Advertisment

ସ୍ମୃତି ମନ୍ଧାନାଙ୍କ ନାଁରେ ଯୋଡ଼ି ହେଲା ଏମିତି ରେକର୍ଡ

ମନ୍ଧାନା ଆଜି ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳର କମାଣ ସମ୍ଭାଳିବା ସହ ୪୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ଯୋଗୁ ଆୟର୍ଲଣ୍ଡ ଦେଇଥିବା ୨୩୯ ରନର ଟାର୍ଗେଟକୁ ଭାରତୀୟ ମହିଳା ଦଳ ୯୩ଟି ବଲ ପୂର୍ବରୁ ୪ ୱିକେଟ ହରାଇ ହାସଲ କରି ନେଇଛି।

ଅଦ୍ୟତନ ହୋଇଛି
Smriti Mandhana

Smriti Mandhana

Advertisment

ରେକର୍ଡ କରିଛନ୍ତି ଭାରତୀୟ ମହିଳା ଟିମର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା। ସେ ଭାରତର ଦ୍ରୁତତମ ମହିଳା କ୍ରିକେଟର ଭାବେ ଦିନିକିଆରେ ୪ ହଜାର ରନ ପୂରଣ କରିଛନ୍ତି। ଆଜି ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଇଥିବା ଆୟର୍ଲ୍ୟାଣ୍ତ ବିପକ୍ଷ ପ୍ରଥମ ଦିନିକିଆରେ ମନ୍ଧାନା ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି।

Advertisment

ସେହିପରି ମନ୍ଧାନା ବିଶ୍ୱର ୧୫ତମ ମହିଳା କ୍ରିକେଟର ଭାବେ ଦିନିକିଆରେ ୪ ହଜାର ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏହାବାଦ ମିତାଲି ରାଜଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଦିନିକିଆରେ ୪ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି।

ମନ୍ଧାନା ଆଜି ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳର କମାଣ ସମ୍ଭାଳିବା ସହ ୪୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ଯୋଗୁ ଆୟର୍ଲଣ୍ଡ ଦେଇଥିବା ୨୩୯ ରନର ଟାର୍ଗେଟକୁ ଭାରତୀୟ ମହିଳା ଦଳ ୯୩ଟି ବଲ ପୂର୍ବରୁ ୪ ୱିକେଟ ହରାଇ ହାସଲ କରି ନେଇଛି। ମନ୍ଧାନା ୨୯ ବଲରେ ୪୧ ରନର ଇନିଂସ ଖେଳିଥିବା ବେଳେ ଅନ୍ୟତମ ଓପନର ପ୍ରତିକା ରାୱତ ୮୯ ଓ ତେଜାଲ ହସାବିନ୍ସ ଅପରାଜିତ ୫୩ ରନ କରିଛନ୍ତି।

Advertisment

ଅନ୍ୟପକ୍ଷରେ ମନ୍ଧାନା ଆଜି ତାଙ୍କ ଦିନିକିଆ କ୍ୟାରିୟରର ୯୫ତମ ମ୍ୟାଚ୍‌ ଖେଳିଛନ୍ତି। ସେ ଭାରତର ଦ୍ରୁତତମ ଓ ବିଶ୍ୱର ତୃତୀୟ ଦ୍ରୁତତମ ଖେଳାଳି ଭାବେ ଏହି ଫର୍ମାଟରେ ୪ ହଜାର ରନ ପୂରଣ କରିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଯଦି ୧୦୦ରୁ କମ ଇନିଂସରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ମିତାଲି ରାଜ ୭୮୦୫ ରନ ସହ ତାଲିକାର ୧ନଂ ସ୍ଥାନରେ ରହିଥିବା ବେଳେ ଏବେ ମନ୍ଧାନା ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Smriti Mandhana Women Cricketers Indian Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe