Advertisment

ହ୍ୟାଟ୍ରିକ ନେଇ ଭାସ ଓ ମାଲିଙ୍ଗାଙ୍କ କ୍ଲବରେ ତିକଶାନା

ତିକଶାନା ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର, ନାଥନ ସ୍ମିଥ ଓ ମ୍ୟାଟ ହେନରୀଙ୍କୁ ଆଉଟ କରିଛନ୍ତି।

Maheesh Theekshana

Maheesh Theekshana

Advertisment

ମହୀଶ ତିକଶାନା ଶ୍ରୀଲଙ୍କାର ୭ମ ବୋଲର ଭାବେ ଦିନିକିଆ କ୍ରିକେଟରେ ହ୍ୟାଟ୍ରିକ ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାମିଲଟନ ଦିନିକିଆରେ ତିକଶାନା ଏପରି ସଫଳତା ହାସଲ କରିଛନ୍ତି। ବର୍ଷା ପ୍ରଭାବିତ ମ୍ୟାଚ୍‌ରେ ତିକଶାନ ମୋଟ ୨ଟି ଓଭରରେ ହ୍ୟାଟ୍ରିକ ସଫଳତା ପାଇଛନ୍ତି। 

Advertisment

ତିକଶାନା ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର, ନାଥନ ସ୍ମିଥ ଓ ମ୍ୟାଟ ହେନରୀଙ୍କୁ ଆଉଟ କରିଛନ୍ତି। ୩୫ତମ ଓଭରର ଶେଷ ଦୁଇ ବଲରେ ସେ ୨ଟି ୱିକେଟ ନେଇଥିଲେ। ଗୋଟିଏ ଓଭର ପରେ ଅର୍ଥାତ ୩୭ତମ ଓଭରର ପ୍ରଥମ ବଲରେ ସେ ହେନରୀଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ତିକସାନା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମୋଟ ୮ ଓଭର ବୋଲିଂ କରିବା ସହ ୪୪ ରନ ଦେଇ ୪ ୱିକେଟ ନେଇଥିଲେ। ତଥାପି ନ୍ୟୁଜିଲ୍ୟାଣ୍ଡ ବର୍ଷା ଯୋଗୁ ଧାର୍ଯ୍ୟ ୩୭ ଓଭରରେ ୯ ୱିକେଟ ହରାଇ ୨୫୫ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୩୦.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୪୨ ରନ କରିପାରିଥିଲା।

Advertisment

ତେବେ ନ୍ୟୁଜିଲ୍ୟାଣ୍ଡର ବିଜୟ ଅପେକ୍ଷା ତିକଶାନାଙ୍କ ହ୍ୟାଟ୍ରିକ ୱିକେଟ ପୂରା ମ୍ୟାଚ୍‌ର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଶ୍ରୀଲଙ୍କାର ପ୍ରଥମ ବୋଲର ଭାବେ ଦିନିକିଆରେ ହ୍ୟାଟ୍ରିକ ୱିକେଟ ନେଇଛନ୍ତି। ଏଥିସହ କିମ୍ବଦନ୍ତି କ୍ରିକେଟର ଚାମିଣ୍ଡା ଭାସ ଓ ଲସିତ ମାଲିଙ୍ଗାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

୧- ଚାମିଣ୍ଡା ଭାସ ୨୦୦୧ରେ ଜିମ୍ବାୱେ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ

୨- ଚାମିଣ୍ଡା ଭାସ ୨୦୦୩ରେ ବାଂଲାଦେଶ ବିପକ୍ଷରେ ପୁଣି ହ୍ୟାଟ୍ରିକ ନେଇଥିଲେ

୩- ପରଭେଜ ମାହାରୁଫ ୨୦୧୦ରେ ଭାରତ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ

୪- ଲସିତ ମାଲିଙ୍ଗା ୨୦୧୧ରେ କେନିୟା ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ

୫- ଲସିତ ମାଲିଙ୍ଗା ୨୦୧୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ହ୍ୟାଟ୍ରିକ ନେଇଥିଲେ

୬- ତିସାରା ପେରେରା ୨୦୧୨ରେ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ

୭- ୱାନିନ୍ଦୁ ହସରଙ୍ଗା ୨୦୧୭ରେ ଜିମ୍ବାୱେ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ

୮- ଦୁଷ୍ମନ୍ତ ମଧୁଶଙ୍କା ୨୦୧୮ରେ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ

୯- ମହୀଶ ତିକଶାନା ୨୦୨୪ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ

Cricket Maheesh Theekshana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe