର ୧୦ଟି ମ୍ୟାଚ୍ ଆୟୋଜିତ ହେବ। ଏହି ସବୁ ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟରେ ଖେଳାଯିବ। ଆସନ୍ତା ୧୦ ତାରିଖରେ ୱାଙ୍ଖଡେରେ ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ।