Advertisment

ଇତିହାସ ରଚିଲେ ମନ୍ଧାନା, ବିରାଟଙ୍କ କ୍ଲବରେ ସାମିଲ୍ ହେଲେ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନା ନୂଆ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ପିଙ୍କ ବଲ୍ ଟେଷ୍ଟ ମ୍ୟାଚରେ ମନ୍ଧାନା ଶତକୀୟ ଇନିଂସ୍ ଖେଳି ନିଜ ନାଁରେ ରେକର୍ଡ କରିଛନ୍ତି। ଏଥିସହ ମନ୍ଧାନା ଦ୍ୱିତୀୟ ଭାରତୀୟ (ଉଭୟ ପୁରୁଷ ଓ ମହିଳା) ଭାବେ ପିଙ୍କ ବଲରେ ଶତକ ମାରିବାର କୀର୍ତ୍ତିମାନ କରିଛନ୍ତି। ତାଙ୍କ ପୂର୍ବରୁ ପୁରୁଷ ଟିମର କ୍ୟାପଟେନ୍ ବିରାଟ୍ କୋହଲି ପିଙ୍କ ବଲରେ ଶତକ ମାରିଥିଲେ। କୋହଲି ବାଂଲାଦେଶ ବିପକ୍ଷ […]

ଅଦ୍ୟତନ ହୋଇଛି
ଇତିହାସ ରଚିଲେ ମନ୍ଧାନା, ବିରାଟଙ୍କ କ୍ଲବରେ ସାମିଲ୍ ହେଲେ

smrti-mandhana

Advertisment

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନା ନୂଆ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ପିଙ୍କ ବଲ୍ ଟେଷ୍ଟ ମ୍ୟାଚରେ ମନ୍ଧାନା ଶତକୀୟ ଇନିଂସ୍ ଖେଳି ନିଜ ନାଁରେ ରେକର୍ଡ କରିଛନ୍ତି। ଏଥିସହ ମନ୍ଧାନା ଦ୍ୱିତୀୟ ଭାରତୀୟ (ଉଭୟ ପୁରୁଷ ଓ ମହିଳା) ଭାବେ ପିଙ୍କ ବଲରେ ଶତକ ମାରିବାର କୀର୍ତ୍ତିମାନ କରିଛନ୍ତି। ତାଙ୍କ ପୂର୍ବରୁ ପୁରୁଷ ଟିମର କ୍ୟାପଟେନ୍ ବିରାଟ୍ କୋହଲି ପିଙ୍କ ବଲରେ ଶତକ ମାରିଥିଲେ। କୋହଲି ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟରେ ଶତକ ହାସଲ କରିଥିଲେ।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଚାଲିଥିବା ପିଙ୍କ ବଲ୍ ଟେଷ୍ଟର ଦ୍ୱିତୀୟ ଦିବସରେ ଏଲିସ୍ ପେରୀଙ୍କ ବଲରେ ଚୌକା ମାରି ମନ୍ଧାନା ନିଜର ଶତକ ପୂରଣ କରିଥିଲେ। ଏଥିପାଇଁ ସେ ୧୭୦ ବଲରେ ସହାୟତା ନେଇଥିଲେ। ତେବେ ଶତକ ମାରିବା ପରେ ସେ ନିଜ ସ୍କୋରକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ୧୨୭ ରନ୍ କରିଥିବା ବେଳେ ଆଶେଲ ଗାର୍ଡନରଙ୍କ ବଲରେ ଆଉଟ୍ ହୋଇଥିଲେ। ମନ୍ଧାନା ନିଜ ଇନିଂସରେ ୨୧୬ ବଲ୍ ଖେଳି ୨୨ ଚୌକା ଓ ୧ ଛକା ମାରିଛନ୍ତି।

https://twitter.com/7Cricket/status/1443795901689090050?s=20

୨୦୧୪ରେ ମାତ୍ର ୧୮ ବର୍ଷ ବୟସରେ ମନ୍ଧାନା ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହାର ୭ ବର୍ଷ ପରେ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତ କରିଥିଲା, ଯେଉଁଠାରେ ମନ୍ଧାନା ୭୮ ରନର ଇନିଂସ୍ ଖେଳିଥିଲେ। ଉକ୍ତ ଟେଷ୍ଟ ଡ୍ର' ରହିଥିଲା।

Advertisment

୨୫ ବର୍ଷୀୟା ସୁନ୍ଦରୀ ମନ୍ଧାନା ସୀମିତ ଓଭର କ୍ରିକେଟର ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ସେ ୬୨ ଦିନିକିଆ ଖେଳି ୪୨ ହାରରେ ୪ ଶତକ ଓ ୧୯ ଅର୍ଦ୍ଧଶତକ ସହ ୨୩୭୭ ରନ୍ କରିଛନ୍ତି। ସେହିପରି ଟି-୨୦ରେ ସେ ୮୧ ମ୍ୟାଚରେ ୧୯୦୧ ରନ୍ କରିଛନ୍ତି, ଯେଉଁଥିରେ ୧୩ ଅର୍ଦ୍ଧଶତକ ରହିଛି।

https://twitter.com/BCCIWomen/status/1443796797596442626?s=20

ଏହା ପୂର୍ବରୁ ପ୍ରଥମ ଦିବସରେ ମନ୍ଧାନା ୮୦ ରନ୍ କରି ଅପରାଜିତ ଥିଲେ। ସେ ସାଥୀ ଓପ୍ନର ଶେଫାଳୀ ବର୍ମାଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୯୩ ରନର ଭାଗିଦାରୀ କରିଥିଲେ। ଶେଫାଳୀ ୩୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଆଜି ପୁନମ୍ ରାଉତ (୩୧), କ୍ୟାପଟେନ୍ ମିତାଲୀ ରାଜ (୩୦) ଓ ଡେବୁଟାଣ୍ଟ ୟସ୍ତିକା ଭାଟିଆ (୧୯) ଉପଯୋଗୀ ଇନିଂସ୍ ଖେଳିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe