Advertisment

ଭାରତ ବିପକ୍ଷ ସେମିରେ ଖେଳିବେନି ଡାୱିଡ ମଲାନ!

ଆଡିଲେଡ୍‌: ଆସନ୍ତା ଗୁରୁବାର ଚଳିତ ବିଶ୍ୱକପ ଟି-୨୦ର ସେମିରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ବିରାଟ କୋହଲିଙ୍କ ଫେଭରାଇଟ୍‌ ଗ୍ରାଉଣ୍ଡ ଆଡିଲେଡ ଓଭାଲରେ ଏହି ମ୍ୟାଚ୍‌ ଖେଳାଯିବ। ଇଂଲଣ୍ଡ ବିଶ୍ୱକପ ଆରମ୍ଭରୁ ଟ୍ରଫି ଜିତିବାର ପ୍ରବଳ ଦାବିଦାର ଭାବେ ବିବେଚିତ ହେଉଥିଲା। କିନ୍ତୁ ଟୁର୍ଣ୍ଣାମେଣ୍ଟର ବର୍ଷା ଯୋଗୁ ଦୁଇଟି ମ୍ୟାଚ୍‌ ପ୍ରଭାବିତ ହେବାରୁ ଇଂଲଣ୍ଡ ବିଦା ହେବା ସ୍ଥିତିକୁ ଚାଲି ଆସିଥିଲା। କିନ୍ତୁ ଠିକଣା ସମୟରେ ଦଳ କମବ୍ୟାକ୍‌ କରିଛି ଓ ଏବେ ଭାରତକୁ ସେମିରେ […]

ଭାରତ ବିପକ୍ଷ ସେମିରେ ଖେଳିବେନି ଡାୱିଡ ମଲାନ!

Malan

Advertisment

ଆଡିଲେଡ୍‌: ଆସନ୍ତା ଗୁରୁବାର ଚଳିତ ବିଶ୍ୱକପ ଟି-୨୦ର ସେମିରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ବିରାଟ କୋହଲିଙ୍କ ଫେଭରାଇଟ୍‌ ଗ୍ରାଉଣ୍ଡ ଆଡିଲେଡ ଓଭାଲରେ ଏହି ମ୍ୟାଚ୍‌ ଖେଳାଯିବ। ଇଂଲଣ୍ଡ ବିଶ୍ୱକପ ଆରମ୍ଭରୁ ଟ୍ରଫି ଜିତିବାର ପ୍ରବଳ ଦାବିଦାର ଭାବେ ବିବେଚିତ ହେଉଥିଲା। କିନ୍ତୁ ଟୁର୍ଣ୍ଣାମେଣ୍ଟର ବର୍ଷା ଯୋଗୁ ଦୁଇଟି ମ୍ୟାଚ୍‌ ପ୍ରଭାବିତ ହେବାରୁ ଇଂଲଣ୍ଡ ବିଦା ହେବା ସ୍ଥିତିକୁ ଚାଲି ଆସିଥିଲା। କିନ୍ତୁ ଠିକଣା ସମୟରେ ଦଳ କମବ୍ୟାକ୍‌ କରିଛି ଓ ଏବେ ଭାରତକୁ ସେମିରେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି। ହେଲେ ଭାରତ ବିପକ୍ଷ ସେମି ଫାଇନାଲରେ ଇଂଲଣ୍ଡର ଅନ୍ୟତମ ବ୍ୟାଟର ତଥା ବିଶ୍ୱ ଟି-୨୦ ରାଙ୍କିଙ୍ଗର ଟପ-୧୦ରେ ଥିବା ଡାୱିଡ ମଲାନ ଖେଳି ନ ପାରନ୍ତି। ସେ ଭାରତ ବିପକ୍ଷ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିବା ଇଂଲଣ୍ଡ ଟିମ୍‌ର ବରିଷ୍ଠ ଖେଳାଳି ମୋଇନ ଅଲୀ ସୂଚନା ଦେଇଛନ୍ତି।

Advertisment

ଏକଦା ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ମଲାନ ଶ୍ରୀଲଙ୍କା ବିପକ୍ଷ ଇଂଲଣ୍ଡର ଶେଷ ସୁପର ୧୨ ମ୍ୟାଚ୍‌ରେ ଆହତ ହୋଇଛନ୍ତି। ଏଥିପାଇଁ ସେ ବ୍ୟାଟିଂ ପାଇଁ ମଧ୍ୟ ଆସି ନଥିଲେ। ଅବଶ୍ୟ ଏହି ମ୍ୟାଚ୍‌କୁ ଇଂଲଣ୍ଡ ବେଶ ସହଜରେ ଜିତି ସେମିରେ ନିଜ ସ୍ଥାନ ପକ୍କା କରିଥିଲା। ମ୍ୟାଚ୍‌ ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କ ଆହତ ସମସ୍ୟା ଗୁରୁତର ଥିବା ଜଣାପଡ଼ିଛି। ଏଥିପାଇଁ ମୋଇନ ଅଲୀ ଆଜି ମଲାନଙ୍କ ଖେଳିବା ନେଇ ଅନିଶ୍ଚିତତା ରହିଥିବା କହିଛନ୍ତି।

ଅଲୀ କହିଛନ୍ତି, “ଦୀର୍ଘ ବର୍ଷ ହେଲାଣି ମଲାନ ଆମର ଅନ୍ୟତମ ଶ୍ରେଷ୍ଠ ଖେଳାଳି ରହି ଆସିଛନ୍ତି। ମୁଁ ଠିକ ଭାବେ ଜାଣିନି କିମ୍ବା ନିଶ୍ଚିତ ନୁହେଁ, ତଥାପି ତାଙ୍କ ପାଇଁ ମ୍ୟାଚ୍‌ ଖେଳିବା ସହଜ ହେବନି। ଗତକାଲି ସେ ସ୍କାନ ପାଇଁ ଯାଇଥିଲେ ଓ ସେଠାରୁ ଫେରିଛନ୍ତି। ହେଲେ ସ୍କାନରୁ କ’ଣ ମିଳିଛି ଆମେ ଜାଣିନୁ। କିନ୍ତୁ ସ୍ଥିତି ଆଦୌ ଠିକ୍‌ ନଥିବା ଜଣାପଡ଼ୁଛି।”

Advertisment

ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ। ସ୍ଥିତି ଏପରି ହୋଇଥିଲା ଯେ ସୁପର ୧୨ର ଗୋଟିଏ ମୁକାବିଲାରେ ଦଳ ଆୟର୍ଲ୍ୟାଣ୍ଡ ଠାରୁ ହାରିଥିଲା। କିନ୍ତୁ ଶ୍ରୀଲଙ୍କାକୁ ହରାଇ ଓ ଭଲ ରନରେଟ ଯୋଗୁ ଇଂଲଣ୍ଡ ସେମି ଫାଇନାଲରେ ପ୍ରବେଶ କରିଛି।

ଭାରତ ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡର ପଲ୍ଲା ସାମାନ୍ୟ ଦୁର୍ବଳ ରହିଛି କି ବୋଲି ମୋଇନ ଅଲୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ନିଶ୍ଚିତ ଭାବେ ଭାରତ ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡକୁ ସମସ୍ତେ ଦୁର୍ବଳ ଭାବୁଛନ୍ତି। କାରଣ ପ୍ରାୟ ବର୍ଷେ ହେଲାଣି ଭାରତ ଭଲ ଖେଳ ପ୍ରଦର୍ଶନ କରିସାରିଛି। ଖାଲି ସେତିକି ନୁହେଁ, ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି। ଆମକୁ ଏହାକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଆମେ ଭାରତ ତୁଳନାରେ ସମାନ୍ୟ ପଛରେ ରହିଛୁ। ଆମେ ଏଯାଏ ଆମ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିନାହୁଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe