Advertisment

ସ୍ମୃତି ମନ୍ଧାନାଙ୍କ ଐତିହାସିକ ରେକର୍ଡ, ପଛରେ ପଡ଼ିଲେ ବିରାଟ ଓ ସେହୱାଗ

ସ୍ମୃତିଙ୍କ ଆଗରେ ଫିକା ପଡ଼ିଛନ୍ତି ବିରାଟ କୋହଲି ଓ ବୀରେନ୍ଦ୍ର ସେହୱାଗଙ୍କ ଭଳି ଖେଳାଳି। ମାତ୍ର ୫୦ଟି ବଲରେ ଶତକ ହାସଲ କରିଛନ୍ତି ସ୍ମୃତି ମନ୍ଧାନା।

author-image
Hemant Lenka
 Smriti Mandhana

Smriti Mandhana

ରେକର୍ଡ କରିଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା। କୌଣସି ପୁରୁଷ କିମ୍ବା ମହିଳା କ୍ରିକେଟର ଯେଉଁ ରେକର୍ଡ କରି ପାରି ନଥିଲେ, ସେକଥା ସ୍ମୃତି ମନ୍ଧାନା କରି ଦେଖାଇଛନ୍ତି। ତାଙ୍କ ବ୍ୟାଟରୁ ବାହାରିଛି ଐତିହାସିକ ଶତକ।

Advertisment

ସେ ବନି ଯାଇଛନ୍ତି ଭାରାତର ଦ୍ରୁତତମ ଶତକଧାରୀ। ସ୍ମୃତିଙ୍କ ଆଗରେ ଫିକା ପଡ଼ିଛନ୍ତି ବିରାଟ କୋହଲି ଓ ବୀରେନ୍ଦ୍ର ସେହୱାଗଙ୍କ ଭଳି ଖେଳାଳି। ମାତ୍ର ୫୦ଟି ବଲରେ ଶତକ ହାସଲ କରିଛନ୍ତି ସ୍ମୃତି ମନ୍ଧାନା। ତାଙ୍କ ପୂର୍ବରୁ ଦିନିକିଆ କ୍ରିକେଟରେ କୌଣସି ଭାରତୀୟ(ଉଭୟ ପୁରୁଷ ଓ ମହିଳା) ଏପରି ଦ୍ରୁତତମ ଶତକ ହାସଲ କରି ନଥିଲେ।

ଆଜି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଗର୍ଜିଛି ସ୍ମୃତିଙ୍କ ବ୍ୟାଟ। ସେ ମାତ୍ର ୫୦ଟି ବଲରେ ଶତକ ହାସଲ କରିଛନ୍ତି। ଶତକ ପରେ ସେ ଆହୁରି ବଡ଼ ଶଟ ଖେଳି ଶେଷରେ ୬୩ ବଲରେ ୧୨୫ ରନ କରି ଆଉଟ ହୋଇଛି। ଏହି ଇନିଂସରେ ତାଙ୍କ ବ୍ୟାଟରୁ ୧୭ଟି ଚୌକା ଓ ୫ଟି ଛକା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଗ୍ରେସ ହାରିଶ ତାଙ୍କ ୱିକେଟ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ଦେଇଥିବା ୪୧୩ ରନର ବିଶାଳ ଟାର୍ଗେଟକୁ ପିଛା କରିବା ବେଳେ ସ୍ମୃତି ୧୨୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି।

Advertisment

ଏହାପୂର୍ବରୁ ଭାରତ ପାଇଁ ଦିନିକିଆରେ ଦ୍ରୁତତମ ଶତକ ହାସଲ କରିବା ତାଲିକାରେ ବିରାଟ କୋହଲି ରହିଥିଲେ। ସେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଜୟପୁର ଦିନିକିଆରେ ୫୨ଟି ବଲରୁ ବିରାଟଙ୍କ ବ୍ୟାଟରୁ ବାହାରିଥିଲା ଶତକ। ତାଙ୍କ ପଛରକୁ ୨୦୦୯ରେ ବୀରେନ୍ଦ୍ର ସେହୱାଗ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାମିଲଟନରେ ୬୦ ବଲରେ ଶତକ ମାରିଥିଲେ। ହେଲେ ଏହି ଦୁଇ ଜଣଙ୍କୁ ମନ୍ଧାନା ପଛରେ ପକାଇ ଦେଇଛନ୍ତି।

ତେବେ ମହିଳା ଦିନିକିଆ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ଅଷ୍ଟ୍ରେଲିଆର ମେଗ ଲାନିଂଙ୍କ ନାଁରେ ରହିଛି। ସେ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ୨୦୧୨ ଦିନିକିଆରେ ୪୫ ବଲରେ ଶତକ ହାସଲ କରିଥିଲେ।

ଅନ୍ୟପକ୍ଷରେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ୨ଟି ଶତକ ହାସଲ କରି ସ୍ମୃତି ନୂଆ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ୧୧୭ ରନର ଇନିଂସ ଖେଳିଥିଲେ। ଗୋଟିଲ ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ମଧ୍ୟ ସ୍ମୃତି ପହଞ୍ଚି ଯାଇଛନ୍ତି।

ମେଗ ଲାନିଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସର୍ବାଧିକ ୬ଟି ଶତକ ମାରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ମନ୍ଧାନା ୪ଟି ଶତକ ମାରି ଯଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗୋଟିଏ କ୍ୟାଲଣ୍ଡର ବର୍ଷରେ ୪ଟି ଶତକ ମାରି ସ୍ମୃତି ଆଉ ଏକ ସଫଳତା ହାସଲ କରିଛନ୍ତି। ୨୦୨୫ରେ ସ୍ମୃତିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ତାଜମିନ ବ୍ରିଟ୍ସ ମଧ୍ୟ ୪ଟି ଶତକ ହାସଲ କରିଛନ୍ତି।

ମହିଳା ଦିନିକିଆ କ୍ରିକେଟରେ ମେଗ ଲାନିଂ ସର୍ବାଧିକ ୧୫ଟି ଶତକ ହାସଲ କରିଥିବା ବେଳେ ୧୩ଟି ଶତକ ସହ ମନ୍ଧାନା ଦ୍ୱିତୀୟ ପହଞ୍ଚି ଯାଇଛନ୍ତି। ଦକ୍ଷିଣ ଆଫ୍ରିକାର ସୁଜି ବେଟ୍ସ ମଧ୍ୟ ଦିନିକିଆରେ ୧୩ଟି ଶତକ ହାସଲ କିରିଛନ୍ତି।

Women Cricket Smriti Mandhana